ଏଇ କିଛିଦିନ ହେବ ଡିଜିଟାଲ ଆରେଷ୍ଟ ଶବ୍ଦ ବାରମ୍ବାର ହେଡଲାଇନକୁ ଆସୁଛି। ଡିଜିଟାଲ୍ ଗିରଫ ନାମରେ ଅନେକ ଧନୀ ବ୍ୟକ୍ତିଙ୍କଠାରୁ ଲକ୍ଷ ଲକ୍ଷ କୋଟି ଟଙ୍କା ଆଦାୟ କରାଯିବାର ଖବର ଆସୁଛି। ନିକଟରେ ଗୋଟିଏ କମ୍ପାନୀର ମାଲିକଙ୍କୁ ଡିଜିଟାଲ ଆରେଷ୍ଟ କରି ଠକ କେଇ କୋଟି ଟଙ୍କା ଠକି ନେଇଥିଲେ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ମଧ୍ୟ ଏହି ସ୍କାମ୍ ସମ୍ପର୍କରେ ଚେତାବନୀ ଦେଇଛନ୍ତି। ସଦ୍ୟତମ ମାମଲାରେ ମଧ୍ୟପ୍ରଦେଶ ପୋଲିସ ଭୋପାଳରୁ ଜଣେ ବ୍ୟବସାୟୀଙ୍କୁ ସାଇବର ଅପରାଧୀଙ୍କ ଶିକାର ହେବାକୁ ଉଦ୍ଧାର କରିଛି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଛି ଯେ, ଡିଜିଟାଲ୍ ଗିରଫ କ’ଣ? କାହିଁକି ହଠାତ୍ ସାଇବର ଠକେଇ ମାମଲା ବଢିବାରେ ଲାଗିଛି ? ଏହାକୁ ବନ୍ଦ କରିବାର କୌଣସି ଉପାୟ ଅଛି କି? ଆସନ୍ତୁ ଜାଣିବା ସମସ୍ତ ପ୍ରଶ୍ନର ଉତ୍ତର ।
ଡିଜିଟାଲ୍ ଆରେଷ୍ଟ – ଏକ ପ୍ରକାରର ସ୍କାମ
ହଁ, ଏହା ଏକ ପ୍ରକାର ସାଇବର ଠକେଇ । ଲୋକଙ୍କୁ ଶୋଷଣ କରିବା ପାଇଁ ଏହା ଏକ ନୂତନ ଏବଂ ବିପଜ୍ଜନକ ଉପାୟ। ଏହି ଶବ୍ଦର ଦୁଇଟି ଅଂଶ ଅଛି: ଡିଜିଟାଲ୍ ଆରେଷ୍ଟ ଏବଂ ସ୍କାମ। ଆମେ ଡିଜିଟାଲ୍ ଆରେଷ୍ଟ କ’ଣ ବୁଝିବା ପୂର୍ବରୁ, ଏହା ଜାଣିବା ଅତ୍ୟନ୍ତ ଜରୁରୀ ଯେ ଆଇନରେ ଏପରି କୌଣସି ଶବ୍ଦ ନାହିଁ। ଡିଜିଟାଲ ଆରେଷ୍ଟ ହେଉଛି ସାଇବର ଅପରାଧୀଙ୍କ ଦ୍ୱାରା ବ୍ୟବହୃତ ଏକ ପ୍ରତାରଣା କୌଶଳ।
ଟଙ୍କା ଲୁଟ୍ ହେଉଛି ଡିଜିଟାଲ ଆରେଷ୍ଟର ଉଦ୍ଦେଶ୍ୟ
ଏଥିରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାର ମିଥ୍ୟା ଦାବି ପ୍ରାୟତଃ ଫୋନ୍ ମାଧ୍ୟମରେ କିମ୍ବା ଅନଲାଇନ୍ ଯୋଗାଯୋଗ ମାଧ୍ୟମରେ ଡିଜିଟାଲି କରାଯାଇଥାଏ। ଏହାର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା,ଯେମିତିକି ଶିକାର ଏହା ବିଶ୍ୱାସ କରିବାକୁ ଲାଗିବ ଯେ,ସେ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ଅଛନ୍ତି ଏବଂ ଶେଷରେ ତାଙ୍କଠାରୁ ବିପୁଳ ପରିମାଣର ଟଙ୍କା ଲୁଟି ନିଆଯାଏ। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଯୋଜନାବଦ୍ଧ ଢଙ୍ଗରେ କରାଯାଏ, ଯାହାଦ୍ୱାରା ଶିକାର ଘଟଣା ବିଶୟରେ କାହାକୁ କିଛି କୁହେନାହିଁ କିମ୍ବା ଥାନାକୁ ଯାଏ ନାହିଁ।
ଅନେକ ଉପାୟରେ ଟଙ୍କା ଲୁଟାଯାଏ
ଡିଜିଟାଲ ଠକେଇ ଅନେକ ଉପାୟରେ ହୋଇପାରେ। କିନ୍ତୁ ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଫାଶରେ ପଡ଼ିଥିବା ବ୍ୟକ୍ତିଙ୍କୁ ଧମକ କିମ୍ବା ପ୍ରଲୋଭନ ଦେଖାଇ ଘଣ୍ଟା ଘଣ୍ଟା କିମ୍ବା ଦିନ କ୍ୟାମେରା ଆଗରେ ରହିବାକୁ ବାଧ୍ୟ କରାଯାଉଛି। ଫଳରେ ଭୟଭିତ ଶିକାର ସ୍କାମରକୁ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଅନେକ ସୂଚନା ଦେଇଥାଏ। ଏହି ସବୁ ସୂଚନାକୁ ବ୍ୟବହାର କରି ସ୍କାମର ଶିକାରର ଆକାଉଣ୍ଟରୁ ଟଙ୍କା ହରଣଚାଳ କରିଥାଏ । କେବଳ ଟଙ୍କା ନୁହେଁ ଆହୁରି ଅନେକ ବେଆଇନ କାମ ମଧ୍ୟ କରାଯାଏ।
କେମିତି ଆରମ୍ଭ ହୁଏ ସ୍କାମ ?
