ଉତ୍ତରପ୍ରଦେଶ ପ୍ରୟାଗରାଜରେ ୧୩ ଜାନୁଆରୀରୁ ଆରମ୍ଭ ହେବାକୁ ଯାଉଛି ମହାକୁମ୍ଭ । ମହାକୁମ୍ଭ ମେଳାକୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ତଥା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ପ୍ରତି ୧୨ ବର୍ଷରେ ଆୟୋଜିତ ହେଉଥିବା ବିଶାଳ ଧାର୍ମିକ ମେଳା ପ୍ରୟାଗରାଜରେ ୪୫ ଦିନ ପର୍ଯ୍ୟନ୍ତ ଚାଲିବ ।
ଲୋକଙ୍କୁ ହିଲ ଷ୍ଟେସନର ଅନୁଭୂତି ଦେବାକୁ ପ୍ରୟାଗରାଜ ମହାକୁମ୍ଭରେ ପ୍ରଥମ ଥର ପାଇଁ ଡୋମ ସିଟି ପ୍ରସ୍ତୁତ କରାଯାଇଛି । ଫାୟାର ପ୍ରୁଫ ଡୋମ ସିଟି ପ୍ରସ୍ତୁତ ହୋଇସାରିଛି । ଡୋମ ସିଟିରେ ନିର୍ମାଣ ହୋଇଥିବା କଟେଜର ଦାମ୍ ୮୧ ହଜାର ଟଙ୍କା । ୩ ହେକ୍ଟରରେ ନିର୍ମାଣ ହୋଇଥିବା ଭବ୍ୟ ଡୋମ ସିଟିର ନିର୍ମାଣ ପାଇଁ ପାଖାପାଖି ୫୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।
ମହାକୁମ୍ଭରେ ଡୋମ ସିଟିର ଆଧୁନିକତା, ଭବ୍ୟତା ଏବଂ ଆଧ୍ୟାତ୍ମର ଅନୁଭୂତିର ସଙ୍ଗମ ହେବ । ଡୋମ ସିଟିରେ ରହିବା ଲୋକଙ୍କୁ ହିଲ୍ ଷ୍ଟେସନର ମଜା ଅନୁଭୂତ ହେବ । ଥଣ୍ଡା ପବନ ସାଙ୍ଗକୁ ଚାରିଆଡେ ସଙ୍ଗମ ସ୍ଥଳ ଦେଖିବାକୁ ମିଳିବ । ଅଣ୍ଡାକାର କଟେଜ ଭିତରେ ଲୋକ ଗଙ୍ଗା, ଯମୁନା ନଦୀର ଦର୍ଶନ କରିପାରିବେ । ଏହି କଟେଜ ଭିତରେ ଚାରିଆଡ ଦେଖିପାରିବେ । ଏଥିରେ ଟଏଲେଟର ମଧ୍ୟ ସୁବିଧା ରହିଛି । ଏଥିରେ ରହିବାକୁ ହେଲେ ଭଡା ୮୧ ହଜାର ଟଙ୍କା ଦେବାକୁ ହେବ ।
ପ୍ରୟାଗରାଜ ମହାକୁମ୍ଭ ସରକାରଙ୍କ ସାମ୍ନାରେ ଏକ ବଡ଼ ଚ୍ୟାଲେଞ୍ଜ । ସ୍ବଚ୍ଛତାକୁ ଆଖି ଆଗରେ ରଖି ଏହି ଡୋମ କଟେଜର ନିର୍ମାଣ କରାଯାଇଛି । ମହାକୁମ୍ଭକୁ ପ୍ରାୟ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଆସିବେ । ତେଣୁ ସଂଗମ ସ୍ଥଳରେ ୧୦ ଲକ୍ଷରୁ ଅଧିକ ଗ୍ରୀନ ଟଏଲେଟ ନିର୍ମାଣ କରାଯାଇଛି । ଗ୍ରୀନ ଟଏଲେଟର ସ୍ବତନ୍ତ୍ରତା ହେଉଛି, ଏଥିରେ କୌଣସି ଅପରିଷ୍କାର ରହିବ ନାହିଁ । ମହିଳାଙ୍କ ପାଇଁ ମହାକୁମ୍ଭରେ ପରିସ୍କାର ଏବଂ ଶୌଚାଳୟକୁ ନେଇ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି ।
୨୦୨୫ ମସିହାରେ ୧୩ ଜାନୁଆରୀରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ଉତ୍ତରପ୍ରଦେଶରେ ପ୍ରାର୍ଥନା ମହାକୁମ୍ଭ ମେଳା ଆୟୋଜିତ ହେବାକୁ ଯାଉଛି । ଦେଶ ତଥା ବିଶ୍ୱର କୋଟି କୋଟି ଭକ୍ତ ମହାମେଳାରେ ଭାଗ ନେବାକୁ ପ୍ରୟାଗରାଜ କିମ୍ବା ମହାକୁମ୍ଭ ମେଳାକୁ ଯାଉଛନ୍ତି । ଧାର୍ମିକ ବିଶ୍ୱାସ ଅନୁଯାୟୀ, ମହାକୁମ୍ଭ ମେଳା ସମୟରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ ।
Also read https://purvapaksa.com/farewell-to-2024-the-last-sunrise-of-the-year/
ବିଦାୟ ନେଉଛି ୨୦୨୪, ବର୍ଷର ଶେଷ ସୂର୍ଯ୍ୟୋଦୟ ଦେଖିବାକୁ ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କ ଭିଡ