ରାଜ୍ୟସଭା ସାଂସଦ ମୁନା ଖାନ୍ଙ୍କ ସମର୍ଥକମାନେ ଆଜି ନବୀନ ନିବାସରେ ପଶି ପାଣ୍ଡିଆନ ଗୋ ବ୍ୟାକ୍, ପାଣ୍ଡିଆନ ମୁର୍ଦ୍ଦାବାଦ ଧ୍ୱନୀ ଦେବା ପରେ ବିଜୁ ଜନତା ଦଳ ବସ୍ତୁତଃ ଦୁଇଫାଳ ହୋଇଯାଇଛି। ଏହି ଘଟଣା ପରେ ୪ଜଣ ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, ନିରଞ୍ଜନ ବିଶି ଓ ଶୁଭାଶିଷ ଖୁଣ୍ଟିଆ ପାଣ୍ଡିଆନଙ୍କ ସମର୍ଥନରେ ବାହାରିଛନ୍ତି।
It’s very unfortunate to see that my Rajya Sabha colleague Shri Debasish Samantaray has attacked Shri VK Pandian over Waqf Bill decision despite the fact that the latter has already retired from politics 10 months ago and is not participating in any meeting or political activity.…
— Manas Mangaraj (@manasrmangaraj) April 7, 2025
ସାଂସଦ ମାନସ ମଙ୍ଗରାଜ ତାଙ୍କ ଏକ୍ସ ଏକାଉଣ୍ଟରେ କହିଛନ୍ତି, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ମୋର ରାଜ୍ୟସଭା ସହଯୋଗୀ ଶ୍ରୀ ଦେବାଶିଷ ସାମନ୍ତରାୟ ଶ୍ରୀ ଭିକେ ପାଣ୍ଡିଆନଙ୍କୁ ୱାକଫ୍ ବିଲ୍ ନିଷ୍ପତ୍ତିକୁ ନେଇ ସମାଲୋଚନା କରିଛନ୍ତି, ଯଦିଓ ଶ୍ରୀ ଭିକେ ପାଣ୍ଡିଆନ ୧୦ ମାସ ପୂର୍ବରୁ ରାଜନୀତିରୁ ଅବସର ନେଇସାରିଛନ୍ତି ଏବଂ କୌଣସି ବୈଠକ କିମ୍ବା ରାଜନୈତିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁନାହାଁନ୍ତି।
ଆମର ଜଣେ ନେତା ନବୀନ ପଟ୍ଟନାୟକ ଅଛନ୍ତି, ଯିଏ କି ଆମ ଦଳର ସଭାପତି ଏବଂ ସମସ୍ତ ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତି। ଯଦି ଆମର କୌଣସି ଅଭିଯୋଗ କିମ୍ବା ଚିନ୍ତା ଥାଏ, ତେବେ ଏହାକୁ ଦଳୀୟ ମଞ୍ଚରେ ଉଠାଇବା ସବୁବେଳେ ଉଚିତ। ଗତ କିଛିଦିନ ମଧ୍ୟରେ ଅନେକ ବରିଷ୍ଠ ନେତା ମଧ୍ୟ ସମାନ କାମ କରିଛନ୍ତି।
ଶ୍ରୀ ସାମନ୍ତରାୟ ଏହାକୁ ଅନୁସରଣ କରିବା ପରିବର୍ତ୍ତେ ଗଣମାଧ୍ୟମକୁ ଯାଇ ଦଳୀୟ ରାଜନୀତିରେ ଆଉ ନ ଥିବା ବ୍ୟକ୍ତିଙ୍କ ବିରୋଧରେ କଥା ବାର୍ତ୍ତା କରିବା କିଛି ସ୍ୱାର୍ଥସମ୍ପନ୍ନ ବ୍ୟକ୍ତିଙ୍କ ଭୁଲ ଉଦ୍ଦେଶ୍ୟକୁ ଦର୍ଶାଉଛନ୍ତି।
