ବିଜୁ ଜନତା ଦଳର ସରକାର ସମୟରେ ଯେପରି କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳମାନେ ମନଇଛା ଜିଲ୍ଲା ଖଣିଜ ଫ।ଉଣ୍ଡେସନ (ଡିଏମ୍ଏଫ୍) ପାଣ୍ଠିର ଅପବ୍ୟବହାର କରି ବିବାଦ ଭିତରକୁ ଆସିଛନ୍ତି। ତାହାକୁ ନେଇ ଏବେ କଡ଼ା ସମାଲୋଚନା ହେବା ସହିତ ଭାଜପା ସରକାର ତଦନ୍ତ କରିବେ ବୋଲି କୁହାଯାଉଛି। ତେଣୁ ଖଣି ଅଞ୍ଚଳର ଜିଲ୍ଲାପାଳମାନେ ଡିଏମ୍ଏଫ୍ ପାଣ୍ଠିରେ ହାତ ମାରିବାକୁ ଭୟ କରୁଛନ୍ତି। ଫଳରେ ଖଣି ଅଞ୍ଚଳରୁ ଆଦାୟ ହୋଇଥିବା ଡିଏମ୍ଏଫ୍ ପାଣ୍ଠିରୁ ୫୯ ପ୍ରତିଶତ ଖର୍ଚ୍ଚ ହୋଇନପାରି ପଡ଼ିରହିଛି।
ଜାତୀୟ ଡିଏମ୍ଏଫ୍ ପୋର୍ଟାଲରେ ଉପଲବ୍ଧ ସୂଚନା ଅନୁଯାୟୀ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରୁ ଅଦ୍ୟାବଧି ମୋଟ ୩୦,୦୫୦.୦୧ କୋଟି ଟଙ୍କାର ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ ହୋଇଛି।
ଖଣିଜ ସମୃଦ୍ଧ ଅଞ୍ଚଳର ନିରନ୍ତର ସାମାଜିକ ଏବଂ ଭିତ୍ତିଭୂମି ବିକାଶ ନାମରେ ନିର୍ବାଚନ ପୂର୍ବରୁ ବିଜଦ ସରକାର ଅମଳରେ ୪୧ ପ୍ରତିଶତ ଅର୍ଥାତ୍ ରାଜ୍ୟରେ ଡିଏମ୍ଏଫ୍ ପାଣ୍ଠିରୁ ୧୨,୪୦୨କୋଟି ୮୯ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । କିନ୍ତୁ ନିର୍ବଚନ ପରେ ଖଣିଜ ପଦାର୍ଥ ଥିବା ଜିଲ୍ଲାଗୁଡ଼ିକରେ ୧୭,୬୪୭ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇନପାରି ପଡ଼ିରହିଛି।
ଜାତୀୟ ଡିଏମ୍ଏଫ୍ ପୋର୍ଟାଲର ତଥ୍ୟ ଦର୍ଶାଉଛି ଯେ ଏପର୍ଯ୍ୟନ୍ତ ୨୫,୯୪୨କୋଟି ୭୧ ଲକ୍ଷ ଟଙ୍କା ମୂଲ୍ୟର ମୋଟ ୩୦,୯୪୭ଟି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି, ଯେଉଁଥିରୁ ୬୦୩୨କୋଟି ୪୧ ଲକ୍ଷ ଟଙ୍କା ମୂଲ୍ୟର ୧୭,୮୮୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଥିବାବେଳେ ୧୭,୪୯୧କୋଟି ୯୩ ଲକ୍ଷ ଟଙ୍କା ମୂଲ୍ୟର ୮୭୯୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାର ବିଭିନ୍ନ ପର୍ଯ୍ୟାୟରେ ରହିଛି । ୨୧୯୨କୋଟି ୧୯ ଲକ୍ଷ ଟଙ୍କା ମୂଲ୍ୟର ଆଉ ୩୨୬୭ଟି ପ୍ରକଳ୍ପ ଏର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। କାରଣ ଏସବୁ ପ୍ରକଳ୍ପକୁ ଜିଲ୍ଲାପାଳମାନେ ରାଜନୈତିକ ଦଳକୁ ଫାଇଦା ଦେବା ଭଳି ପ୍ରକଳ୍ପ ବାଛି ଥିବାରୁ ପ୍ରକଳ୍ପଗୁଡ଼ିକ ଆରମ୍ଭ ହୋଇପାରୁନାହିଁ।
