SORRY: ସରି ଶବ୍ଦ କେଉଁଠୁ ଆସିଛି ଓ ଏହାର ପ୍ରକୃତ ଅର୍ଥ କଣ….ବ୍ୟବହାର କରୁଥିଲେ ବି ଜାଣିନଥିବେ ଏହାର ଉତ୍ତର ।
Sorry କହିବାରେ ଆମେ ଏତେ ଅଭ୍ୟସ୍ତ ହୋଇଗଲୁଣି ଯେ ସବୁ ସମୟରେ ମୁହଁରୁ ସରି ବାହାରିଥାଏ ।
ଯେତେବେଳେ କେହି ଭୁଲ୍ ନକରି SORRY କୁହନ୍ତି, ସେ ସହଜରେ ଅନ୍ୟମାନଙ୍କ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ଲାଭ କରିପାରନ୍ତି । କିନ୍ତୁ ସବୁ କଥାରେ ସରି କହିବା ତୁମର ମାନସିକ ଦୁର୍ବଳତାର ସଙ୍କେତ ଭାବରେ ବିବେଚନା କରାଯାଏ।
ବୋଧହୁଏ SORRY ଅଧିକ କହିଲେ ଲୋକମାନେ ଏହାକୁ କ୍ଷମା କରିବେ ବା ଏକ୍ସକ୍ୟୁଜ ମି ବୋଲି ଭାବନ୍ତି । କିନ୍ତୁ ଏହା ସେପରି ନୁହେଁ । ଆପଣ ଜାଣିଛନ୍ତି SORRY ପ୍ରକୃତରେ କେଉଁଠାରୁ ଆସିଛି ଓ ଏହାର ଅର୍ଥ କଣ?
SORRY ର ପ୍ରକୃତ ଅର୍ଥ ହେଉଛି ଭୁଲ ପାଇଁ ଦୁଃଖିତ ଅନୁଭବ କରିବା, ଦୁଃଖ ପ୍ରକାଶ କରିବା କିମ୍ୱା ସମବେଦନା ଜଣାଇବା । SORRY କହିବା ପରେ, ଭୁଲର ପୁନରାବୃତ୍ତି କରିବାର ସମ୍ଭାବନା ବହୁତ କମ ହୋଇଯାଏ । ‘ସରି’ ଶବ୍ଦଟି ଇଂରାଜୀ ଶବ୍ଦ ‘ସାରିଗ’ ବା ‘ସୋରୋ’ ରୁ ଉତ୍ପନ୍ନ, ଯାହାର ଅର୍ଥ ହେଉଛି ‘କ୍ରୋଧ ବା ଅସନ୍ତୋଷ’ ।
କିଛି ଭୁଲ୍ କରିବା ପରେ ଦୁଃଖ, କ୍ଷତି କିମ୍ୱା ସମବେଦନା ପ୍ରକାଶ କରିବାକୁ ସରି ବ୍ୟବହୃତ ହୁଏ ।
ଅଧିକାଂଶ ଲୋକ ଏହି ଜିନିଷ ପାଇଁ SORRY ଶବ୍ଦ ବ୍ୟବହାର କରନ୍ତି ନାହିଁ । ବର୍ତ୍ତମାନ ଏହା ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଛି । ପୁରୁଣା ଜର୍ମାନିକ୍ ସିରାଗ ଓ ଆଧୁନିକ ଜର୍ମାନିକ୍ ସିରାଗାଜରୁ ସରି ଶବ୍ଦ ଉଦ୍ଧୃତ ହୋଇଛି ।
ଉଲ୍ଲେଖଥାଉ କି, ସୋସିଆଲ ମିଡିଆ ଓ ଇଣ୍ଟରନେଟରେ ଅନେକ ସ୍ଥାନରେ SORRYର ସମ୍ପୂର୍ଣ୍ଣ ଫର୍ମ ଦେଖିବାକୁ ମିଳେ । ଏହାକୁ ଅକ୍ଷର ଅନୁଯାୟୀ ବ୍ୟାଖ୍ୟା କରାଯାଇଛି । ସରିର ଅର୍ଥ ହେଉଛି କେହି ଜଣେ ପ୍ରକୃତରେ ତୁମକୁ ମନେ ପକାଉଛନ୍ତି “someone is really remembering you”। କିନ୍ତୁ କୌଣସି ଭାଷାବିତ୍ ଏହା ନିଶ୍ଚିତ କରିନାହାଁନ୍ତି।
ALSO READ: https://purvapaksa.com/what-will-happen-if-you-eat-raw-garlic-every-day-know/