ଉଚ୍ଚଶିକ୍ଷା କ୍ଷେତ୍ରକୁ ସୁଦୃଢ଼ କରିବା ସହ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରାଜ୍ୟର ସାମାଜିକ ଓ ମୌଳିକ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବା ଦରକାର ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ବିଶ୍ୱବିଦ୍ୟାଳୟର ୫୮ତମ ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ୧୧ ବର୍ଷ ପରେ ୨୦୩୬ରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ହେବାର ଶତବାର୍ଷିକୀ ପାଳନ କରିବ। ସେହିପରି ୨୦୪୭ରେ ୨୨ ବର୍ଷ ପରେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବ। ଏହି ଦୁଇ ଦଶନ୍ଧି ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାନୀୟ ଜଳ, ସ୍ୱାସ୍ଥ୍ୟ, କୃଷକସମସ୍ୟା ଓ ପରିବେଶ ସୁରକ୍ଷା ଭଳି ମୌଳିକ ଓ ସାମାଜିକ ସମସ୍ୟାର ସମାଧାନ ଦାୟିତ୍ୱ ନେବା ଉଚିତ।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାବମୂର୍ତ୍ତିକୁ ନୂଆ ରୂପ ଦେବାର ସମୟ ଆସିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଆମେ କେବଳ ଏହି ଅଞ୍ଚଳରେ ଶିକ୍ଷା ମାଧ୍ୟମରେ ସାମଗ୍ରିକ ବିକାଶ ବିଷୟରେ କହିବା ଉଚିତ ନୁହେଁ ବରଂ ଏହାର ଦାୟିତ୍ୱ ମଧ୍ୟ ନେବା ଉଚିତ । ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରାଯିବା ଉଚିତ।
ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାବମୂର୍ତ୍ତିକୁ ନୂଆ ରୂପ ଦେବାର ସମୟ ଆସିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଆମେ କେବଳ ଏହି ଅଞ୍ଚଳରେ ଶିକ୍ଷା ମାଧ୍ୟମରେ ସାମଗ୍ରିକ ବିକାଶ ବିଷୟରେ କହିବା ଉଚିତ ନୁହେଁ ବରଂ ଏହାର ଦାୟିତ୍ୱ ମଧ୍ୟ ନେବା ଉଚିତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜାତୀୟ ଶିକ୍ଷା ନୀତି ଅନୁଯାୟୀ ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ କରାଯିବା ଉଚିତ। ସମ୍ବଲପୁର ଅଞ୍ଚଳରେ ଏହାର ଉନ୍ନତି ପାଇଁ ସ୍ଥାନୀୟ ଭାଷାରେ ଶିକ୍ଷା ଦାନ କରାଯିବା ଦରକାର।
ମାଟିପୁତ୍ରଙ୍କ ସାହସିକତାକୁ ମନେ ପକାଇ ସେ କହିଛନ୍ତି ଯେ ସମ୍ବଲପୁର ସର୍ବଦା ଦେଶର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ଏବଂ ଇଂରେଜମାନଙ୍କ ସହ ଲଢ଼େଇ କରି ସାହସ ଓ ବୀରତାର ଭାବନା ଦେଖାଇଛି।
ସମ୍ବଲପୁରରେ ଆଇଆଇଏମ୍, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଭିଏସ୍ଏସ୍ୟୁଟି, ଭିମ୍ସାର ଓ ଓଏସ୍ଓୟୁ ଭଳି ଅନେକ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛି। ସମ୍ବଲପୁରକୁ ଜ୍ଞାନ ଭିତ୍ତିକ ଅର୍ଥନୀତି ରେ ପରିଣତ କରିବା ପାଇଁ ଆମେ ସମସ୍ତେ ଦାୟିତ୍ୱ ନେବା ଦରକାର । ଓଡ଼ିଶାରେ ହାର୍ଭାର୍ଡ, ଏମ୍ଆଇଟି ଓ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଭଳି ଅନୁଷ୍ଠାନ ସୃଷ୍ଟି କରିବା ଆମର ଲକ୍ଷ୍ୟ ହେବା ଉଚିତ।
ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆ ସାହିତ୍ୟର ବିଶିଷ୍ଟ କବି ତଥା ଲେଖକ ପ୍ରତିଭା ଶତପଥୀଙ୍କୁ ଗଙ୍ଗାଧର ଜାତୀୟ କବିତା ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଭୀମ ଭୋଇ, ଗଙ୍ଗାଧର ମେହେର, ରାଧାନାଥ ରାୟ, ମଧୁସୂଦନ ରାଓ ଓ ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।
Also read https://purvapaksa.com/election-and-audit-of-pani-panchayat/