ଇତି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଶାସନର ୧୧ ବର୍ଷ ପୂରଣ କରିଛନ୍ତି । ନିର୍ବିବାଦୀୟ କଥା ହେଉଛି, ବିଜେପି ନେତୃତ୍ବାଧୀନ ଏନ୍ଡିଏ ସରକାର ତା’ର ସ୍ଥିତିକୁ ସୁଦୃଢ଼ କରି ରାଜନୀତିକ ଦୃଶ୍ୟପଟରେ ନିଜର ଶାସନ କାର୍ଯ୍ୟ ଚଳାଇ ନେବାରେ ସକ୍ଷମ ହୋଇ ପାରିଛି । ଯଦିଓ ୨୦୨୪ ସାଧାରଣ ନିର୍ବାଚନରେ ଲୋକମାନେ ଏକ ପ୍ରକାର ମିଶ୍ରିତ ଭୋଟ ଦାନ କରିଥିଲେ ତଥାପି ବିଜେପି ପୁଣି କ୍ଷମତାକୁ ଆସିଲା ଓ ପୂର୍ବର କାର୍ଯ୍ୟକୁ ଜାରୀ ରଖିବା ଆରମ୍ଭ କଲା ।
୨୦୧୪ରେ ଯେଉଁ ଭାରତ ବିଶ୍ୱର ଦଶମ ବୃହତ୍ତମ ଅର୍ଥନୀତି ଭାବରେ ପରିଗଣିତ ହେଉଥିଲା, ସେହି କ୍ଷେତ୍ରରେ ବର୍ତ୍ତମାନ ଏକ ଲମ୍ଫ ପ୍ରଦାନ ଦେଖା ଯାଇଛି ଏବଂ ଏହା ବର୍ତ୍ତମାନ ଜାପାନ ଏବଂ ଜର୍ମାନୀର ଅର୍ଥନୀତିକୁ ପଛରେ ପକାଇ ବିଶ୍ବର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହେବା ସ୍ଥିତିରେ ରହିଛି। ଏହି ଅଭିବୃଦ୍ଧିର ଅଧିକାଂଶ ଭାଗ ହୁଏତ ଜୈବିକ ହୋଇପାରେ। କାରଣ ଦେଶର ସମ୍ପ୍ରସାରିତ ଜନସଂଖ୍ୟା ସହିତ ଏହି ବୃଦ୍ଧିକୁ ଯୋଡ଼ା ହୋଇଛି। ବିଶ୍ଵର ସର୍ବାଧିକ ଜନସଂଖ୍ୟାବିଶିଷ୍ଟ ରାଷ୍ଟ୍ର ଚୀନକୁ ଅତିକ୍ରମ କରି ଏବେ ଏଇ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଭାରତ ରହିଛି ।ତେବେ କେବଳ ଜନସଂଖ୍ୟାର ବୃଦ୍ଧି ସହିତ ଯେ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ଘଟିଛି ତାହା ନୁହେଁ ଏଥିପାଇଁ ମୋଦୀ ସରକାରଙ୍କୁ ଅନେକ କିଛି କାର୍ଯ୍ୟର ସୁପରିଚାଳନା କରିବାକୁ ପଡ଼ିଛି ।
ଏହି ସରକାରଙ୍କ ଅମଳରେ ବିମୁଦ୍ରାକରଣକୁ ଯଦିଓ ଅର୍ଥନୀତିକୁ ପ୍ରଭାବିତ କରିବା ଭଳି ଏକ ସର୍ବାଧିକ ଭ୍ରମାତ୍ମକ-ବିଚାରସମ୍ପନ୍ନ ନିଷ୍ପତି ଭାବରେ ଗ୍ରହଣ କରାଯାଇପାରେ । ଏହା ପରବର୍ତ୍ତୀ ସମୟରେ ଦେଶର ଅର୍ଥନୀତି କୋଭିଡ୍-୧୯ ମହାମାରୀ ଦ୍ଵାରା ଗୁରୁତର ଭାବରେ ଆଘାତପ୍ରାପ୍ତ ହୋଇଥିଲା।ଏକଥା ବର୍ଭମାନ ସୁସ୍ପଷ୍ଟ ଯେ ଭାରତକୁ ପୂର୍ବାପେକ୍ଷା ଆହୁରି ଅଧିକ ଦ୍ରୁତ ଗତିରେ ଆଗେଇବାକୁ ପଡ଼ିବ।ଏମିତିକି ଗତ ବର୍ଷର ୬.୫ ପ୍ରତିଶତ ହାରଠାରୁ ମଧ୍ୟ ଅଧିକ ଦ୍ରୁତ ବେଗରେ।
