Lok sabha: ଭାରତୀୟ ସଂସଦର ନୂଆ କୋଠାରେ ଲାଗିଥିବା ଅତ୍ୟାଧୁନିକ ଭୋଟିଂ ମେସିନର ଆଜି ଉପଯୋଗ ହୋଇଛି। ଏହି କ୍ରମରେ ସାଂସଦମାନେ ସେମାନଙ୍କ ଭୋଟ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକ ଭୋଟିଂ ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରିଛନ୍ତି। ୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକ ଗୃହରେ ଉପସ୍ଥାପନ ହେବ ନା ନାହିଁ ସେ ସମ୍ବନ୍ଧରେ ସରକାରଙ୍କୁ ଅନୁମତି ଦେବା ଲାଗି ଏହି ଭୋଟିଂ ଉଦ୍ଦିଷ୍ଟ ରହିଛି।
ଭାରତୀୟ ସଂସଦର ନୂଆ କୋଠାରେ ଲାଗିଥିବା ଅତ୍ୟାଧୁନିକ ଭୋଟିଂ ମେସିନର ଆଜି ଉପଯୋଗ ହୋଇଛି। ଏହି କ୍ରମରେ ସାଂସଦମାନେ ସେମାନଙ୍କ ଭୋଟ ପ୍ରଥମ ଥର ପାଇଁ ଇଲେକ୍ଟ୍ରୋନିକ ଭୋଟିଂ ବ୍ୟବସ୍ଥା ମାଧ୍ୟମରେ ପ୍ରଦାନ କରିଛନ୍ତି। ୧୨୯ତମ ସମ୍ବିଧାନ ସଂଶୋଧନ ବିଧେୟକ ଗୃହରେ ଉପସ୍ଥାପନ ହେବ ନା ନାହିଁ ସେ ସମ୍ବନ୍ଧରେ ସରକାରଙ୍କୁ ଅନୁମତି ଦେବା ଲାଗି ଏହି ଭୋଟିଂ ଉଦ୍ଦିଷ୍ଟ ରହିଛି। ଯେଉଁଥିରେ ସରକାରୀ ଦଳ ୨୬୯ଟି ଭୋଟ ପାଇ ବିଧେୟକକୁ ଉପସ୍ଥାପନ କରିଛନ୍ତି।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା କମିଟି ଦେଶରେ ଏକ ସମୟରେ ବିଧାନସଭା, ଲୋକସଭା, ଏବଂ ରାଜ୍ୟର ମ୍ୟୁନିସିପାଲିଟି ଓ ଗ୍ରାମପଞ୍ଚାୟତ ନିର୍ବାଚନକୁ ଗୋଟିଏ ସମୟରେ ଶେଷ କରିବା ପାଇଁ ସୁପାରିଶ କରିଥିଲେ। ୧୪ ମାର୍ଚ୍ଚ ୨୦୨୪ରେ ଏହି ରିପୋର୍ଟ ପ୍ରଦାନ କରାଯାଇଥିଲା। ୧୯୧ ଦିନର ଗବେଷଣା ପରେ ୧୮୬୨୬ ପୃଷ୍ଠାର ରିପୋର୍ଟକୁ ଉପସ୍ଥାପନ କରିଥିଲେ। ଯେଉଁଥିରେ ୪୭ଟି ରାଜନୈତିକ ଦଳର ମତ ନିଆଯାଇଥିଲା। ଏହି ଦଳ ମାନଙ୍କ ଭିତରୁ ୩୨ଟି ରାଜନୈତିକ ଦଳ ଏକ ସମୟରେ ନିର୍ବାଚନ ପାଇଁ ସମର୍ଥନ ପ୍ରଦାନ କରିଥିଲେ।
