Freebies: ଜନ୍ମଠାରୁ ମୃତ୍ୟୁଯାଏ ଗରିବ ନାଁରେ ଖଞ୍ଜିଥିବା ଯୋଜନାଗୁଡ଼ିକ ତାଙ୍କୁ ନିରନ୍ତର କ୍ଷମତା ଦେବାରେ ସମର୍ଥ ହୋଇପାରିନାହିଁ। ସଦ୍ୟ ଉଦାହରଣ ହୋଇଛି ଦିଲ୍ଲୀର ବିଧାନସଭା ନିର୍ବାଚନ, ଯେଉଁଥିରେ କେଜ୍ରିଓ୍ୱାଲ୍ଙ୍କ ଓ୍ୱାଲ୍ ଅର୍ଥାତ୍ ପ୍ରାଚୀରର ପତ୍ତନ ଘଟିଛି। ପ୍ରଶ୍ନ ହେଉଛି ଆଞ୍ଚଳିକବାଦ ଓ ଜାତୀୟତାବାଦ ଭିତରେ ଲଢ଼େଇ କ’ଣ ୟୁ –ଟର୍ଣ୍ଣ ନେଇଛି ?
ତେଲେଙ୍ଗାନାରେ ପ୍ରଥମ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ କଥା କୁହନ୍ତୁ କି ଓଡ଼ିଶାରେ ନବୀନ ପଟ୍ଟନାୟକ ଅଥବା ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିଓ୍ୱାଲ୍; ଏ ସମସ୍ତେ କୌଣସି ଏକ ଜାତୀୟ ପାର୍ଟି ବିରୁଦ୍ଧରେ ଆଞ୍ଚଳିକ ସମସ୍ୟାକୁ ସମାଧାନର ବ୍ରତଭାବେ ଗ୍ରହଣ କରି ରାଜନୀତିକୁ ଆସିଥିଲେ। ହେଲେ କ୍ଷମତାରେ ରହିବା ଲାଗି ସରକାରୀ ‘ରେବଡ଼ି’ ବାଣ୍ଟିବା ନିଶା ଆଜି ତାଙ୍କୁ ସରକାରରୁ ବାହାରେ ରଖିଛି। ଅର୍ଥାତ୍ ଜନ୍ମଠାରୁ ମୃତ୍ୟୁଯାଏ ଗରିବ ନାଁରେ ଖଞ୍ଜିଥିବା ଯୋଜନାଗୁଡ଼ିକ ତାଙ୍କୁ ନିରନ୍ତର କ୍ଷମତା ଦେବାରେ ସମର୍ଥ ହୋଇପାରିନାହିଁ। ସଦ୍ୟ ଉଦାହରଣ ହୋଇଛି ଦିଲ୍ଲୀର ବିଧାନସଭା ନିର୍ବାଚନ, ଯେଉଁଥିରେ କେଜ୍ରିଓ୍ୱାଲ୍ଙ୍କ ଓ୍ୱାଲ୍ ଅର୍ଥାତ୍ ପ୍ରାଚୀରର ପତ୍ତନ ଘଟିଛି। ପ୍ରଶ୍ନ ହେଉଛି ଆଞ୍ଚଳିକବାଦ ଓ ଜାତୀୟତାବାଦ ଭିତରେ ଲଢ଼େଇ କ’ଣ ୟୁ –ଟର୍ଣ୍ଣ ନେଇଛି ?
