ବଲିଉଡ ସୁପରଷ୍ଟାର ଦେବ ଆନନ୍ଦ ଜଣେ ଏପରି କଳାକାର ଥିଲେ ଯିଏ କି ତାଙ୍କ ଜବରଦସ୍ତ ଅଭିନୟ ସହିତ ଦର୍ଶକଙ୍କୁ ବିମୋହିତ କରି ଦେଉଥିଲେ।
ଦେବ ଆନନ୍ଦଙ୍କ ଆକ୍ଟିଙ୍ଗ ତାଙ୍କ ଡାନ୍ସ ଏବଂ ତାଙ୍କ ରୋମାନ୍ସ ଦେଖି ଦର୍ଶକମାନେ ଝୁମିବାକୁ ଆରମ୍ଭ କରୁଥିଲେ। ହଜାର ହଜାର ଫ୍ୟାନ୍ସମାନଙ୍କ ହୃଦୟରେ ରାଜ କରୁଥିବା ଅଭିନେତା ଦେବ ଆନନ୍ଦଙ୍କ ମଧ୍ୟ ଭାଙ୍ଗିଥିଲା ହୃଦୟ । ପାଗଳଙ୍କ ଭଳି ଜିନତ ଅମାନଙ୍କୁ ଭଲପାଇବା ପରେ ଏମିତି କ’ଣ ହେଲା ଯାହା ତାଙ୍କ ହୃଦୟକୁ ଭାଙ୍ଗି ଦେଇଥିଲା…
ଅଭିନେତା ଦେବ ଆନନ୍ଦଙ୍କ ପ୍ରେମରେ ଝିଅମାନେ ଏତେ ପାଗଳ ଥିଲେ ଯେ ଯେତେବେଳେ ସେ କଳା କୋଟ ପିନ୍ଧୁଥିଲେ ସେତେବେଳେ ଝିଅମାନେ ଛାତରୁ ଡେଇଁପଡୁଥିଲେ। ଯେଉଁଥିପାଇଁ ଅଭିନେତାଙ୍କୁ କଳା ପୋଷାକ ପିନ୍ଧିବାକୁ ବାରଣ କରାଯାଇଥିଲା। ଫିଲ୍ମ ‘ହରେ ରାମା ହରେ କୃଷ୍ଣ’ରେ ଏକାଠି କାମ କରିଥିଲେ ଦେବ ଆନନ୍ଦ ଏବଂ ଜିନତ ଅମାନ। ପ୍ରଥମ ଥର ପାଇଁ ଜିନତ ଅମାନଙ୍କୁ ଦେଖି ତାଙ୍କ ପ୍ରେମରେ ପଡ଼ିଯାଇଥିଲେ ଦେବ ଆନନ୍ଦ। ଏହାପରେ ଅଭିନେତ୍ରୀଙ୍କୁ ପ୍ରସ୍ତାବ ଦେବାକୁ ଚାହୁଁଥିଲେ କିନ୍ତୁ ପରେ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲେ।
ଅଭିନେତ୍ରୀ ଜିନତ ଅମାନ ‘ହରେ ରାମ ହରେ କୃଷ୍ଣ’ରେ କାମ କରିବା ପରେ ରାତାରାତି ଷ୍ଟାର ହୋଇଯାଇଥିଲେ। ଏହି ଚଳଚ୍ଚିତ୍ରରେ ସେ ଦେବ ଆନନ୍ଦଙ୍କ ଭଉଣୀ ଭୂମିକାରେ ଅଭିନୟ କରିଥିଲେ। ତେବେ ଏହି ଚଳଚ୍ଚିତ୍ର ସମୟରେ ଅଭିନେତା-ନିର୍ଦ୍ଦେଶକ ପ୍ରକୃତରେ ଜିନତଙ୍କ ପ୍ରେମରେ ପଡିଥିଲେ। ଦେବ ଆନନ୍ଦ ତାଙ୍କ ଆତ୍ମଜୀବନୀରେ ଏହାକୁ ଗ୍ରହଣ କରିଥିଲେ। ଏହାକୁ ନେଇ ସେ କହିଥିଲେ, “ହଠାତ୍ ଦିନେ ମୁଁ ଅନୁଭବ କଲି ଯେ ମୁଁ ଜିନତଙ୍କୁ ବହୁତ ଭଲ ପାଏ? ଏବଂ ମୁଁ ତାଙ୍କୁ କହିବାକୁ ଚାହିଁଲି! ତାଙ୍କୁ ରୋମାନ୍ସ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନରେ ନେଇ ଯାଇଥିଲି। ଯେଉଁଠାରେ ପ୍ରସ୍ତାବ ଦେବା ପୂର୍ବରୁ ଆମେ ଏକାଠି ରାତ୍ରୀ ଭୋଜନ କରିଥିଲୁ। “
ଏହାପରେ ଦୁହେଁ ଏକ ପାର୍ଟୀରେ ଯୋଗଦେବା ପାଇଁ ତାଜ ଯାଇଥିଲେ । ଦେବ ଆନନ୍ଦ ତାଙ୍କ ଆତ୍ମଜୀବନୀ ‘ରୋମାନ୍ସ ୱିଥ୍ ଲାଇଫ୍’ରେ ଲେଖିଛନ୍ତି ଯେ, ରାଜ କପୁର ମଧ୍ୟ ସେହି ପାର୍ଟୀରେ ଯୋଗ ଦେଇଥିଲେ ଏବଂ ସେ ଜିନତଙ୍କ ବେକରେ ହାତ ରଖିଥିଲେ। ସେତେବେଳେ ଆନନ୍ଦ ଜାଣିବାକୁ ପାଇଥିଲେ ଯେ ଜିନତ ଏବଂ ରାଜ କପୁରଙ୍କ ମଧ୍ୟରେ କିଛି ଅଛି ଯାହା କାରଣରୁ ସେ ରାଗି ଯାଇଥିଲେ । ଦେବ ଆନନ୍ଦ ଆହୁରି ଲେଖିଥିଲେ ଯେ, “ସେହି କାରଣ ପାଇଁ ଜିନତ ବହୁତ ଲଜ୍ଜିତ ଅନୁଭବ କରିଥିଲେ ଏବଂ ଜିନତ ଆଉ ମୋ ପାଇଁ ପୂର୍ବ ଭଳି ସମାନ ଜିନତ ନଥିଲେ। ମୋର ହୃଦୟ ଖଣ୍ଡ ଖଣ୍ଡ ହୋଇଗଲା… ମୋ ପାଖରେ ସେହି ଦେଖାର କୌଣସି ଅର୍ଥ ରହିଲା ନାହିଁ। ଏହି ମୁଁ ଚୁପଚାପ୍ ସେଠାରୁ ଚାଲିଗଲି। ” ସେହି ସଭାରେ ହିଁ ସମାପ୍ତ ହୋଇଥିଲା ତାଙ୍କ ଅପୂର୍ଣ୍ଣ ପ୍ରେମ କାହାଣୀ ।
PREVIOUS STORY: https://purvapaksa.com/ar-rahman-divorce-announcement/