School Syllabus: ବୈଜ୍ଞାନିକଙ୍କ ମତରେ ବିଶ୍ୱର ତାପମାତ୍ରା ନିର୍ଦ୍ଧାରିତ ସ୍ତରରେ ରହିବା ଦରକାର। ଏଥିଲାଗି ସମସ୍ତ ରାଷ୍ଟ୍ର ପଦେକ୍ଷେପ ଲାଗି ପ୍ୟାରିସ ରାଜିନାମାରେ ଗୃହିତ ହୋଇଥିଲା। ମାତ୍ର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଜୀବନ ଓ ଜୀବିକା ଉପରେ ଗୁରୁତରଭାବେ ପଡ଼ୁଛି।
ବିଗତ କିଛିଦିନ ଧରି ବିଶ୍ଵ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ୟୁକ୍ରେନ ଯୁଦ୍ଧ ପରିପ୍ରେକ୍ଷୀରେ ଜଳବାୟୁ ପରିବର୍ତ୍ତନ ମଧ୍ୟ ଆଗାମୀ ଦିନରେ ଏକ ବଡ଼ ସଙ୍କଟ ହେବାକୁ ଯାଉଛି। ଏହି କାରଣରୁ ଏବେ ବିପଦ ପଥରେ ବିଶ୍ୱ ଓ ବିଶ୍ୱରେ ବାସ କରୁଥିବା ୭୦୦କୋଟି ଲୋକଙ୍କ ଜୀବନ। ପ୍ରାୟ ଶେଷ ହୋଇଥିବା କୋଭିଡ୍ ମହାମାରୀ ପୃଷ୍ଠଭୂମିରେ ଏହି କଥା କୁହାଯାଉଛି ତାହା ନୁହେଁ, ପରିବେଶ ଦୃଷ୍ଟିରୁ ମଧ୍ୟ ସମଗ୍ର ବିଶ୍ୱରେ ଅବସ୍ଥା ବିଗିଡ଼ିବାରେ ଲାଗିଛି। କ୍ରମାଗତ ତାପମାତ୍ରା ବଢ଼ିବା ଯୋଗୁ ଆଗାମୀ କିଛିବର୍ଷ ମଧ୍ୟରେ ଘୋର ବିପର୍ଯ୍ୟୟ ଆସିପାରେ ବୋଲି ଆକଳନ କରାଯାଇଛି। ତୁହାକୁ ତୁହା ବାତ୍ୟା ଓ ବନ୍ୟା ଏହାର ଉଦାହରଣ। ଏନେଇ ଅନ୍ୟ କେହି ନୁହେଁ ଜାତିସଂଘ ହିଁ ସତର୍କ କରାଇଛି।
ଚଳିତ ଶତାବ୍ଦୀର ଶେଷ ଭାଗଆଡ଼କୁ ବିଶ୍ୱରେ ତାପମାତ୍ରା ୨.୭ ଡିଗ୍ରି ସେଲସିୟସ ବୃଦ୍ଧି ପାଇବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆମେରିକା ଓ ୟୁରୋପରେ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ବ୍ୟାପକ ନିଆଁ ଲାଗିବା, ଚୀନ ଓ ଜର୍ମାନୀରେ ପ୍ରଳୟଙ୍କରୀ ବନ୍ୟା ଆଦି ଏହାର ପୂର୍ବ ସଙ୍କେତ ବୋଲି କୁହାଯାଉଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କଠାରୁ ଏହି ସତର୍କତା ଆସିଥିବାରୁ ଏହାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି।
ବୈଜ୍ଞାନିକଙ୍କ ମତରେ ବିଶ୍ୱର ତାପମାତ୍ରା ନିର୍ଦ୍ଧାରିତ ସ୍ତରରେ ରହିବା ଦରକାର। ଏଥିଲାଗି ସମସ୍ତ ରାଷ୍ଟ୍ର ପଦେକ୍ଷେପ ଲାଗି ପ୍ୟାରିସ ରାଜିନାମାରେ ଗୃହିତ ହୋଇଥିଲା। ମାତ୍ର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଜୀବନ ଓ ଜୀବିକା ଉପରେ ଗୁରୁତରଭାବେ ପଡ଼ୁଛି।