ଏକଥା ସାଧାରଣରେ ଗ୍ରହଣ କରାଯାଉଛି ଯେ ଏକ ବିକଶିତ ରାଷ୍ଟ୍ର ଭାବରେ ବିଶ୍ଵ ସମୁଦାୟରେ ଉଭା ହେବା ନିମନ୍ତେ ଏବଂ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ହେଲେ ଭାରତ ଏହାର ଅର୍ଥନୀତିକୁ ବାର୍ଷିକ ୧୦ ପ୍ରତିଶତ ହାରରେ ବୃଦ୍ଧି କରିବାର ଆବଶ୍ୟକ । ସାଧାରଣତଃ ,ପରିସଂଖ୍ୟାନ ଯେତିକି ପ୍ରକାଶ କରେ, ତା’ଠାରୁ ଅଧିକ ଅପ୍ରକାଶିତ ରଖୁଥାଏ। ତଥାପି ଦେଶରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ଆଶାନୁରୂପ ଭାବରେ ଭଲ କାମ କରିଥିବା ମନେହୁଏ, କାରଣ ବିଶ୍ଵ ବ୍ୟାଙ୍କ ଏହାର ଦାରିଦ୍ର୍ୟ ସୀମାରେଖାର ମାନଦଣ୍ଡରେ ସବୁକିଛି ମାପି ସାରିବା ପରେ ନିକଟରେ ପ୍ରକାଶ କରିଛି ଯେ ନିମ୍ନମଧ୍ୟବିତ୍ତ ଆୟକାରୀ ବର୍ଗର ଦେଶମାନଙ୍କରେ ବାସ କରୁଥିବା ଲୋକମାନଙ୍କଠାରୁ ଆହୁରି କମ୍ ରୋଜଗାର କରୁଥିବା ଭାରତୀୟମାନଙ୍କ ସଂଖ୍ୟା ୪୦୦ ନିୟୁତ ହ୍ରାସ ପାଇଛି ।ଏହା ସେମାନଙ୍କ ଘରୋଇ ଉପଭୋଗ ବା କଞ୍ଜମ୍ପସନ୍ ଏବଂ ଅତ୍ୟାବଶ୍ୟକ ସେବାଗୁଡ଼ିକର ଉପଲବ୍ଧତାରେ ପ୍ରତିଫଳିତ
ହୋଇଛି ।
ଗୁଣାତ୍ମକତା ଦୃଷ୍ଟିରୁ ସେଗୁଡ଼ିକ ହୁଏତ ଅଧିକ ହୋଇ ପାରନ୍ତି । ଏକଥା କିନ୍ତୁ ସତ୍ୟ ଯେ ସଡ଼କ, ରେଳ, ବିମାନ ଏବଂ ମୋବାଇଲ ନେଟୱର୍କର ସଂଯୋଗଜନିତ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ହୋଇଥିବା ବୃଦ୍ଧିରେ ବିଜେପି ବିଗତ ଏକ ଦଶନ୍ଧି ଭିତରେ ପ୍ରାଧାନ୍ୟ ବିସ୍ତାରକାରୀ ରାଜନୀତିକ ଶକ୍ତି ଭାବରେ ଉଭା ହୋଇଥିବା ସ୍ପଷ୍ଟ ଭାବରେ ଦେଖୋହୁଏ । କହିବା ଅନାବଶ୍ୟକ ଯେ, ବିଜେପି ମିତ୍ର ଦଳମାନଙ୍କ ସଙ୍ଗେ ମିଶି ୧୯ଟି ରାଜ୍ୟ ଏବଂ ଦୁଇଗୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଶାସନ କରୁଛି । ଏହି ସବୁ ରାଜ୍ୟରେ ବାସ କରୁଥିବା ଲୋକଙ୍କ ସଂଖ୍ୟା ନବେ କୋଟି। ପୂର୍ବ ସରକାରମାନଙ୍କ ଅପେକ୍ଷା ଉତ୍କୃଷ୍ଟ ସ୍ଥିତିରେ ଅଛନ୍ତି ଏହି ଲୋକ।