ଆଜି ଲୋକସଭାରେ ଏହି ବିଧେୟକ ଉପସ୍ଥାପନ କରିବା ପୂର୍ବରୁ କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ବିଧେୟକକୁ ଯୁଗ୍ମ ସଂସଦୀୟ କମିଟିର ବିଚାର ପାଇଁ ପଠାଇବା ଲାଗି ଅନୁରୋଧ କରିଥିବା ନେଇ ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ସୂଚନା ରଖିଥିଲେ। କିନ୍ତୁ ବିରୋଧି ଦଳର ସଂସଦମାନେ ଏହି ବିଧେୟକ ସଂସଦରେ ଆଗମନ ହେବା ଯୋଗ୍ୟ ନୁହେଁ ବୋଲି ଯୁକ୍ତି ଉପସ୍ଥାପନ କରିଥିଲେ। ଏପରିକି ଏହି ବିଧେୟକକୁ ଏଡାଇ ନେବା ପାଇଁ ସେମାନେ ଦାବି ରଖିଥିଲେ। ବାଚସ୍ପତି ଏହାର ବିଚାର କରି ଆଜି ଭୋଟ ମାଧ୍ୟମରେ ମତ ସଂଗ୍ରହ କରିବା ଲାଗି ଗୃହରେ ବିଭାଜନ ମତ ଆହ୍ୱାନ କରିଥିଲେ।
ପ୍ରତି ସାଂସଦଙ୍କ ଟେବୁଲରେ ଲାଗିଥିବା ଅତ୍ୟାଧୁନିକ ଭୋଟିଂ ମେସିନ ସହାୟତା ଏହି ଭୋଟ ଗ୍ରହଣ କରାଯାଇଥିଲା। ପ୍ରଥମେ ଉପସ୍ଥିତ ଥିବା ସଦସ୍ୟଙ୍କ ଭିତରୁ ୩୬୯ ଜଣ ଭୋଟ ଦେଇଥିବା ଜଣାପଡିଥିଲା। ଏଥିରୁ ସପକ୍ଷରେ ୨୨୦ ଓ ବିପକ୍ଷରେ ୧୪୯ଟି ଭୋଟ ଥିଲା। କିନ୍ତୁ ଏହି ପ୍ରକ୍ରିୟାରେ ଅନେକ ସାଂସଦ ଭୋଟ ଦେଇପାରିନଥିବା ଅଭିଯୋଗ କରିଥିଲେ। ଏଣୁ ସେମାନଙ୍କୁ ପାରମ୍ପରିକ ପର୍ଚ୍ଚି ସହାୟତାରେ ଭୋଟ ଦେବାକୁ ସୁଯୋଗ ମିଳିଥିଲା। ସମୁଦାୟ ପ୍ରକ୍ରିୟାରେ ୪୬୭ ଜଣ ସାଂସଦ ଭୋଟ ଦେଇଥିଲେ। ସେଥିରୁ ୨୬୯ ସାଂସଦ ପ୍ରସ୍ତାବ ଉପସ୍ଥାପନ କରିବା ସପକ୍ଷରେ ଭୋଟ ଦେଇଥିବା ବେଳେ ୧୯୮ ଜଣ ସାଂସଦ ପ୍ରସ୍ତାବକୁ ବିରୋଧ କରିଥିଲେ। ଏହାପରେ ବାଚସ୍ପତି ବହୁଳ ସଂଖ୍ୟାକୁ ଦୃଷ୍ଟିରେ ରଖି ଗୃହରେ ବିଧେୟକ ଆଗତ ପାଇଁ ପ୍ରସ୍ତାବ ପାରିତ କରିଥିଲେ।
ଚୀନ ଓ ରୁଷର ନାମ ନେଇ କହିଲେ ଜୟଶଙ୍କର, ଅସ୍ତ୍ରଶସ୍ତ୍ର ଅର୍ଥନୀତିର ଏହି ଯୁଗ, ବୁଝନ୍ତୁ ବନ୍ଧୁକ ବନାମ ବଟର ମଡେଲ୍
