ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆକ୍ସନ ଶିଖର ସମ୍ମିଳନୀର ତୃତୀୟ ସଂସ୍କରଣର ସହ ଅଧ୍ୟକ୍ଷତା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଛନ୍ତି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣକ୍ରମେ ଫ୍ରାନ୍ସରୁ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ୧୨ ତାରିଖରେ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ। ହ୍ୱାଇଟ ହାଉସରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ସମୟରେ ସେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବେ ।
ନଜର ପକାନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ସୂଚୀ
ପ୍ରଧାନମନ୍ତ୍ରୀ ମୋଦୀ ଫେବ୍ରୁଆରି ୧୦ (ସୋମବାର) ପ୍ୟାରିସ୍ ରେ ପହଞ୍ଚିବେ, ଯେଉଁଠାରେ ସେ ରାଷ୍ଟ୍ରପତି ମାକ୍ରୋନ୍ ଙ୍କ ଦ୍ୱାରା ଆୟୋଜିତ ରାତ୍ରୀ ଭୋଜନରେ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ବୈଷୟିକ ଉଦ୍ୟୋଗର ଶୀର୍ଷ ସିଇଓଙ୍କ ସମେତ ବିଭିନ୍ନ କ୍ଷେତ୍ରର ପ୍ରମୁଖ ନେତାମାନେ ଯୋଗଦେବେ ବୋଲି ଆଶା କରାଯାଉଛି।
2047 ହରାଇଜନ ରୋଡମ୍ୟାପ୍, ଥର୍ମୋନ୍ୟୁକ୍ଲିୟର ପରୀକ୍ଷାମୂଳକ ରିଏକ୍ଟର ପ୍ରକଳ୍ପ
ମୋର ଗସ୍ତର ଦ୍ୱିପାକ୍ଷିକ ଭାଗ ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀ ପାଇଁ ୨୦୪୭ ହୋରାଇଜନ ରୋଡମ୍ୟାପର ଅଗ୍ରଗତି ର ସମୀକ୍ଷା କରିବାର ସୁଯୋଗ ପ୍ରଦାନ କରିବ । ଆମେ ଫ୍ରାନ୍ସର ଐତିହାସିକ ସହର ମାର୍ସେଲି ଗସ୍ତ କରି ଫ୍ରାନ୍ସରେ ପ୍ରଥମ ଭାରତୀୟ ଦୂତାବାସର ଉଦଘାଟନ କରିବୁ ଏବଂ ଅନ୍ତର୍ଜାତୀୟ ଥର୍ମୋନ୍ୟୁକ୍ଲିୟର ପରୀକ୍ଷାମୂଳକ ରିଏକ୍ଟର ପ୍ରକଳ୍ପ ପରିଦର୍ଶନ କରିବୁ, ଯେଉଁଥିରେ ଭାରତ ଫ୍ରାନ୍ସ ସମେତ ଅଂଶୀଦାର ଦେଶମାନଙ୍କର କନସୋର୍ଟିୟମର ସଦସ୍ୟ ଅଟେ। ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ରେ ସହିଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ମଧ୍ୟ ମୁଁ ମଜାର୍ଗସ ଯୁଦ୍ଧ କବରସ୍ଥାନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବି।
ଆମେରିକା ଗସ୍ତ ପାଇଁ ଉଦ୍ଦେଶ୍ୟ
ଏହି ଗସ୍ତ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ଆମର ସହଯୋଗର ସଫଳତାକୁ ବଢ଼ାଇବା ଏବଂ ପ୍ରଯୁକ୍ତି, ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି ଏବଂ ଯୋଗାଣ ଶୃଙ୍ଖଳା ରକ୍ଷଣାବେକ୍ଷଣ କ୍ଷେତ୍ରରେ ଆମର ଭାଗିଦାରୀକୁ ଆହୁରି ଉନ୍ନତ ଏବଂ ଗଭୀର କରିବା ପାଇଁ ଏକ ଏଜେଣ୍ଡା ବିକଶିତ କରିବାର ଏକ ସୁଯୋଗ ହେବ । ଆମେ ଦୁଇ ଦେଶର ଲୋକଙ୍କ ପାରସ୍ପରିକ ଲାଭ ପାଇଁ ଏକାଠି କାମ କରିବୁ ଏବଂ ବିଶ୍ୱପାଇଁ ଏକ ଉନ୍ନତ ଭବିଷ୍ୟତ ଗଠନ କରିବୁ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଆମେରିକା ଗସ୍ତ ବିଷୟରେ କହିଛନ୍ତି ।