Rahul Gandhi: ବିଜେପି, ଆରଏସଏସ ଏବଂ ଅନ୍ୟାନ୍ୟ ଦକ୍ଷିଣପନ୍ଥୀ ସଂଗଠନ ପକ୍ଷରୁ ରାମହରି ପୂଜାରୀ ତାଙ୍କ ଅଭିଯୋଗରେ ରାହୁଲ ଗାନ୍ଧି ଜାଣିଶୁଣି ଦେଶ ବିରୋଧୀ ବୟାନ ଦେଉଛନ୍ତି ଯାହା ପ୍ରତ୍ୟେକ ଭାରତୀୟ ବ୍ୟକ୍ତିଙ୍କୁ ଆଘାତ ପହଞ୍ଚାଇଛି।
କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଗତ ମାସରେ ଦେଇଥିବା ଭାଷଣକୁ ନେଇ ଝାରସୁଗୁଡ଼ା ଥାନା ପୁଲିସ ତାଙ୍କ ବିରୋଧରେ ଏତଲା ରୁଜୁ କରିଛି।
ଝାରସୁଗୁଡ଼ା ସରାଭାଲର ରମା ହରି ପୂଜାରୀ ନାମକ ଜଣେ ବ୍ୟକ୍ତି ଓ ବିଜେପିର ସ୍ଥାନୀୟ କର୍ମକର୍ତ୍ତାଙ୍କ ଅଭିଯୋଗ ଆଧାରରେ ଫେବ୍ରୁଆରି ୭ତାରିଖରେ ଏହି ମାମଲା ରୁଜୁ ହୋଇଥିଲା। ଏହା ଜାନୁଆରୀ ୧୫ ରେ କେନ୍ଦ୍ରୀୟ ଦିଲ୍ଲୀର ରାଉସ୍ ଆଭେନ୍ୟୁ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ନିକଟ କୋଟଲା ରୋଡରେ କଂଗ୍ରେସର ନୂତନ ମୁଖ୍ୟାଳୟ ଉଦ୍ଘାଟନ ଅବସରରେ ଦେଇଥିବା ଭାଷଣ ସହିତ ଜଡ଼ିତ।
ସେହିଦିନ ରାହୁଲ ଗାନ୍ଧୀ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଏବଂ ବିଜେପି ଉପରେ ଦେଶର ପ୍ରତ୍ୟେକ ଅନୁଷ୍ଠାନକୁ ଦଖଲ କରୁଥିବା ଅଭିଯୋଗ କରି କହିଥିଲେ ଯେ ତାଙ୍କ ଦଳ କେବଳ ବିଜେପି ନୁହେଁ ବରଂ ଭାରତୀୟ ରାଜ୍ୟ ସହ ଲଢ଼େଇ କରୁଛି। ବିଜେପି, ଆରଏସଏସ ଏବଂ ଅନ୍ୟନ୍ୟ ଦକ୍ଷିଣପନ୍ଥୀ ସଂଗଠନ ପକ୍ଷରୁ ଅଭିଯୋଗ କରି ପୂଜାରୀ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧି ଜାଣିଶୁଣି ଦେଶ ବିରୋଧୀ ବୟାନ ଦେଇଛନ୍ତି ଯାହା ପ୍ରତ୍ୟେକ ଭାରତୀୟ ବ୍ୟକ୍ତିଙ୍କୁ ଆଘାତ ପହଞ୍ଚାଇଥାଏ।
ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୧୫୨ (ଭାରତର ସାର୍ବଭୌମତ୍ୱ, ଏକତା ଏବଂ ଅଖଣ୍ଡତା ପ୍ରତି ବିପଦ) ଏବଂ ବିଏନଏସର ଧାରା ୧୯୭ (୧) (ଡି) ଅନୁଯାୟୀ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
ରାହୁଲ ଗାନ୍ଧିଙ୍କ ବୟାନ ବାକ୍ ସ୍ବାଧୀନତାର ସୀମା ଅତିକ୍ରମ କରିଛି। ନିଜେ ଭାରତୀୟ ରାଜ୍ୟ ବିରୁଦ୍ଧରେ ନିଜର ଲଢ଼େଇ ଘୋଷଣା କରି ସେ ସଚେତନଭାବରେ ଜନସାଧାରଣଙ୍କ ମଧ୍ୟରେ ବିଶୃଙ୍ଖଳାମୂଳକ କାର୍ଯ୍ୟକଳାପ ଓ ବିଦ୍ରୋହକୁ ଉତ୍ସାହିତ କରିଛନ୍ତି। ଏହି କାର୍ଯ୍ୟକଳାପ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାକୁ କ୍ଷୁର୍ଣ୍ଣ କରିଛି ବୋଲି ଅଭିଯୋଗକାରୀ ଅଭିଯୋଗ କରିଛନ୍ତି।
ଉତ୍ତରାଞ୍ଚଳ ଆଇଜି ହିମାଂଶୁ କୁମାର ଲାଲ କହିଛନ୍ତି ଯେ ଫେବ୍ରୁଆରି ୫ ତାରିଖରେ ବିଜେପି ନେତା ଓ ଅନ୍ୟ କେତେକ ସଂଗଠନରୁ ଅଭିଯୋଗ ପାଇଛନ୍ତି।
ଝାରସୁଗୁଡ଼ା ଏସ୍ପିଙ୍କୁ ଘଟଣାର ଗଭୀର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲି। ତେଣୁ ମାମଲା ରୁଜୁ ହୋଇଛି। ଆମେ ଘଟଣାର ତଦନ୍ତ କରୁଛୁ ବୋଲି ଲାଲ ଇଣ୍ଡିଆନ ଏକ୍ସପ୍ରେସକୁ କହିଛନ୍ତି।
Also readhttps://purvapaksa.com/dalit-muslim-dominated-seats-aaps-saving-grace-but-see-shift-in-vote-share/
ଦଳିତ, ମୁସଲମାନ ଅଧ୍ୟୁଷିତ ଆସନ ଆପ୍ର ଗଡ଼, କିନ୍ତୁ ଭୋଟ୍ ପ୍ରତିଶତରେ ହ୍ରାସ
