ଅନଲାଇନରେ ଖାଦ୍ୟପଦାର୍ଥ ମଗାଇବା ବେଳେ ଏହାର କେଉଁ ପର୍ଯ୍ୟନ୍ତ ବ୍ୟବହାର ଉପଯୋଗୀ ଏହା ଦେଖି ନିଅନ୍ତୁ। ଯଦି ସାମଗ୍ରୀର ଏକ୍ସପାୟରୀ ୪୫ ଦିନରୁ କମ ଥାଏ ତେବେ ଆପଣ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ)ଙ୍କ ନିକଟରେ ଏ ନେଇ ଅଭିଯୋଗ କରିପାରିବେ। ନିକଟରେ ଅନଲାଇନରେ କାମ କରୁଥିବା ସବୁ ଫୁଡ ବିଜନେସ୍ ଅପରେଟର (ଏଫବିଓ)ଙ୍କୁ ଏଫଏସଏସଏଆଇ ଏ ନେଇ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।
ନିର୍ଦ୍ଦେଶରେ ଫୁଡ ଡେଲିଭରୀ ଅପରେଟରଙ୍କୁ ଏପରି ଖାଦ୍ୟପଦାର୍ଥ ଢେଲିଭରୀ ନ କରନ୍ତୁ ଯେଉଁଗୁଡିକର ଉପଯୋଗ ଅବଧି ୪୫ ଦିନ ନଥିବ। ଏଫଏସଏସଏଆଇ ନିକଟରେ ଏଫବିଓଙ୍କ ଏକ ବୈଠକ କରିଥିଲେ। ଏଥିରେ ଏପରି କରିବା ଦ୍ୱାରା ସେମାନଙ୍କ ଉପରେ ଗ୍ରାହକଙ୍କ ଭରସା ବଢିବ ବୋଲି କହିଥିଲେ। ଏଫବିଓଙ୍କୁ ଏହା ମଧ୍ୟ କୁହାଯାଇଥିଲା ଯେ ଅନଲାଇନ ପ୍ଲାଟଫର୍ମରେ କୌଣସି ଖାଦ୍ୟପଦାର୍ଥ ନେଇ ଏପରି ଦାବି କରନ୍ତୁ ନାହିଁ ଯାହା ଫିଜିକାଲ ରୂପେ ସେହି ବସ୍ତୁର ଲେବୁଲରେ ନାହିଁ।
ସେମାନଙ୍କୁ ଲେବଲିଂ ଓ ଡିସପ୍ଲେ ନିୟମ କଡାକଡି ପାଳନ କରିବାକୁ କୁହାଯାଇଛି। ସେହିପରି ଅନଲାଇନରେ ଖାଦ୍ୟପଦାର୍ଥ ଡେଲିଭରୀ କରିବା ବେଳେ ପରିସ୍କାର ପରିଛନ୍ନତା ନେଇ ଡେଲିଭରି ବୟମାନଙ୍କୁ ପ୍ରଶିକ୍ଷିତ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ସେମାନଙ୍କୁ ନିଜର ସ୍ୱଚ୍ଛତା ରେଟିଂ, ଏଫଏସଏସଏଆଇ ଲାଇସେନ୍ସ ଓ ବିକ୍ରେତାଙ୍କ ରେଜିଷ୍ଟ୍ରେସନ ସୂଚନା ଗ୍ରାହକଙ୍କୁ ଉପଲବ୍ଧ କରିବାକୁ ମଧ୍ୟ କୁହାଯାଇଛି। ଉପଭୋକ୍ତାଙ୍କୁ ସଠିକ ସମୟରେ ନ୍ୟାୟ ଦେବାକୁ ଓ ସାଧାରଣ ଲୋକଙ୍କୁ ଅଭିଯୋଗ ଲାଗି ଆଗକୁ ଆସିବା ନିମନ୍ତେ ପ୍ରେରିତ କରିବା ପାଇଁ ଉପଭୋକ୍ତା ବ୍ୟାପାର ମନ୍ତ୍ରାଳୟ ଇ-ଜାଗ୍ରୁତି ଆପ ଆରମ୍ଭ କରିବେ।
ଏହି ଆପରେ ଗ୍ରାହକ କଥାରେ କହି ମଧ୍ୟ ଅଭିଯୋଗ କରିପାରିବେ। ଗତବର୍ଷ ଡିସେମ୍ବର ୨୪ ତାରିଖରେ ଇ-ଜାଗ୍ରୁତି ପୋର୍ଟାଲକୁ ଆରମ୍ଭ କରାଯାଇଥିଲା। ହେଲେ ଏହି ପୋର୍ଟାଲ ଏ ପର୍ଯ୍ୟନ୍ତ ସଞ୍ଚାଳନକୁ ଆସି ପାରିନାହିଁ। ଆଗାମୀ ଡିସେମ୍ବର ୨୪ରେ ଏହାକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ଉଦ୍ୟମ କରାଯାଇପାରେ। ଏହି ପୋର୍ଟାଲ କାର୍ଯ୍ୟକ୍ଷମ ହେବା ପରେ ଗ୍ରାହକଙ୍କୁ ଆଉ ଅଭିଯୋଗ କରିବାକୁ ରାଜ୍ୟ ବା ଜିଲ୍ଲା ଉପଭୋକ୍ତା କୋର୍ଟ ଅଥବା ଫୋରମ ପାଖକୁ ଯିବାକୁ ପଡିବ ନାହିଁ।
Also read https://purvapaksa.com/worms-clinging-to-the-walls-of-the-house-take-this-approach/
ଏକ୍ସପାୟରୀ ତାରିଖକୁ ନେଇ FSSAIର ବଡ଼ ନିଷ୍ପତ୍ତି, ସାମଗ୍ରୀର ହୋଇପାରିବନି ଡେଲିଭରୀ