Economic survey 2024–25: ବଜେଟ୍ ପୂର୍ବରୁ ଜାରି ହୋଇଥିବା ଅର୍ଥନୈତିକ ସର୍ଭେରେ କାର୍ଯ୍ୟ-ଜୀବନ ସନ୍ତୁଳନ ଉପରେ ଆଲୋଚନା ହୋଇଥିଲା। ଏହି ସର୍ଭେରେ ୭୦ରୁ ୯୦ ଘଣ୍ଟା କାମ କରିବା ମାନସିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି କୁହାଯାଇଥିଲା।
ଦେଶରେ ଗତ କିଛିଦିନ ଧରି କାର୍ଯ୍ୟଘଣ୍ଟାକୁ ନେଇ ବିତର୍କ ଚାଲିଛି। ପ୍ରଥମେ ଇନଫୋସିସ୍ ଅଧ୍ୟକ୍ଷ ନାରାୟଣମୂର୍ତ୍ତି ସାପ୍ତାହିକ କାର୍ଯ୍ୟଘଣ୍ଟା ବଢାଇ ୭୦ ଘଣ୍ଟା କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କଠାରୁ ଆଉ ପାଦେ ଆଗକୁ ବଢ଼ି ଏଲ ଆଣ୍ଡ ଟି ଚେୟାରମ୍ୟାନ ଏନ ଏସ ସୁବ୍ରମଣ୍ୟମ ରବିବାର ଦିନ ସ୍ତ୍ରୀକୁ ନ ଦେଖି ୯୦ଘଣ୍ଟା କାମ କରିବାକୁ ନିଜ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଯାହାକୁ ବହୁସ୍ତରରେ ବିରୋଧ କରାଯାଇଥିଲା। ମହିନ୍ଦ୍ରା ଗ୍ରୁପ ମୁଖ୍ୟ ଆନନ୍ଦ ମହିନ୍ଦ୍ରା ୭୦ କିମ୍ବା ୯୦ ଘଣ୍ଟିଆ କାମକୁ ପସନ୍ଦ କରିନଥିଲେ।
ତେବେ ସପ୍ତାହକୁ କେତେଘଣ୍ଟା କାର୍ଯ୍ୟ କରାଯିବା ଉଚିତ ତାହାର ଉତ୍ତର ଅର୍ଥନୈତିକ ସର୍ଭେ ରିପୋର୍ଟ ଦେଇଛି ସଂସଦରେ ବଜେଟ୍ ଅଧିବେଶନ କାଳରେ ରଖା ଯାଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ସପ୍ତାହକୁ ୯୦ ଘଣ୍ଟା କାମ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି କୁହାଯାଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖରେ ବଜେଟ୍ ରଖିବାକୁ ଯାଉଛନ୍ତି। ଶୁକ୍ରବାର ଦିନ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ଅର୍ଥମନ୍ତ୍ରୀ ଅର୍ଥନୈତିକ ସର୍ଭେ ରିପୋର୍ଟ ରଖିଛନ୍ତି। ସର୍ଭେ ରିପୋର୍ଟରେ ସରକାର ବର୍ଷକର ଖର୍ଚ୍ଚ,ଦେଶର ଅର୍ଥବ୍ୟବସ୍ଥା ଓ ଜିଡିପି ଉପରେ ବିବରଣୀ ଦେଇଛନ୍ତି।
ଏହା ଭିତରେ 2୨୦୨୪ରେ ୱାର୍କ ଲାଇଫକୁ ନେଇ ଦେଶରେ ଚାଲିଥିବା ବିତର୍କ କଥା ମଧ୍ୟ ସର୍ଭେ ରିପୋର୍ଟରେ କୁହାଯାଇଛି। ସପ୍ତାହକୁ ୭୦ ଘଣ୍ଟା ନା ୯୦ ଘଣ୍ଟା, କେତେଘଣ୍ଟା କାମ କରିବାକୁ ପଡ଼ିବ,ଏହା ଉପରେ ବିଭିନ୍ନ ଅଧ୍ୟୟନ ଓ ସମୀକ୍ଷା ରିପୋର୍ଟକୁ ଉଧାର କରି ରିପୋର୍ଟରେ ସ୍ୱାସ୍ଥ୍ୟ ଉପରେ ଏଭଳି କାର୍ଯ୍ୟଘଣ୍ଟାର ନକରାତ୍ମକ ପ୍ରଭାବ ପଡ଼ିବ ବୋଲି କୁହାଯାଇଛି। ନିଜ ଡେସ୍କରେ ଲମ୍ବା ସମୟ ପାଇଁ ବସିବା ମାନସିକ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ରିପୋର୍ଟ କହିଛି। ଯେଉଁ ବ୍ୟକ୍ତି ୧୨ ଘଣ୍ଟାରୁ ଅଧିକ ସମୟ ଡେସ୍କରେ ବିତାନ୍ତି ସେମାନେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି ବୋଲି ରିପୋର୍ଟରେ କୁହାଯାଇଛି।
୯୦ ଘଣ୍ଟା କାମ ସ୍ୱାସ୍ଥ୍ୟ ପାଇଁ ହାନିକାରକ
ଅର୍ଥନୈତିକ ସର୍ଭେ ରିପୋର୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆଇଏଲଓ, ପେଗାଏଫ୍, ନଫ୍ରାଡି ବି(୨୦୨୧)ର ରିପୋର୍ଟର ଉଦାହରଣ ଦେଇ କୁହାଯାଇଛି ଯେ, ଅଧିକ କାମ କରିବା ଉତ୍ପାଦନ ପାଇଁ ଭଲ କିନ୍ତୁ ସପ୍ତାହକୁ ୫୫ରୁ ୬୦ ଘଣ୍ଟାରୁ ଅଧିକ କାମ କରିବାଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସର୍ଭେରେ ସୋପିୟନ ଲ୍ୟାବସ ସେଣ୍ଟର ଫର ହ୍ୟୁମନ ବ୍ରେନ୍ ଆଣ୍ଡ୍ ମାଇଣ୍ଡର ରିସର୍ଚ୍ଚକୁ ଉଦ୍ଧାର କରି କୁହଯାଇଛି ଯେ,ଯେଉଁ ବ୍ୟକ୍ତି ଦିନକୁ ୧୨ ଘଣ୍ଟାରୁ ଅଧିକ କାମ କରନ୍ତି ସେ ମାନସିକଭାବେ ଅସୁସ୍ଥ ହୋଇ ପାରନ୍ତି। ସପ୍ତାହକୁ ୭୦ ଘଣ୍ଟାରୁ ୮୦ ଘଣ୍ଟା କାମ କରିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି କୁହାଯାଇଛି।
Also readhttps://purvapaksa.com/india-and-beyond-the-first-indian-astronaut-to-travel-to-space-station/
ସ୍ପେସ୍ ଷ୍ଟେସନ୍କୁ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଯାତ୍ରା କରିବେ ଶୁଭ୍ରାଂଶୁ