ରାଜନୈତିକ କାରଣରୁ ଯୋଜନା ଏବଂ କାର୍ଯ୍ୟକାରିତା ସମୟରେ, ୧୩୮କୋଟି ୪୩ ଲକ୍ଷ ଟଙ୍କାର ୬୯୭ଟି ବିକାଶମୂଳକ ପ୍ରକଳ୍ପ ବିଭିନ୍ନ କାରଣରୁ ବାତିଲ କରାଯାଇଛି। ୩୦ଟି ଜିଲ୍ଲା ମଧ୍ୟରୁ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୧୨,୪୦୧କୋଟି ୭୧ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି, ଏହା ପଛକୁ ରହିଛି ସୁନ୍ଦରଗଡ଼ ଜିଲ୍ଲା, ଯେଉଁଠାରେ ୮୨୫୭କୋଟି ୧୭ ଲକ୍ଷ ଟଙ୍କାର ଡିଏମ୍ଏଫ୍ ପାଣ୍ଠି ସଂଗ୍ରହ କରାଯାଇଛି।
ଡିଏମ୍ଏଫ୍ ପାଣ୍ଠିରୁ ଅନୁଗୁଳ ଜିଲ୍ଲାରେ ୩୮୫୭କୋଟି ୧୮ ଲକ୍ଷ, ଯାଜପୁର ଜିଲ୍ଲାରେ ୨୪୩୪ କୋଟି ୫୫ ଲକ୍ଷ ଟଙ୍କା ଏବଂ ଝାରସୁଗୁଡ଼ା ଜିଲ୍ଲାରେ ୧୫୪୯କୋଟି ୩୨ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଛି। ଅବଶିଷ୍ଟ ଜିଲ୍ଲାଗୁଡ଼ିକ ଏ ପର୍ଯ୍ୟନ୍ତ ୧୦୦ କୋଟି ଟଙ୍କାରୁ କମ୍ ଡିଏମ୍ଏଫ୍ ସଂଗ୍ରହ କରିଛନ୍ତି।
ସେହିଭଳି, କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଯାଜପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ଡିଏମ୍ଏଫ୍ ପାଣ୍ଠିରୁ ଯଥାକ୍ରମେ ୯୫୦୯କୋଟି ୯୬ ଲକ୍ଷ ଟଙ୍କା, ୮୧୮୧କୋଟି ୦୫ ଲକ୍ଷ ଟଙ୍କା ଏବଂ ୨୯୧୬କୋଟି ୮୦ ଲକ୍ଷ ଟଙ୍କା ଆବଣ୍ଟନ କରାଯାଇଛି। ଜାତୀୟ ପୋର୍ଟାଲ ଅନୁଯାୟୀ, ଡିଏମ୍ଏଫ୍ ପାଣ୍ଠିର ଉପଯୋଗ କ୍ଷେତ୍ରରେ ଏହି ତିନିଟି ଜିଲ୍ଲା ଶୀର୍ଷ ସ୍ଥାନରେ ରହିଛନ୍ତି।
ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା (ପିଏମକେକେକେୱାଇ) ଡିଏମ୍ଏଫ୍ଗୁଡ଼ିକୁ ପାନୀୟ ଜଳ, ପରିବେଶ ସଂରକ୍ଷଣ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେ, ସ୍ୱାସ୍ଥ୍ୟସେବା, ଶିକ୍ଷା, ମହିଳା ଏବଂ ଶିଶୁ କଲ୍ୟାଣ, ବୟସ୍କ ଏବଂ ଭିନ୍ନକ୍ଷମଙ୍କ କଲ୍ୟାଣ, ଦକ୍ଷତା ବିକାଶ ଏବଂ ଜୀବିକା ସୃଷ୍ଟି, ପରିମଳ, ଆବାସ, କୃଷି ଏବଂ ପଶୁପାଳନ ଏବଂ ଅନ୍ୟାନ୍ୟ ପ୍ରାଥମିକତା କ୍ଷେତ୍ରରେ ପାଣ୍ଠି ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ ଦେଇଛି। ଏହା ଖଣି ପ୍ରଭାବିତ ଅଞ୍ଚଳରେ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ସାହାୟତା କରିଥାଏ ।