ଏ ପ୍ରଶ୍ନର ଉତ୍ତର ଖୋଜିଲାବେଳେ ବିଗତ କିଛିବର୍ଷ ଭିତରେ ରାଜ୍ୟଗୁଡ଼ିକର ନିର୍ବାଚନକୁ ପୃଷ୍ଠଭୂମିଭାବେ ଗ୍ରହଣ କରାଯାଇପାରେ। ପ୍ରଥମେ ଦିଲ୍ଲୀରୁ ଆରମ୍ଭ କରିବା। କାରଣ ୨୦୧୫ ମସିହାରେ କଜ୍ରିଓ୍ୱାଲ୍ଙ୍କ ଝାଡ଼ୁର ବିଜୟ ଅନ୍ୟ ରାଜନୈତିକ ଦଳ ଭିତରେ ପରିବର୍ତ୍ତନର ଆହ୍ୱାନ ଆଣିଥିଲା। ଦଳଗୁଡ଼ିକୁ ସାମାଜିକ ବିକାଶ ତଥା ବ୍ୟକ୍ତିଗତ ସ୍ତରରେ ଲୋକଙ୍କୁ ଫାଇଦା ଦେବାକୁ ବ୍ୟବସ୍ଥା କରିବାକୁ ପ୍ରେରିତ କରିଥିଲା। ଉଜୁଡ଼ି ଯାଇଥିବା ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା, ଗଳି କନ୍ଦିରେ ମୋହଲ୍ଲା କ୍ଲିନିକ୍ କରିବା ଆଦି କାର୍ଯ୍ୟକ୍ରମ ସେତେବେଳେ ଖୁବ୍ ପ୍ରଚାରିତ ହୋଇଥିଲା। ଏପରିକି ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ସରକାରମାନେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥାକୁ ସୁଧାରିବା ତଥା ପ୍ରାଥମିକ ସ୍କୁଲ୍ଗୁଡ଼ିକୁ ରୂପାନ୍ତରଣ କରିବା ଲାଗି ପ୍ରୟାସ କରିଥିଲେ। କେନ୍ଦ୍ର ସରକାର ମଧ୍ୟ ଏଦୁଇଟି ବ୍ୟବସ୍ଥାଗୁ କୁରୁତ୍ୱ ଦେଇ ଜନ ଆରୋଗ୍ୟ ମନ୍ଦିର ଭଳି ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ଚର୍ଚ୍ଚିତ ହୋଇଥିଲା ଆମ୍ ଆଦମୀ ପାର୍ଟି। ଆଉ ଦେଶର ଅନ୍ୟ କୋଣକୁ ଆମ୍ ଆଦ୍ମୀ ପାର୍ଟିକୁ ପରିବ୍ୟାପ୍ତ ହୋଇଥିଲା।
ଏହା ପୂର୍ବରୁ ଯଦିଓ ଓଡ଼ିଶାରେ ବିଜୁ ଜନତା ଦଳ ବା ତେଲେଙ୍ଗାନାରେ ଟିଆର୍ଏସ୍ ଆଞ୍ଚଳିକ ରାଜନୀତିର ଶିଖର ହାସଲ କରିଥିଲେ କିନ୍ତୁ ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟିର ପ୍ରସାର ତାଙ୍କୁ ବି ଖୋରାକି ଓ ଆହ୍ୱାନ ପ୍ରଦାନ କରିଥିଲା। ଓଡ଼ିଶାରେ ନବୀନ ପଟ୍ଟନାୟକ ହୁଅନ୍ତୁ କି ତେଲେଙ୍ଗନାନାରେ କେ ଚନ୍ଦ୍ରଶେଖର ରାଓ ମଧ୍ୟ ଭୋଟରଙ୍କ ଜନ୍ମରୁ ମୃତ୍ୟୁଯାଏ ଧ୍ୟାନ ରଖିବାକୁ ରାଜ୍ୟ ପ୍ରାୟୋଜିତ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ଏହା ମଧ୍ୟ ସେମାନଙ୍କୁ ଖୁବ୍ ଫାଇଦା ଦେଇଥିଲା। ଫଳସ୍ୱରୂପ ତିନିଜଣ ଯାକ ନେତା ପୁଣିଥରେ ନିର୍ବାଚିତ ହୋଇଥିଲେ।
