ବିବାହ ଋତୁରେ ସୁନାର ଚାହିଦା ବଢ଼ିଥାଏ, ଯେଉଁ କାରଣରୁ ସୁନା ଦର ବଢ଼ିଥାଏ । କିନ୍ତୁ ଚଳିତ ବିବାହ ଋତୁ ମଧ୍ୟରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ କାହିଁକି ସୁନା ଦର ହ୍ରାସ ପାଉଛି ବୋଲି ପ୍ରଶ୍ନ ଉଠୁଛି। ଆସନ୍ତୁ ଜାଣିବା ଏହି ଲେଖାରେ ଏହାର ଉତ୍ତର ।
ବିଜନେସ୍ ଡେସ୍କ, ନୂଆଦିଲ୍ଲୀ। ବିବାହ ଋତୁରେ ସୁନାର ଚାହିଦା ବଢ଼ିଯାଏ । ଏଭଳି ପରିସ୍ଥିତିରେ ସେମାନଙ୍କ ଦର ମଧ୍ୟ ବୃଦ୍ଧି ପାଇଥାଏ। କିନ୍ତୁ ଚଳିତ ବର୍ଷ ଏହାର ବିପରୀତ ସ୍ଥିତି ଦେଖିବାକୁ ମିଳୁଛି। ଗତ ୪ ଦିନ ମଧ୍ୟରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି । ଯେତେବେଳେ ବି ଷ୍ଟକ ବଜାର ହ୍ରାସ ପାଇଥାଏ, ସୁନା ଦର ବୃଦ୍ଧି ପାଇଥାଏ । କିନ୍ତୁ ସେୟାର ବଜାରରେ ହ୍ରାସ ସହିତ ସୁନା ଦର ରେ ମଧ୍ୟ ହ୍ରାସ ଘଟିଛି । କିଛି ଦିନ ହେବ ବୁଲିଅନ୍ ବଜାର ସହ ବିଶ୍ୱ ବଜାରରେ ସୁନା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି ।
କ’ଣ ରହିଛି ସୁନା ଦର ?
ଷ୍ଟକ ବଜାର ସହିତ ସୁନା ଓ ରୁପା ଦର ହ୍ରାସ ଯୋଗୁଁ ନିବେଶକମାନେ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି । ବାସ୍ତବରେ କିଛି ଦିନ ତଳେ ବିଶ୍ୱାସ କରାଯାଉଥିଲା ଯେ ଯେତେବେଳେ ଷ୍ଟକ ବଜାର କମିଯାଏ ସେତେବେଳେ ସୁନା ଦର ବଢ଼ିଯାଏ । ଏଭଳି ସ୍ଥିତିରେ ନିବେଶକମାନେ ବଜାରରୁ ଓହରି ସୁନାରେ ନିବେଶ କରୁଥିଲେ। କିନ୍ତୁ ଏବେ ସୁନା ଦରହ୍ରାସ ନିବେଶକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଆମେ ଆପଣଙ୍କୁ କହିବୁ କାହିଁକି ହ୍ରାସ ପାଉଛି ସୁନା ଦର ।
ସୁନା ଦରରେ ହ୍ରାସ ଲଗାତାର ଜାରି ରହିଛି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଏପର୍ଯ୍ୟନ୍ତ ସୁନା ଦର ପାଖାପାଖି ୬ ପ୍ରତିଶତରୁ ଅଧିକ ହ୍ରାସ ଦେଖା ଗଲାଣି। ସୁନା ମୂଲ୍ୟ ଏବେ ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ୭୪ ହଜାର ଟଙ୍କାରୁ ବି ତଳକୁ ଖସି ଆସିଛି। ଡଲାର ଇଣ୍ଡେକ୍ସରେ ବୃଦ୍ଧି ଓ ସୁନା ଚାହିଦା ହ୍ରାସ ଏପରି ମୂଲ୍ୟ ହ୍ରାସର କାରଣ ବୋଲି ଏବେ କୁହାଯାଉଛି।
ଗୁରୁବାର ଏମସିଏକ୍ସରେ ସୁନା ଦାମ ୬୮୩ ଟଙ୍କା ହ୍ରାସ ଦେଖାଯାଇଛି, ଫଳରେ ପ୍ରତି ୧୦ ଗ୍ରାମ ପିଛା ଦର ୭୩,୭୯୯ ଟଙ୍କାକୁ ପହଞ୍ଚି ଯାଇଛି। ଦିନରେ କାରବାର କାଳରେ ଏହି ଦରରେ ଆହୁରି ୩୯ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଥିବା ବେଳେ ଏବେ ୭୩,୭୬୦ ଟଙ୍କାରେ କାରବାର ହେଉଛି। ଗତ ବ୍ୟବସାୟୀକ ଅଧିବେସନରେ ୧୦ଗ୍ରାମ ପିଛା ଦର ୭୪,୪୮୨ ଟଙ୍କାରେ ବନ୍ଦ ହୋଇଥିଲା। ଏହି ହ୍ରାସ ପରେ ନଭେମ୍ବର ୫ ତାରିଖ ପରେ ସୁନା ମୂଲ୍ୟରେ ପାଖାପାଖି ୬ ପ୍ରତିଶତ ହ୍ରାସ ହୋଇଛି। ଏହାର ଅର୍ଥ ହେଉଛି ୭ ଦିନରେ ସୁନା ଦରରେ ୪,୭୭୪ ଟଙ୍କା ହ୍ରାସ ହେଲାଣି
ଚେନ୍ନାଇରେ ୧୦ ଗ୍ରାମପିଛା ୨୨ କ୍ୟାରେଟ୍ ଗୋଲ୍ଡ ୭୦,୪୪୦ରେ କାରବାର ହେଉଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୬,୮୪୦ ଟଙ୍କାରେ କାରବାର ହେଉଛି। କୋଲକାତା ଓ ମୁମ୍ବାଇରେ ଏହି ଦର ଯଥାକ୍ରମେ ୭୦,୪୪୦ ଓ ୭୬,୮୪୦ ଟଙ୍କାରେ କାରବାର ହେଉଛି। ଏଚଡିଏଫସି ସିକ୍ୟୁରିଟିଜ ର ଗୋଲ୍ଡ ଓ କମଡିଟି ହେଡ ଅନୁଜ ଗୁପ୍ତାଙ୍କ ଅନୁସାରେ ଡଲାର ଇଣ୍ଡେକ୍ସରେ ବୃଦ୍ଧି କାରଣରୁ ସୁନା ଦରରେ ହ୍ରାସ ଦେଖା ଦେଇଛି।
ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଫେଡେରାଲ ରିଜର୍ଭ ବୈଠକରେ ସୁଧହାର ହ୍ରାସର କୌଣସି ସମ୍ଭାବନା ନାହିଁ। ଏଣୁ ଡଲାର ଇଣ୍ଡେକ୍ସରେ ପୁଣି ବୃଦ୍ଧି ହେବ। ଭାରତରେ ଆଗକୁ ବିବାହ ଋତୁ ଏଣୁ ସର୍ଟ ଟର୍ମରେ ସୁନା ମୂଲ୍ୟ ମାମୁଲି ବୃଦ୍ଧି ହୋଇପାରେ ବୋଲି ଅନୁମାନ କରାଯାଉଛି।
Also read:https://purvapaksa.com/allrounder-shami-success-story/