ବର୍ତ୍ତମାନ ହାତରୁ ସମୟ ସରି ସରି ଆସୁଛି ବୋଲି କହିଛନ୍ତି ଗୁଟେରସ। ୨୦୩୦ ସୁଦ୍ଧା ବିଶ୍ୱର ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ପରିମାଣ ୪୫ ପ୍ରତିଶତ ହ୍ରାସ କରିବା ଲାଗି ପଦକ୍ଷେପ ନିଆଯାଉଛି। ମାତ୍ର ଏହା ସମ୍ଭବ ହୋଇନାହିଁ। ବର୍ତ୍ତମାନର ଧାରାକୁ ଆକଳନ କଲେ ସ୍ପଷ୍ଟ ହେଉଛି ଯେ ୨୦୩୦ ବେଳକୁ ନିର୍ଗମନ ପରିମାଣ ୧୬ ପ୍ରତିଶତ ବୃଦ୍ଧି ପାଇବ। ଫଳରେ ବିଶ୍ୱ ତାପମାତ୍ରା ୨.୭ଡିଗ୍ରି ସେଲସିୟସ ବଢ଼ିବାର ଆଶଙ୍କା ରହିଛି।
ଉଦବେଗର ବିଷୟ ଏହି ଯେ ଅଙ୍ଗାରକାମ୍ଳ ହ୍ରାସ ନେଇ କୌଣସି ରାଷ୍ଟ୍ର ଗୁରୁତ୍ୱ ଦେଉନାହାନ୍ତି। ଏନେଇ ବିଭିନ୍ନ ବିକାଶଶୀଳ ରାଷ୍ଟ୍ରଗୁଡିକୁ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡିକ ସହାୟତା କରିବା ସହ ୧୦୦ ବିଲିୟନ ଡଲାରର ପ୍ରସ୍ତାବ କାର୍ଯ୍ୟକାରୀ କରିବା ଲାଗି ଗୁଟେରସ ଆହ୍ୱାନ ଦେଇଛନ୍ତି।
ତେବେ ପ୍ୟାରିସ ରାଜିନାମାରେ ୧୯୧ଟି ରାଷ୍ଟ୍ର ସ୍ୱାକ୍ଷର କରିଥିବା ସତ୍ତ୍ୱେ ନିର୍ଗମନ ହ୍ରାସ ନେଇ ଗୁରୁତ୍ୱ ନ ଦେବା କ୍ଷୋଭର ବିଷୟ। ଚଳିତ ଦଶନ୍ଧି ଶେଷ ସୁଦ୍ଧା ମିଥେନ ନିର୍ଗମନ ପରିମାଣ ୩୦ ପ୍ରତିଶତ ହ୍ରାସ କରିବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ବଡ଼ ବଡ଼ ଦେଶ।
ସ୍କଟଲ୍ୟାଣ୍ଡର ଗ୍ଲାସଗୋଠାରେ ଅନୁଷ୍ଠିତ COP26 ଶୀର୍ଷ ସମ୍ମିଳନୀରେ ଭାରତ ସମେତ ବିଭିନ୍ନ ଦେଶ ପକ୍ଷରୁ ଯେଉଁ ବିଚାର ବିମର୍ଷ ଚାଲିଥିଲା ତାହା ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ରୋକିବାରେ ସହାୟକ ହେବ ଏହା ଆଶା କରାଯାଏ। ନିକଟରେ କାଲିଫର୍ଣ୍ଣିଆ ବିଶ୍ଵବିଦ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଅନୁସନ୍ଧାନ ଅନୁସାରେ ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବ ବହୁଳଭାବେ ସାମାଜିକ ଚେତନା ଉପରେ ନିର୍ଭର କରିବ। ଯଦି ସବୁଦେଶ ଏକାଠି ନ ହୁଅନ୍ତି ଆଗକୁ ଅନେକ ପ୍ରାକୃତିକ ବିପର୍ଯ୍ୟୟ ଆମକୁ ସାମ୍ନା କରିବାକୁ ହେବ। ଏଥିପାଇଁ ବିଭିନ୍ନ ଦେଶମାନଙ୍କ ମଧ୍ୟରେ ସହଯୋଗର ଆବଶ୍ୟକତା ରହିଛି।
Also readhttps://purvapaksa.com/flash-back-2024-we-the-people/
