Saraswati puja 2025: ଚଳିତବର୍ଷ ସରସ୍ଵତୀ ପୂଜାକୁ ନେଇ ଦ୍ୱନ୍ଦ ଉପୁଜିଛି। ସାମନ୍ତ ଚନ୍ଦ୍ରଶେଖର ସ୍ମୃତି ପରିଷଦ ଓ ଭାଗ୍ୟଜ୍ୟୋତି ପ୍ରକାଶନ ତରଫରୁ ଭୁବନେରଶ୍ଵରସ୍ଥିତ ଗୀତଗୋବିନ୍ଦ ସଦନରେ ଆଗାମୀ ସରସ୍ଵତୀ ପୂଜାକୁ ନେଇ ଉପୁଜିଥିବା ଦ୍ଵନ୍ଦ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ସରସ୍ଵତୀ ପୂଜା ପାଳନକୁ ନେଇ ଦ୍ଵନ୍ଦ। ପୁଣି ପାଞ୍ଜିରେ ତ୍ରୁଟି ଓ ଦ୍ବନ୍ଦ୍ୱ ଅଭିଯୋଗ। ଆସନ୍ତା ଫେବ୍ରୁଆରୀ ୨ କି ୩ ରେ ପବିତ୍ର ସରସ୍ୱତୀ ପୂଜା ଓ ରଥ କାଠ ଅନୁକୂଳ ହେବ ତାକୁ ନେଇ ଦ୍ବନ୍ଦ୍ୱ ଦେଖାଦେଇଛି। ଭିନ୍ନ ଭିନ୍ନ ପାଞ୍ଜିରେ ରହିଛି ଭିନ୍ନ ଭିନ୍ନ ଆକଳନ। ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତି ପ୍ରାପ୍ତ ରାଧାରମଣ ପାଞ୍ଜିରେ ଉଭୟ ୨ ଓ ୩ ରେ ଶ୍ରୀମନ୍ଦିରରେ ବସନ୍ତ ଉତ୍ସବ ଓ ରଥ କାଠ ଅନୁକୂଳ ନେଇ ଉଲ୍ଲେଖ ରହିଛି। ତେବେ ଯେଉଁ ଶାସ୍ତ୍ର ସମ୍ମତ କାରଣ ଦର୍ଶାଯାଇଛି ସେ ଅନୁଯାୟୀ ୩ ତାରିଖରେ ହିଁ ବସନ୍ତ ଉତ୍ସବ ଓ ରଥ କାଠ ହେବା କଥା।
ପଞ୍ଚମୀ ତିଥି କ୍ଷୟ ହେଉ ନ ଥିଲେ ଉଦୟକାଳକୁ ଚତୁର୍ଥୀ ଥାଇ ପଞ୍ଚମୀ ତିଥିରେ ବା ପୂର୍ବବିଦ୍ଧା ତିଥିରେ ବସନ୍ତ ପଞ୍ଚମୀ କଦାପି ପାଳନୀୟ ନୁହେଁ। ଫେବୃଆରୀ ୨ ତାରିଖ ରବିବାର ପୂର୍ବାହ୍ଣ ୯ଟା ୧୪ ପର୍ଯ୍ୟନ୍ତ ଚତୁର୍ଥୀ ଅଛି, ତା’ପରେ ପଞ୍ଚମୀ ଆରମ୍ଭ ହୋଇ ୩ ତାରିଖ ସୋମବାର ପୂର୍ବାହ୍ଣ ୬ଟା ୫୩ ପର୍ଯ୍ୟନ୍ତ ରହୁଛି। ପାଞ୍ଜି ଭେଦରେ ସାମାନ୍ୟ ଫରକ ଥିଲେ ବି ସବୁ ପାଞ୍ଜିରେ ଉଦୟବ୍ୟାପିନୀ ଓ ଷଷ୍ଠୀଯୁକ୍ତା ପଞ୍ଚମୀ ୩ ତାରିଖ ସୋମବାର ହିଁ ରହୁଛି। ପାଞ୍ଜି ଭେଦରେ ସାମାନ୍ୟ ଫରକ ଥିଲେ ବି ସବୁ ପାଞ୍ଜିରେ ଉଦୟବ୍ୟାପିନୀ ଓ ଷଷ୍ଠୀଯୁକ୍ତା ପଞ୍ଚମୀ ୩ ତାରିଖ ସୋମବାର ହିଁ ରହୁଛି।
ଶାସ୍ତ୍ର ଅନୁଯାୟୀ ଷଷ୍ଠୀ ଯୁକ୍ତ ପଞ୍ଚମୀ ତିଥିରେ ହିଁ ସରସ୍ୱତୀ ପୂଜା ଓ ରଥ କାଠ ଅନୁକୂଳ ହେବା କଥା। ତେବେ ରିକ୍ତା ତିଥି ଚତୁର୍ଥୀ ଯୁକ୍ତ ପଞ୍ଚମୀ ତିଥିରେ ସରସ୍ୱତୀ ପୂଜା ଓ ରଥ କାଠ ଅନୁକୂଳ ଗ୍ରହଣୀୟ ନୁହେଁ। ଅନ୍ୟପଟରେ ଚାରି ପୀଠର ଶଙ୍କରାଚାର୍ଯ୍ୟଙ୍କ ଅନୁମୋଦନ ଓ ପରାମର୍ଶ ଅନୁଯାୟୀ କୁମ୍ଭମେଳା ସାହିସ୍ନାନ ଫେବୃୟାରୀ ୩ ତାରିଖରେ ହେଉଛି। ଶ୍ରୀମନ୍ଦିର ପ୍ରଶାସନ ଓ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ତ୍ରୁଟି ପାଇଁ ଏଭଳି ଦ୍ୱନ୍ଦ ଉପୁଜୁଥିବା ପାଞ୍ଜି ସମୀକ୍ଷକ କହିଛନ୍ତି।
Also read https://purvapaksa.com/1300-crore-investment-for-development-of-agriculture/