ଭାରତର ଅଶୀ କୋଟିରୁ ଅଧିକ ସଂଖ୍ୟକ ଲୋକଙ୍କୁ ସ୍ଵଳ୍ପ ମୂଲ୍ୟରେ ମୌଳିକ ଖାଦ୍ୟଶସ୍ୟ ଯୋଗାଇବା ଏକ ବଡ ଉପଲବ୍ଧି । ଯଦିଓ ଏଥିରୁ ଅଧିକାଂଶ ଭାଗ ହେଉଛି ରାଜନୀତିକ କ୍ଷେତ୍ର । ଭୋଟରମାନଙ୍କୁ ନିଜ ଦଳ ସପକ୍ଷରେ ଆକୃଷ୍ଟ କରିବା ନିମନ୍ତେ ଉପହାର ପ୍ରଦାନ କରିବାର ପ୍ରଥାକୁ ବନ୍ଦ ନକରିବା ପାଇଁ ମୋଦି ସରକାର ଚାହିଁଛି। ତଥାପି ଏହା ସୂଚାଇ ଦେଉଛି ଯେ ଏକ ବିକଶିତ ରାଷ୍ଟ୍ର ଭାବରେ ନିଜକୁ ସାମଗ୍ରିକ ଭାବରେ ପ୍ରତିପାଦିତ କରିବାକୁ ହେଲେ ଭାରତକୁ ଆଉ କେତେ ପ୍ରଗତି କରିବା ଉଚିତ।
ଏହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ଭାରତୀୟ ସୂଚନା ପ୍ରଯୁକ୍ତ (ଆଇଟି) କମ୍ପାନୀମାନେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ଯାଇ ହାରାହାରି ୧୫୦ କୋଟି ଲୋକଙ୍କ ଜୀବନକୁ ଉନ୍ନତ କରି ପାରିଛନ୍ତି। ସେମାନଙ୍କୁ ଡିଜିଟାଲ ଦେୟ ପ୍ରଦାନ କରିବାରେ ସକ୍ଷମ କରାଯାଇ ପାରିଛି । ବିବିଧତାଭରା ଦେଶରେ ଏବଂ ସମସ୍ତ ଦୋଷତ୍ରୁଟି ସତ୍ତ୍ଵେ ଜିଏସ୍ଟି ବ୍ୟବସ୍ଥା ପଟ୍ଟ ପରିବର୍ତ୍ତନକାରୀ ସାବ୍ୟସ୍ତ ହୋଇଥିବା ନେଇ କ୍ଵଚିତ୍ ସନ୍ଦେହ ରହିଚି। ସେହିଭଳି, ସର୍ବନିମ୍ନ ଜିଏସ୍ଟି ହାର ୧୩ ପ୍ରତିଶତ ପାଖାପାଖି ହେବା ଏବଂ ପ୍ରତି ଭାରତୀୟ ଏହା ପ୍ରଦାନ କରିବା ଦୃଷ୍ଟିରୁ ଦେଖିଲେ ସମସ୍ତେ ଯେ ଅଧିକ ଟିକସ ପ୍ରଦାନ କରୁଛନ୍ତି, ତାହା ଅସ୍ଵୀକାର କରିହେବ ନାହିଁ ।
ଜିଏସ୍ଟି ସଂଗ୍ରହ ବେଳକୁ ବେଳ ବୃଦ୍ଧି ପାଇବା ସୂଚାଉଛି ଯେ ଭାରତୀୟମାନେ ଏବେ ପୂର୍ବାପେକ୍ଷା ଅଧିକ ଭଲରେ ଅଛନ୍ତି ଯଦିଓ ସମ୍ପଦର ଆବଣ୍ଟନରେ ରହିଥିବା ଅନ୍ତର ବିସ୍ତାରିତ ହୋଇ ଚାଲିଛି । ହରିୟାନା, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ପଛକୁ ପଛ ରାଜନୀତିକ ବିଜୟ ଏବଂ ନିକଟରେ ହୋଇଥିବା ଅପରେସନ୍ ସିନ୍ଦୂର ଜରିଆରେ ପାକିସ୍ତାନକୁ ଏକ କଡ଼ା ବାର୍ତ୍ତା ପ୍ରଦାନ କରିବାକୁ ସକ୍ଷମ ହୋଇଛି ଦେଶ ।
ALSO READ https://purvapaksa.com/women-reservation-33-seats-mandatory/
Women reservation, 33% seats mandatory ।। ମହିଳା ସଂରକ୍ଷଣ ,୩୩% ଆସନ ବାଧ୍ୟତାମୂଳକ
