Crime Branch: ସରକାର ପରିବର୍ତ୍ତନ ହେବା ସହ ଦୀପାଳି ଆଉ କ୍ଷମତାରେ ନାହାନ୍ତି। ଏକ ଘରୋଇ ଟିଭି ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେଇ ଉଭୟେ ବିଶାଲ ଏବଂ ଝିଅ ଦୀପାଳି କ୍ରାଇମ ବ୍ରାଞ୍ଚ ତଦନ୍ତ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ।
ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କରି ଶୋଇପଡ଼ିଥିବା ରାଜ୍ୟ କ୍ରାଇମବ୍ରାଞ୍ଚ ପୁଣି ସତେଜ ହୋଇପଡ଼ିଛି। ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସ କ୍ରାଇମବ୍ରାଞ୍ଚରେ ଆଜି ହାଜର ହୋଇପାରନ୍ତି। ପୂର୍ବରୁ ଉଭୟ ଦୀପାଳି ଓ ବିଶାଲ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏପରିକି ସିବିଆଇ ତଦନ୍ତ କରିବା ଆବଶ୍ୟକ ବୋଲି ଗଣମାଧ୍ୟମରେ ପ୍ରକାଶ କରିଥିଲେ। ଏହାପରେ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ଉଭୟଙ୍କୁ ନିଜର ବୟାନ ରେକର୍ଡ କରାଇବାକୁ ଗତ ସପ୍ତାହରେ ନୋଟିସ କରାଯାଇଥିଲା।
ଜାନୁୟାରୀ ୨୯, ୨୦୨୩ ମସିହାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ଉପରକୁ ଗୁଳି ଚାଳନା କରାଯାଇଥିଲା। ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ହଠାତ୍ ତାଙ୍କ ଛାତିରେ ଗୁଳି ଲାଗିବାରୁ ନବ ଦାସ ସେହିଠାରେ ହିଁ ଟଳି ପଡ଼ିଥିଲେ। ସରକାରଙ୍କ ପକ୍ଷରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଅଣାଯାଇଥିଲେ ମଧ୍ୟ ସେ ଆଉ ଜୀବୀତ ନଥିବା ଜଣାପଡ଼ିଥିଲା। ଏପରିକି ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିବା ଅଭିଯୋଗ ହୋଇଥିଲା।
ଘଟଣା ସେତେବଳେ ସାରାରାଜ୍ୟ ଓ ଦେଶରେ ଚହଳ ପକାଇଥିଲା। ତାଙ୍କ ଅଙ୍ଗରକ୍ଷୀ ଏଏସ୍ଆଇ ଗୋପାଳ ଦାସଙ୍କ ଉପରେ ଏହାର ସମସ୍ତ ଦୋଷ କ୍ରାଇମ ବ୍ରାଞ୍ଚ ଲଦି ଥିଲା। କିନ୍ତୁ ଗୋପାଳର ପରିବାର ଲୋକେ ଏ ବାବଦରେ ନିଜର ଆପତ୍ତି ଜାହିର କରିଥିଲେ। ଏହାପରେ ଗୋପାଳଙ୍କ ନାର୍କୋଟିକ୍ସ ଓ ବ୍ରେନ୍ ମ୍ୟାପିଂ କରିବାକୁ ତାଙ୍କୁ ଗୁଜରାଟ ନିଆଯାଇଥିଲା।
ଏବେ ସରକାର ପରିବର୍ତ୍ତନ ହେବା ସହ ଦୀପାଳି ଆଉ କ୍ଷମତାରେ ନାହାନ୍ତି। ଏକ ଘରୋଇ ଟିଭି ଚ୍ୟାନେଲକୁ ଇଣ୍ଟରଭ୍ୟୁ ଦେଇ ଉଭୟେ ବିଶାଲ ଏବଂ ଝିଅ ଦୀପାଳି କ୍ରାଇମ ବ୍ରାଞ୍ଚ ତଦନ୍ତ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସେ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ।
ପରେ ଏହି ବୟାନ ଗଣମାଧ୍ୟମରେ ଚର୍ଚ୍ଚା ବିଷୟ ହେବାରୁ ଆଇନ ମନ୍ତ୍ରୀ ଦୀପାଳିଙ୍କଠାରୁ ଲିଖିତ ଅଭିଯୋଗ ଚାହିଁଥିଲେ। ଏହାପରେ କ୍ରାଇମ ବ୍ରାଞ୍ଚ ପକ୍ଷରୁ ମାମଲାର ତଦନ୍ତ ସରି ନାହିଁ ଓ ଏହାକୁ କ୍ରିୟାଶୀଳ କରାଯାଇଥିବା କୁହାଯାଇଛି।
Also readhttps://purvapaksa.com/illegal-brick-kilns-continue-unabated-in-odisha/