ସମଗ୍ର ସ୍କାମ ଏକ ସରଳ ବାର୍ତ୍ତା, ଇମେଲ କିମ୍ବା ହ୍ୱାଟସ୍ ଆପ୍ ମେସେଜ୍ ସହିତ ଆରମ୍ଭ ହୁଏ। ଯେଉଁଥିରେ ଶିକାର କୌଣସି ପ୍ରକାର ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ଦାବି କରାଯାଏ। ଏହା ପରେ, ତାଙ୍କୁ ଭିଡିଓ କିମ୍ବା ଫୋନ୍ କଲ ମାଧ୍ୟମରେ କିଛି ବିଶେଷ ପ୍ରକ୍ରିୟା ଦେଇ ଯିବାକୁ ଚାପ ପ୍ରୟୋଗ କରାଯାଏ ଏବଂ ନିଶ୍ଚିତକରଣ ପାଇଁ ଅନେକ ପ୍ରକାରର ସୂଚନା ମଧ୍ୟ ମଗାଯାଏ। ଏହିପରି କଲ୍ କରୁଥିବା ବ୍ୟକ୍ତିମାନେ ନିଜକୁ ପୋଲିସ୍, ନାର୍କୋଟିକ୍ସ, ସାଇବର ସେଲ୍ ପୋଲିସ୍, ଆୟକର କିମ୍ବା ସିବିଆଇ ଅଧିକାରୀ ଭାବରେ ଉପସ୍ଥାପନ କରନ୍ତି। ସେମାନେ ନକଲି ଅଫିସରୁ ନକଲି ୟୁନିଫର୍ମରେ ଭିଡିଓ କଲ କରିଥାନ୍ତି।
ଏହା ପରେ ଟାର୍ଗେଟକୁ ତାଙ୍କ ନାମରେ ଅଭିଯୋଗର ଥିବା କହି ଡରାଯାଇଥାଏ। ସହଯୋଗ ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନର ଧମକ ମଧ୍ୟ ଦିଆଯାଏ। ଏପରିକି ତଦନ୍ତ ନସରିବା ପର୍ଯ୍ୟନ୍ତ ଶିକାରକୁ ଭିଡିଓ କିମ୍ବା ଫୋନ କଲରେ ରହିବାକୁ ବାଧ୍ୟ କରାଯାଏ। ତାଙ୍କୁ ବିଭିନ୍ନ ଗୋପନୀୟ ତଥ୍ୟ ଦେବାକୁ ବାଧ୍ୟ କରାଯାଏ। ତଦନ୍ତ ନସରିବା ପର୍ଯ୍ୟନ୍ତ ସେ କାହା ସହିତ କଥା ହୋଇ ପାରିବେ ନାହିଁ ବୋଲି ତାଙ୍କୁ କୁହାଯାଏ।
ଡିଜିଟାଲ ଆରେଷ୍ଟ ବୋଲି କିଛି ନାହିଁ
ଲୋକଙ୍କ ଭୟକୁ ଅସ୍ତ୍ର କରୁଥିବା ସାଇବର ଠକଙ୍କଠାରୁ ସତର୍କ ରହିବାର ଆବଶ୍ୟକତା ରହିଛି। ପ୍ରଥମ କଥା ହେଲା ଡିଜିଟାଲ ଆରେଷ୍ଟର କୌଣସି ବ୍ୟବସ୍ଥା ଭାରତରେ ନାହିଁ। ଯଦି ଆପଣଙ୍କୁ କେହି ଏଭଳି କଲ କରୁଛି କିମ୍ବା ମେଲ୍ ଯୋଗେ ଆପଣଙ୍କୁ ଭୟଭୀତ କରାଇବାର ଚେଷ୍ଟା କରୁଛି,ତେବେ ଡରନ୍ତୁ ନାହିଁ। ତୁରନ୍ତ ପୋଲିସକୁ ସୂଚନା ଦିଅନ୍ତୁ। କାରଣ ଖୋଦ ପୋଲିସ ମଧ୍ୟ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ମାଗି ପାରିବ ନାହିଁ।
Previous article :https://purvapaksa.com/odisha-government-to-compensate-16500-fishermen-affected-by-fishing-ban/
