ଆସନ୍ତା କାଲିଠୁ ଭୁବନେଶ୍ୱରରୁ ଆବୁଧାବିକୁ ଉଡ଼ିବ ଡାଇରେକ୍ଟ ଫ୍ଲାଇଟ୍। ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିକୁ ଭୁବନେଶ୍ୱରରୁ ସିଧାସଳକ ବିମାନ ଯାତ୍ରା କରିବାର ସୁବିଧା ପାଇବେ ଯାତ୍ରୀ । ବିମାନ ପରିବହନ ସମ୍ପତ୍ତି ଏବଂ ନେଟୱାର୍କର ନିର୍ମାଣ ପରିଚାଳନା (B-MAAN) ପଦକ୍ଷେପ ଅଧୀନରେ ଭୁବନେଶ୍ୱର ଏବଂ ଆବୁଧାବି ମଧ୍ୟରେ ସିଧାସଳଖ ବିମାନ ସେବା ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଭଳି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଜଣାପଡିଛି। ଭୁବନେଶ୍ବରରୁ ଆବୁଧାବିକୁ ବିମାନ ଉଡ଼ିବା ଦ୍ବାରା ଓଡ଼ିଶା ବିମାନ ଯାତ୍ରାରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବ।
ଇଣ୍ଡିଗୋ ସପ୍ତାହରେ ତିନିଥର ଏହି ସେବା ପ୍ରଦାନ କରିବ। ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଉଏମିରେଟ୍ସର ରାଜଧାନୀ ଆବୁଧାବିକୁ ଏହି ଡାଇରେକ୍ଟ ବିମାନ ଚଳାଚଳ କରିବ। ଏହି ସେବା ଅନ୍ତର୍ଜାତୀୟ ସଂଯୋଗ ବୃଦ୍ଧି ଏବଂ ପର୍ଯ୍ୟଟନ ଏବଂ ବାଣିଜ୍ୟକୁ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଇଣ୍ଡିଗୋର ୱେବସାଇଟ୍ ଅନୁଯାୟୀ, ନନ୍-ଷ୍ଟପ୍ ବିମାନ ଭୁବନେଶ୍ୱରରୁ ଭାରତୀୟ ସମୟ ସକାଳ ୯.୩୫ ରେ ଛାଡିବ ଏବଂ ମଧ୍ୟାହ୍ନ ୧୨.୩୫ ରେ ଆବୁଧାବିରେ ଅବତରଣ କରିବ। ଫେରସ୍ତ ବିମାନ ସ୍ଥାନୀୟ ସମୟ ୨.୩୫ରେ ଆବୁଧାବିରୁ ବାହାରିବ, ଭାରତୀୟ ସମୟ ସକାଳ ୮.୩୫ ରେ ଭୁବନେଶ୍ୱରରେ ପହଞ୍ଚିବ। ଉଡ଼ାଣ ଅବଧି ପ୍ରାୟ ୪ ଘଣ୍ଟା ୩୦ ମିନିଟ୍ ହେବ।
ପ୍ରାରମ୍ଭିକ ଏକପାଖିଆ ଭଡ଼ା ୧୨,୬୮୫ ଟଙ୍କାରୁ ଆରମ୍ଭ ହୋଇ ଭୁବନେଶ୍ୱରରୁ ଆବୁଧାବି ରହିବ, ସେହି ପରି ଫେରସ୍ତ ଟିକେଟ ୧୬,୧୩୨ ଟଙ୍କା ରହିଛି। ଚାହିଦା ଏବଂ ଉପଲବ୍ଧତା ଉପରେ ଆଧାର କରି ଭଡ଼ା ଭିନ୍ନ ହୋଇପାରେ, ଏବଂ ପ୍ରାରମ୍ଭିକ ଉଡ଼ାଣ ପାଇଁ ବୁକିଂ ଅଧିକ ଚାହିଦାରେ ଥିବା ଜଣାପଡ଼ିଛି। ଏହା ସହିତ, ଭୁବନେଶ୍ୱର ଚାରୋଟି ଅନ୍ତର୍ଜାତୀୟ ଗନ୍ତବ୍ୟସ୍ଥଳ ସହିତ ସଂଯୋଗ ହେବ: ଆବୁଧାବି, ଦୁବାଇ, ସିଙ୍ଗାପୁର ଏବଂ ବ୍ୟାଙ୍କକ। ଭୁବନେଶ୍ଵରରେ ସ୍ଥିତ ବିଜୁ ପଟ୍ଟନାୟକ ବିମାନବନ୍ଦର, ଏକ ଆନ୍ତର୍ଜାତୀୟ ବିମାନବନ୍ଦର ଭାବରେ ରାଜ୍ୟ ପାଇଁ ଏକ ମାଇଲଖୁଣ୍ଟ ଭାବରେ କାର୍ଯ୍ୟ କରିଆସୁଛି । ଯାହା ରାଜ୍ୟକୁ ଆନ୍ତର୍ଜାତୀକ ରାଷ୍ଟ୍ରଙ୍କ ସହ ସଂଯୋଗୀକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଓଡ଼ିଶାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ବର୍ତ୍ତମାନ ୨୦ଟି ଭାରତୀୟ ସହରକୁ ବିମାନ ସେବା ପ୍ରଦାନ କରୁଛି। ଜାନୁଆରୀରେ, ଇନ୍ଦୋର, ଡେରାଡୁନ, ଲକ୍ଷ୍ନୌ, ଜୟପୁର ଏବଂ କୋଚି ସହିତ ଏଠାରୁ ବିମାନ ସଂଯୋଗ ହୋଇଥିଲା।
Also read https://purvapaksa.com/donald-trump-willing-to-mediate-kashmir-dispute/