Congress Meet: ମାର୍ଚ୍ଚ ୨୭, ୨୮ ଓ ଏପ୍ରିଲ ୩ ତାରିଖରେ ହେବାକୁ ଥିବା କଂଗ୍ରେସ ଚିନ୍ତନ ବୈଠକରେ ଦଳର ଜିଲ୍ଲା ୟୁନିଟ୍ଗୁଡ଼ିକୁ କିପରି ସଂଗଠନର କେନ୍ଦ୍ରକୁ ଅଣାଯାଇପାରିବ ସେ ନେଇ ଆଲୋଚନା ହେବ।
ଅହମ୍ମଦାବାଦରେ ଏପ୍ରିଲ ୮ ଓ ୯ ତାରିଖରେ ଅଖିଳ ଭାରତୀୟ କଂଗ୍ରେସ କମିଟି ଅଧିବେଶନ ପୂର୍ବରୁ କଂଗ୍ରେସ ତିନିଦିନ ଧରି ଦେଶର ବିଭିନ୍ନ ଜିଲ୍ଲା କଂଗ୍ରେସ କମିଟିର ବୈଠକ କରିବ। ୧୫ ବର୍ଷ ପରେ ହେବାକୁ ଥିବା ଏହି ସମ୍ମିଳନୀରେ ଜିଲ୍ଲା ୟୁନିଟ୍ଗୁଡ଼ିକୁ ସଶକ୍ତ କରିବା ସହ ସେମାନଙ୍କୁ ସଂଗଠନର କେନ୍ଦ୍ରବିନ୍ଦୁରେ ପରିଣତ କରିବା ଲକ୍ଷ୍ୟ ରଖାଯାଇଛି।
ଯୋଗାଯୋଗ ଦାୟିତ୍ୱରେ ଥିବା କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ ମାର୍ଚ୍ଚ ୨୭, ୨୮ ଓ ଏପ୍ରିଲ ୩ ତାରିଖରେ ରାଜଧାନୀର ଇନ୍ଦିରା ଗାନ୍ଧୀ ଭବନରେ ୩ଟି ବ୍ୟାଚରେ ଡିସିସି ସଭାପତିମାନେ ବୈଠକ କରିବେ।
ମାର୍ଚ୍ଚ ୨୭, ୨୮ ଓ ଏପ୍ରିଲ ୩ ତାରିଖରେ ହେବାକୁ ଥିବା ଏହି ବୈଠକରେ ଦଳର ଜିଲ୍ଲା ୟୁନିଟ୍ଗୁଡ଼ିକୁ କିପରି ସଂଗଠନର କେନ୍ଦ୍ରକୁ ଅଣାଯାଇପାରିବ ସେ ନେଇ ଆଲୋଚନା ହେବ। ବେଲଗାଭିରେ ‘ନବ ସତ୍ୟାଗ୍ରହ ସଂକଳ୍ପ’ କହିଥିଲା ଯେ ୨୦୨୫ ହେଉଛି ସଂଗଠନକୁ ସୁଦୃଢ଼ କରିବାର ବର୍ଷ। ସେହି କ୍ରମରେ ଡିସିସିର ଏହି ବୈଠକ ତିନିଦିନ ଧରି ଅନୁଷ୍ଠିତ ହେବ ବୋଲି ରମେଶ କହିଛନ୍ତି।
ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧି ମଙ୍ଗଳବାର ଦଳର ସାଧାରଣ ସମ୍ପାଦକ ଏବଂ ବିଭିନ୍ନ ରାଜ୍ୟର ପ୍ରଭାରୀମାନଙ୍କୁ ଭେଟିଛନ୍ତି। ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ଏଆଇସିସି ସାଧାରଣ ସମ୍ପାଦକ ଜୟରାମ ରମେଶ, କେସି ବେଣୁଗୋପାଳ, ଅଜୟ ମାକେନ, ଭୂପେଶ ବାଘେଲ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରମେଶ ଚେନ୍ନିଥାଲା, ମୁକୁଲ ୱାସନିକ, କୁମାରୀ ଶୈଲଜା, ଜିତେନ୍ଦ୍ର ସିଂହ, ସଚିନ ପାଇଲଟ, ଅବିନାଶ ପାଣ୍ଡେ, ରଣଦୀପ ସୁରଜେୱାଲା ଓ ଦୀପା ଦାସମୁନ୍ସି ପ୍ରମୁଖ ଉପସ୍ଥିତ ଥିଲେ।
୧୯୦୭ରେ ସୁରଟରେ ଅଧିବେଶନ, ହରିପୁରାରେ ୧୯୩୮ ଅଧିବେଶନ ଏବଂ ଭାବନଗରରେ ୧୯୬୧ ଅଧିବେଶନ ପରେ ଏହା ଗୁଜରାଟରେ ଚତୁର୍ଥ ଏଆଇସିସି ଅଧିବେଶନ ହେବ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ୱାସନିକ୍ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମରେ ଗୁଜରାଟର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି କାରଣ ସେଠାରେ ଦାଣ୍ଡି ପଦଯାତ୍ରା ଏବଂ ବରଦୋଲି ସତ୍ୟାଗ୍ରହ ହୋଇଥିଲା ।
ଚଳିତ ବର୍ଷ ଦେଶ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ କରିବ ଏବଂ ଗୁଜରାଟରେ ଅନୁଷ୍ଠିତ ଏହି (ଏଆଇସିସି) ଅଧିବେଶନକୁ ସେହି ପରିପ୍ରେକ୍ଷୀରେ ଦେଖିବା ଉଚିତ।
ଏପ୍ରିଲ ୮ତାରିଖରେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିବ। ଏଆଇସିସି ସଂକଳ୍ପ ଉପରେ ବିଚାର ବିମର୍ଶ କରାଯାଇ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ। ଏପ୍ରିଲ ୯ ତାରିଖରେ ଅଧିବେଶନ ପୂର୍ବରୁ ଏହାକୁ ଉପସ୍ଥାପନ କରାଯିବ।
ଏହି ମୁଖ୍ୟମନ୍ତ୍ରୀଙ୍କ ଆଗକୁ ଚପଲ ପିନ୍ଧି ଯିବା ଥିଲା ମନା,ରୋଷେୟାଙ୍କ ଉପରେ ରହୁଥିଲା ପୋଲିସ ନଜର