ଭୀଷଣ ଖରାରେ ଛିଡ଼ାଥିବା କାର କେତେବେଳେ ବି ବ୍ଲାଷ୍ଟ ହୋଇଯାଇପରେ। କାର ବ୍ଲାଷ୍ଟ ହେବାର ବିଭିନ୍ନ କାରଣରେ ହୋଇଥାଏ। ଏମିତିରେ ଭୁଲିକରି ମଧ୍ୟ ଏହି କିଛି ଜିନିଷ ଗାଡ଼ିରେ ରଖିବା ଉଚିତ ନୁହେଁ।
ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିବା ବେଳେ ଅନେକ ରାଜ୍ୟରେ ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ନିଜର ଯତ୍ନ ନେବା ସହିତ ଗାଡ଼ିର ଏସିର ଯତ୍ନ ନେବା ମଧ୍ୟ ଜରୁରୀ ।
ଗରମ ଦିନରେ କାରରେ କିଛି ଜିନିଷ ଭୁଲରେ ମଧ୍ୟ ରଖିବା ଉଚିତ ନୁହେଁ। ଏହି ଜିନିଷ ସୂର୍ଯ୍ୟ ତାପରେ ଗରମ ହୋଇ ଆପଣଙ୍କର କାର ବ୍ଲାଷ୍ଟ ହୋଇ ପାରେ। ଆସନ୍ତୁ ଜାଣିବା ଆମ ଗାଡ଼ିରେ କେଉଁ କେଉଁ ଜିନିଷ ରଖିବା ଉଚିତ ନୁହେଁ ।
କାରରେ ପର୍ଫ୍ୟୁମ ରଖିବା ଉଚିତ ନୁହେଁ । ବାସ୍ତବରେ, ପର୍ଫ୍ୟୁମରେ ଅଲ୍କୋହଲ ଥାଏ ଯାହା ଗରମରେ ଗ୍ୟାସ୍ ହୋଇ ବୋତଲର ମଧ୍ୟରେ ଚାପ ବୃଦ୍ଧି କରିଥାଏ । ଯଦି ପର୍ଫ୍ୟୁମ ବୋତଲରେ ସିଧା ସଳଖ ସୂର୍ଯ୍ୟକିରଣ ପଡ଼େ, ତେବେ ଏହା ଗ୍ୟାସ୍ ହୋଇ ବିସ୍ଫୋଟ କରିପାରେ।
ଗାଡିରେ ଲାଇଟର ମଧ୍ୟ ରଖିବା ଉଚିତ ନୁହେଁ। ଦୀର୍ଘ ଗରମର ଫଳସ୍ୱରୂପ ଯେତେବେଳେ ଏଥିରେ ସୂର୍ଯ୍ୟକିରଣ ପଡ଼େ, ତେବେ ଏହା ଲିକ୍ ହୋଇପାରେ, ଯାହା ଫାଟିଯାଇପାରେ ଓ ଗାଡିରେ ନିଆଁ ଲାଗିଯାଇପାରେ।
ସ୍ୱାସ୍ଥ୍ୟ ସୁରକ୍ଷାରେ ବ୍ୟବହାର କରାଯାଉଥିବା ସେନିଟାଇଜର ମଧ୍ୟ କାରରେ ରଖିବା ଉଚିତ ନୁହେଁ। ଯେତେବେଳେ ଏଥିରେ ସୂର୍ଯ୍ୟ କିରଣ ପଡ଼ିଥାଏ, ସେତେବେଳେ ଏଥିରେ ନିଆଁ ଲଗିବାର ଭୟ ବୃଦ୍ଧି ପାଏ। ଏହା ହେଲେ ଆପଣଙ୍କର କାରରେ ବଡ଼ ବିସ୍ଫୋଟ ହେବାର ସମ୍ଭାବନା ଅଛି।
କେତେକ ଲୋକ ପାଣିର ଖାଲି ବୋତଳ କାର ସିଟର ତଳେ ରଖି ଦେଇଥାନ୍ତି । କିନ୍ତୁ ଏହି ଭୁଲ ସେମାନଙ୍କୁ ଭାରି ପଡିପାରେ । ବାସ୍ତବରେ, ଖାଲି ବୋତଳ ତୀବ୍ର ସୂର୍ଯ୍ୟର ତଳେ ଲେନ୍ସ ଭଳି କାମ କରେ। ଯେତେବେଳେ ଏହା ଗରମ ହୁଏ, ତେବେ ଏହା ତରଳିବାକୁ ଆରମ୍ଭ କରେ, ଯାହା ଦ୍ୱାରା ନିଆଁ ଲାଗିପାରେ ।
କରନ୍ତୁ ଏହି କାମ
ଗରମରେ କାର ଭିତର ଗରମ ପବନ ଯୋଗୁ ହାଇ ପ୍ରେସର ବଢ଼ି ପାରେ, ଯାହାଦ୍ୱାରା ଗାଡ଼ିର କାଚ ଭାଙ୍ଗି ଯାଇପାରେ। ସେଥିପାଇଁ ଯଦି ଆପଣ ଖରାରେ ଗାଡିକୁ ରଖିଛନ୍ତି ତେବେ କିଛି ସମୟ ପାଇଁ ଗାଡିର କାଚ ଖୋଲି ଦିଅନ୍ତୁ । ଯାହା ମାଧ୍ୟମରେ ଭିତର ଗରମ ପବନ ବାହାରୀ ଯିବ ।