- ବଡ଼ ପରଦାରେ ରିଲିଜ ହୋଇଛି ଫିଲ୍ମ ‘କଙ୍ଗୁୱା’
- ୨୦୨୪ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ
ଏହାକୁ ଦେଖିବା ପାଇଁ ବେଶ ଉତ୍ସାହର ସହ ଅପେକ୍ଷା କରିଥିଲେ ଦର୍ଶକ । ହେଲେ ବକ୍ସ ଅଫିସ୍ରେ ନିରାଶ କଲା ‘କଙ୍ଗୁଭା’ । ଆଶା ଠାରୁ କମ୍ ରୋଜଗାର କରିବା ସହ ନିଜ ପ୍ରଦର୍ଶନରେ ଦର୍ଶକଙ୍କୁ ନିରାଶ କରିଛି ‘କଙ୍ଗୁଭା’ । ତେବେ ପ୍ରଥମ ଦିନର ଶୋ’ ଦେଖିବାକୁ ପ୍ରେକ୍ଷାଳୟରେ ଦର୍ଶକଙ୍କ ଭିଡ଼ ଜମିଥିଲା।
ଏହି ଫିଲ୍ମରେ ବବି ଦେଓଲ ଭିଲେନ ଭୂମିକାରେ ଅଭିନୟ କରିଛନ୍ତି। ଏହାସହ ସୁପରଷ୍ଟାର ସୂରିୟା ଶିବକୁମାରଙ୍କ ସହ ଅଭିନେତ୍ରୀ ଦିଶା ପାଟାନି, ଯୋଗୀ ବାବୁ, କିଙ୍ଗସଲି, କୋଭାଇ ସରଲା, ଆନନ୍ଦ ରାଜଙ୍କ ପରି ଷ୍ଟାରମାନେ ଅଭିନୟ କରିଛନ୍ତି । ଏହି ଫିଲ୍ମ ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ହିନ୍ଦୀ ଏବଂ ଇଂରାଜୀ ସହିତ ୧୦ ଟି ଭାଷାରେ 3Dରେ ରିଲିଜ କରାଯାଇଛି । ବର୍ତ୍ତମାନ ସୋସିଆଲ ମିଡିଆରେ ‘କଙ୍ଗୁୱା’କୁ ନେଇ ଝଡ଼ ଦେଖିବାକୁ ମିଳିଛି । ଦର୍ଶକ ଏହି ଫିଲ୍ମ ବିଷୟରେ ନିଜର ମତାମତ ଦେଉଛନ୍ତି । କେହି ଏହି ଫିଲ୍ମକୁ ବେଶ ପସନ୍ଦ କରୁଥିବା ବେଳେ ଅନେକେ ଏହାକୁ ପସନ୍ଦ କରୁ ନାହାନ୍ତି । ଏହି ଫିଲ୍ମରେ ୯ମ ଶତାବ୍ଦୀରୁ ଏକବିଂଶ ଶତାବ୍ଦୀ ପର୍ଯ୍ୟନ୍ତର କାହାଣୀକୁ ଦର୍ଶାଯାଇଛି ।
ଫିଲ୍ମରେ ସୂରିୟାଙ୍କର ଡବଲ ରୋଲ ଦେଖିବାକୁ ମିଳିଛି । ୧୦୭୦ ମସିହା ଏବଂ ୨୦୨୪ ମସିହା ମଧ୍ୟରେ ଥିବା ତାଙ୍କ କାହାଣୀକୁ ଦର୍ଶା ଯାଇଛି । ଏଥିରେ ସୂରିୟାଙ୍କର ଆଉ ଏକ ରୂପକୁ ଦେଖା ଯାଇଛି। କିପରି ସେ ତାଙ୍କ ପୁଅ ପାଇଁ ସମସ୍ତଙ୍କ ସହ ଲଢ଼ୁଛନ୍ତି ତାହା ବେଶ ପ୍ରଶଂସା ଜନକ ଥିଲା । ଯାହା ସମସ୍ତଙ୍କ ମନରେ ଖାସ ଜାଗା ତିଆରି କରି ପାରିଛି । ଫିଲ୍ମର ବଜେଟ୍ ୩୫୦କୋଟି ବୋଲି କୁହାଯାଉଥିବା ବେଳେ ପ୍ରଥମ ଦିନରେ ଏହା ହାପ୍ ସେଞ୍ଚୁରୀ ମାରିଛି। ତେବେ ଦେଖିବାକୁ ବାକି ରହିଲା ଯେ ଆଗାମୀ ଦିନରେ ଏହା ବକ୍ସ ଅଫିସରେ କଣ କମାଲ କରୁଛି ।
Also read :https://purvapaksa.com/toxic-air/