ଏହି ସମୟରେ ଝାଡ଼ଖଣ୍ଡରେ ମଧ୍ୟ ଲୋକେ ପରିବର୍ତ୍ତନ ଆଣିଥିଲେ। ସେଠାରେ ନିର୍ବାଚିତ ବିଜେପି ସରକାର ଉପରେ ଆସ୍ଥା ହରାଇ ପୁଣିଥରେ ଆଞ୍ଚଳିକ ଦଳ ‘ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା’କୁ ବିଜୟ କରିଥିଲେ। ୨୦୧୯ ନିର୍ବାଚନରେ ଆଞ୍ଚଳିକ ରାଜନୀତିକୁ ଭିତ୍ତିକରି ହେମନ୍ତ ସୋରେନ୍ ସରକାର ଗଢ଼ିଥିଲେ। ସମାନ ରାଜନୀତିକ ପରିସ୍ଥିତିରେ ପଶ୍ଚିମବଙ୍ଗ, ତାମିଲନାଡ଼ୁରେ ଆଞ୍ଚଳିକ ରାଜନୀତି ସଶକ୍ତ ହୋଇଥିଲା। ଏସବୁକୁ ଭାଙ୍ଗିବା ଲାଗି ଅନେକ ଉଦ୍ୟମ କେନ୍ଦ୍ର ପକ୍ଷରୁ କରାଯାଇଥିଲେ ମଧ୍ୟ ତାହା ସଫଳ ରୂପ ନେଇପାରିନଥିଲା।
୨୦୨୪ କିନ୍ତୁ ଏସବୁ ଆଞ୍ଚଳିକ ରାଜନୀତିକ ଭାଙ୍ଗିବା ଲାଗି ବିଜେପି ଆଗରେ ସୁଯୋଗ ସୃଷ୍ଟି କଲା। ଜାତୀୟତାବାଦ ସହ ବିକାଶମୂଳକ କାର୍ଯ୍ୟକୁ ସରକାର ଗ୍ରହଣ କଲେ। ମଧ୍ୟବିତ୍ତ ଓ ଗରିବ ଲୋକଙ୍କ ପାଇଁ ଯୋଜନା ଘୋଷଣା କରିଲେ। ତା’ ସହ ଦୁର୍ବଳ ଆଞ୍ଚଳିକ ଦଳକୁ ନିଜ ପକ୍ଷଭୁକ୍ତ କରିବାକୁ ଚାହିଁଲେ। ଓଡ଼ିଶାର ‘ଅସ୍ମିତା’ ଓ ବିକାଶକୁ ପ୍ରୋତ୍ସାହିତ କରିବ ବୋଲି ବିଜେପି ପ୍ରତିଶ୍ରୁତି ଦେଲା। ଆଉ ଲୋକେ ବିଜେଡି ଛାଡ଼ି ବିଜେପି ଡଙ୍ଗାରେ ବସିଲେ, ଭାଗ୍ୟ ଉଦୟ ଲାଗି। ହେଲେ ଏଠାରୁ ଆରମ୍ଭ ହୋଇଥିବା ଭାରତରେ ଆଞ୍ଚଳିକ ଦଳମାନଙ୍କ ଡଙ୍ଗା ବୁଡ଼ିବା ଯାତ୍ରା।
ଏହିକ୍ରମରେ ହରିୟାଣା, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ଓଡ଼ିଶା, ଏପରି ଗୋଟିଏ ପରେ ଗୋଟିଏ ରାଜ୍ୟ ବିଜୟ ପଥରେ ଅଗ୍ରଣୀ ହୋଇଛନ୍ତି ନରେନ୍ଦ୍ର ମୋଦୀଙ୍କୁ ଅନୁସରଣ କରୁଥିବା ବିଜେପି ଆଜି ଦିଲ୍ଲୀ ବି ଦଖଲ କରିଛି। ଆଗକୁ ପଞ୍ଜାବ, ବିହାର, ପଶ୍ଚିମବଙ୍ଗ ଏମିତି ରାଜ୍ୟଗୁଡ଼ିକରେ ବିଜେପି, କଂଗ୍ରେସ ନୁହେଁ ବରଂ ଆଞ୍ଚଳିକ ଦଳଗୁଡ଼ିକ ସହ ଗଣତନ୍ତ୍ରର ଲଢ଼େଇ ଲଢ଼ିବାକୁ ଯାଉଛି। ହେଲେ ଏ ଭିତରେ ସଦ୍ୟ ସମାପ୍ତ ଝାଡ଼ଖଣ୍ଡର ନିର୍ବାଚନରେ ହେମନ୍ତଙ୍କ ପୁନଃ ବିଜୟ ବିଜେପିର ଯାତ୍ରାରେ ମଧ୍ୟ କିନ୍ତୁ ପରନ୍ତୁ ଲଗାଇବାକୁ ବାଧ୍ୟ କରୁଛି। ଏହା ବି ସୂଚାଇ ଦେଉଛି ଯେ ସରକାରୀ କଳ ଓ ବଳର ପ୍ରୟୋଗ ନୁହେଁ ନୀତି ଓ ‘ନିୟତ’ ଦ୍ୱାରା ହିଁ ଲୋକଙ୍କ ହୃଦୟ ଜିତି ହୁଏ।
ଗରମ ହେଲେ ଲାଗିପାରେ ନିଆଁ ! ଜାଣନ୍ତୁ, ଫୋନର ତାପମାତ୍ରା କ’ଣ ହେବା ଉଚିତ ଏବଂ ଅତ୍ୟଧିକ ଗରମ ହେଲେ କ’ଣ କରିବେ?
