Gold Rate: ବଜାର ଅନିଶ୍ଚିତତା ମଧ୍ୟରେ ଗୁରୁବାର ସୁନା ଦର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।
ମଲ୍ଟି କମୋଡିଟି ଏକ୍ସଚେଞ୍ଜ (ଏମ୍ସିଏକ୍ସ)ରେ ୨୪ କ୍ୟାରେଟ ସୁନା ଏପ୍ରିଲ ଫ୍ୟୁଚର ୦.୨୧ ପ୍ରତିଶତ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୮୬,୮୭୫ ଟଙ୍କାରେ ପହଞ୍ଚିଛି।
ସୁନା ଦର ରେ ବୃଦ୍ଧି ମୁଖ୍ୟତଃ ବିଶ୍ୱ ସ୍ତରୀୟ ଅସ୍ଥିରତା କାରଣରୁ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ନୀତିକୁ ନେଇ ଅନିଶ୍ଚିତତା ଯୋଗୁଁ ନିବେଶକମାନେ ସୁନାକୁ ସୁରକ୍ଷିତ ସମ୍ପତ୍ତି ଭାବେ ଗ୍ରହଣ କରିଛନ୍ତି।
ଫଳରେ ମାର୍ଚ୍ଚ ୧୩ ରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆଉନ୍ସ ପିଛା ୨,୯୪୫ ଡଲାରରେ ପହଞ୍ଚିଛି ।
ଇଣ୍ଡିଆନ୍ ବୁଲିଅନ୍ ଜୁଏଲର୍ସ ଆସୋସିଏସନ୍ (ଆଇବିଜେଏ) ଅନୁଯାୟୀ, ଭାରତରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୬,୬୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୪,୫୯୦ ଟଙ୍କା ରହିଛି ।
ସେହିପରି ୨୦ କ୍ୟାରେଟ, ୧୮ କ୍ୟାରେଟ ଓ ୧୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ଯଥାକ୍ରମେ ୭୭,୧୪୦ ଟଙ୍କା, ୭୦,୨୦୦ ଟଙ୍କା ଓ ୫୫,୯୦୦ ଟଙ୍କା ରହିଛି ।
ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଚାଲିଥିବା ବାଣିଜ୍ୟ ଉତ୍ତେଜନା ଏବଂ ଶୁଳ୍କ ଅନିଶ୍ଚିତତା ନିବେଶକମାନଙ୍କୁ ସୁନା ଆଡକୁ ଠେଲି ଦେଉଛି ।
ଦ୍ୱାଦଶ ଶ୍ରେଣୀ, ନୂଆ ଆଇଟିଇପି ପରେ ବିଏଡ୍ ପାଇଁ ନାମ ଲେଖାଇପାରିବେ ଛାତ୍ରଛାତ୍ରୀ