ପିଏମକେକେକେୱାଇ ଯୋଜନାର ପ୍ରଭାବୀ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ଜାନୁଆରୀ, ୨୦୨୪ରେ ସଂଶୋଧିତ ପିଏମକେକେୱାଇ ମାର୍ଗଦର୍ଶିକା ଜାରି କରିଛନ୍ତି।
ଏହି ନିର୍ଦ୍ଦେଶାବଳୀର କେତେକ ପ୍ରମୁଖ ବୈଶିଷ୍ଟ୍ୟ ମଧ୍ୟରେ ସିଧାସଳଖ ପ୍ରଭାବିତ କ୍ଷେତ୍ର ଏବଂ ଉଚ୍ଚ ପ୍ରାଥମିକତା କ୍ଷେତ୍ରରେ ଅତି କମରେ ୭୦ ପ୍ରତିଶତ ଡିଏମ୍ଏଫ୍ ପାଣ୍ଠିର ଉପଯୋଗ, ସିଆଣ୍ଡଏଜି ଦ୍ୱାରା ଡିଏମ୍ଏଫ୍ ଆକାଉଣ୍ଟଗୁଡ଼ିକର ବାଧ୍ୟତାମୂଳକ ଅଡିଟ୍, ନିବାଚିତ ପ୍ରତିନିଧି ଯଥା ସାଂସଦ, ବିଧାୟକ ଏବଂ ଏମଏଲସିକୁ ପରିଚାଳନା ପରିଷଦରେ ଅନ୍ତର୍ଭୁକ୍ତ କରିବା, ଅଭିଯୋଗ ସମାଧାନ, ଅନୁପାଳନ ବ୍ୟବସ୍ଥା ଏବଂ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ମନିଟରିଂ କମିଟି ପ୍ରତିଷ୍ଠା ଅନ୍ତର୍ଭୁକ୍ତ।
ପିଏମ୍କେକେକେୱାଇ ନିର୍ଦ୍ଦେଶାବଳୀ ୨୦୨୪ ପ୍ରଦାନ କରେ ଯେ ଗ୍ରାମ ସଭା/ସ୍ଥାନୀୟ ସଂସ୍ଥା ଏକ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତିରେ ସାହାଯ୍ୟ କରିପାରିବେ। ଆହୁରି, ଏହି ମାର୍ଗଦର୍ଶିକାରେ ଏହା ମଧ୍ୟ କୁହାଯାଇଛି ଯେ ଅନୁସୂଚିତ ଅଞ୍ଚଳରେ ଡିଏମ୍ଏଫ୍ ପାଣ୍ଠିର ଉପଯୋଗ ଅନୁସୂଚୀତ ଅଞ୍ଚଳ ଏବଂ ଆଦିବାସୀ ଅଞ୍ଚଳର ପ୍ରଶାସନ ସମ୍ବନ୍ଧୀୟ ସମ୍ବିଧାନର ଅନୁସୂଚୀ ୫ ଏବଂ ଅନୁସୂଚୀ ୬ ସହିତ ପଠାଯାଇଥିବା ଧାରା ୨୪୪ରେ ଥିବା ବ୍ୟବସ୍ଥା ଏବଂ ପଞ୍ଚାୟତ (ଅନୁସୂଚୀତ ଅଞ୍ଚଳର ସମ୍ପ୍ରସାରଣ) ଅଧିନିୟମ, ୧୯୯୬ ଏବଂ ଅନୁସୂଚୀତ ଜନଜାତି ଏବଂ ଅନ୍ୟାନ୍ୟ ପାରମ୍ପାରିକ ଜଙ୍ଗଲ ଅଧିବାସୀ (ଜଙ୍ଗଲ ଅଧିକାରର ସ୍ୱୀକୃତି) ଅଧିନିୟମ, ୨୦୦୬ର ବ୍ୟବସ୍ଥାଦ୍ୱାରା ପରିଚାଳିତ ହେବ।
ତାଲିବାନ,ବଲୁଚ ବିଦ୍ରୋହୀଙ୍କୁ ଡର: କମାଣ୍ଡରଙ୍କ ମନମାନିରେ ଅତିଷ୍ଠ ପାକ୍ ସେନାଅଧିକାରୀ ଦେଉଛନ୍ତି ଇସ୍ତଫା