ପୁଲବାମା ସହିଦ ମନୋଜ କୁମାର ବେହେରା ଙ୍କ କକାଙ୍କୁ ଦେବାଶିଷ ସାମନ୍ତରାୟ ଧକ୍କା ମାରିବା ପରେ କ୍ଷମା ମାଗିବାକୁ ଶ୍ରୀଯୁକ୍ତ ପାଣ୍ଡିଆନ ସେତେବେଳେ ଚାପ ପକାଇଥିଲେ।
ଯାହା ଫଳରେ ଶ୍ରୀଯୁକ୍ତ ସାମନ୍ତରାୟଙ୍କ ରାଗ ପାଣ୍ଡିଆନଙ୍କ ଉପରେ ଥିଲା। pic.twitter.com/viUmU0TcGx— Sulata Deo (@DeoSulata) April 7, 2025
ସେହିପରି ସାଂସଦ ସୁଲତା ଦେଓ ତାଙ୍କ ଏକ୍ସ ଏକାଉଣ୍ଟରେ କହିଛନ୍ତି, ପୁଲବାମା ସହିଦ ମନୋଜ କୁମାର ବେହେରାଙ୍କ କକାଙ୍କୁ ଦେବାଶିଷ ସାମନ୍ତରାୟ ଧକ୍କା ମାରିବା ପରେ କ୍ଷମା ମାଗିବାକୁ ଶ୍ରୀଯୁକ୍ତ ପାଣ୍ଡିଆନ ସେତେବେଳେ ଚାପ ପକାଇଥିଲେ। ଯାହା ଫଳରେ ଶ୍ରୀଯୁକ୍ତ ସାମନ୍ତରାୟଙ୍କ ରାଗ ପାଣ୍ଡିଆନଙ୍କ ଉପରେ ଥିଲା।
ପୁନଶ୍ଚ ପାର୍ଲିଆମେଣ୍ଟରେ ଭୋଟ୍ ଦାନ ରାତି କୌଣସି କାରଣରୁ ଶ୍ରୀଯୁକ୍ତ ସାମନ୍ତରାୟ ଶୋଇ ପଡ଼ିବାରୁ ନିଜ ଭୁଲ ଲୁଚାଇବାକୁ ଅନ୍ୟକୁ ଦୋଷ ଦେଉଛନ୍ତି। ଆମ ଦଳର ମନ୍ଦିର ନବୀନ ନିବାସରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି। ଏଥିରୁ ସେ ନିବୃତ୍ତ ରହିବାକୁ ଅନୁରୋଧ କରୁଛି।
ସାଂସଦ ନିରଞ୍ଜନ ବିଶି କହିଛନ୍ତି, ପାଣ୍ଡିଆନଙ୍କୁ ଅଯଥାରେ ବଦନାମ କରାଯାଉଛି। ସାଂସଦ ଦେବାଶିଷ ସାମନ୍ତରାୟ କିଛି ଅଭିସନ୍ଧି ରଖି ଏଭଳି କହିଛନ୍ତି। ତାଙ୍କ ମନ୍ତବ୍ୟକୁ ମୁଁ ନିନ୍ଦା କରୁଛି ବୋଲି ସାଂସଦ ଶ୍ରୀ ବିଶି ତାଙ୍କ ଏକ୍ସ ଏକାଉଣ୍ଟରେ ଲେଖିଛନ୍ତି।
ସାଂସଦ ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ପାଣ୍ଡିଆନ ସାର ରାଜନୀତିରେ ନାହାନ୍ତି, ତାଙ୍କ ବିଷୟରେ କାହିଁକି କୁହାଯାଉଛି। ଦଳର ନେତା କହିଥିଲେ ବିବେକ ଅନୁସାରେ ଭୋଟ୍ ଦେବାକୁ। ମୁନା ଖାନ୍ ମୁସଲିମ ଓ ସସ୍ମିତ ପାତ୍ର ଖ୍ରୀଷ୍ଟିଆନ କମ୍ୟୁନିଟକୁ ପ୍ରତିନିଧିତ୍ୱ କରୁଛନ୍ତି। ସିଏ ତାଙ୍କ ଅନୁସାରେ ଭୋଟ ଦେଲେ, ଇଏ ଆଙ୍କ ଅନୁସାରେ ଭୋଟ ଦେଲେ ବୋଲି ଶୁଭାଶିଷ କହିଛନ୍ତି।