Delhi, pollution and stubble burning : ବୁଧବାର ଦିନ ଦିଲ୍ଲୀର ପ୍ରଦୂଷଣ ମାତ୍ରା ରେକର୍ଡ ଭାଙ୍ଗିଛି। ବାୟୁର ଗୁଣବତ୍ତା ବା ଏଆଇକ୍ୟୁ ୬୦୦ ପାଖାପାଖି ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ ହୋଇପାରେ ବୋଲି ଅଶଙ୍କା କରାଯାଉଛି।
ଧୂଆଁ ଓ ଧୂଳିରେ ଚାଦରରେ ଢ଼ାଙ୍କି ହୋଇଛି ରାଜଧାନୀ ଦିଲ୍ଲୀ। ଦିନକୁ ଦିନ ଆହୁରି ଭୟଙ୍କର ହେଲାଣି ଏଠାକାର ବାୟୁ ପ୍ରଦୂଷଣ । ସମଗ୍ର ସହରରେ ନିଶ୍ୱାସ ନେବା ମୁସକିଲ୍ ହୋଇପଡିଛି। ଏପରିକି ଘରୁ ବାହାରିବା ଯେତିକି କଷ୍ଟକର ସେତିକି ବିପଦପୂର୍ଣ୍ଣ ହୋଇପଡିଛି। ବୁଧବାର ଦିନ ଦିଲ୍ଲୀର ପ୍ରଦୂଷଣ ମାତ୍ରା ରେକର୍ଡ ଭାଙ୍ଗିଛି। ବାୟୁର ଗୁଣବତ୍ତା ବା ଏଆଇକ୍ୟୁ ୬୦୦ ପାଖାପାଖି ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସ୍କୁଲ କଲେଜ ବନ୍ଦ ହୋଇପାରେ ବୋଲି ଅଶଙ୍କା କରାଯାଉଛି। ଦିଲ୍ଲୀରେ ପୁଣିଥରେ ଏଠାରେ ଅଡ୍-ଇଭେନ୍ ମଧ୍ୟ ଲାଗୁ ହୋଇପାରେ।ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ୫୦ ପ୍ରତିଶତ ସରକାରୀ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବେସରକାରୀ ସଂସ୍ଥାମାନଙ୍କୁ ବି ସେମାନଙ୍କ କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ ହୋମ ଗାଇଡଲାଇନ ଜାରି କରିବାକୁ ପରାମର୍ଶ ଦେଇଛନ୍ତି ।
ଦିଲ୍ଲୀରେ ଦିନକୁ ଦିନ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବା କାରଣରୁ ଲୋକମାନେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ପୁରା ଦିଲ୍ଲୀର ଆକାଶରେ ଏକ ଆବରଣ ଆଚ୍ଛାଦିତ ହୋଇ ରହିଛି । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ପ୍ରଥମେ ପ୍ରାଥମିକ ବିଦ୍ୟାଳୟଗୁଡିକ ବନ୍ଦ କରି ଅନଲାଇନ କ୍ଲାସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏନସିପିସିଆରର ଅଧ୍ୟକ୍ଷ ଦିଲ୍ଲୀ ସରକାରଙ୍କୁ ଚିଠି ଲେଖି କିଛି ଦିନ ପାଇଁ ସ୍କୁଲ ଗୁଡିକ ବନ୍ଦ କରି ଅନଲାଇନ ପାଠପଢା ପାଇଁ ଅପିଲ କରିଛନ୍ତି। ବର୍ତମାନ ଦିଲ୍ଲୀର ସ୍ଥିତି ଯେମିତି ରହିଛି ଏହା ଭିତରେ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିଛି। ବିଷାକ୍ତ ବାୟୁରୁ ପିଲାଙ୍କୁ ରକ୍ଷା କରିବା ପାଇଁ ବର୍ତମାନ ଅନଲାଇନ କ୍ଲାସ ଆବଶ୍ୟକତା ରହିଛି।ଦିଲ୍ଲୀ ସରକାର ଲୋକମାନଙ୍କୁ କମ ଗାଡି ବ୍ୟବହାର କରିବାକୁ ଅପିଲ କରିଛନ୍ତି।
ବିଗତ କିଛି ଦିନ ହେବ ଦିଲ୍ଲୀରେ ବାୟୁ ପ୍ରଦୁଷଣ ଲଗାତାର ବୃଦ୍ଧି ପାଇବାର ବଡ଼ କାରଣ ପଡୋଶୀ ରାଜ୍ୟମାନେ ନଡା ପୋଡିବା । ଏଥି ଯୋଗୁଁ ଦିଲ୍ଲୀର ସ୍ଥିତି ବିଗୁଡିଥିବା ଅଭିଯୋଗ ହୋଇଛି। ସାଧାରଣତଃ ଦୀପାବଳି ପାଳନ ପରେ ଦିଲ୍ଲୀ ର ବାୟୁ ପ୍ରଦୂଷଣ ବୃଦ୍ଧି ପାଇଥାଏ। ପଞ୍ଜାବ ଓ ହରିଆଣାରେ ଗହମ ଅମଳ ପରେ ଯେଉଁ ନଡ଼ା ବାହାରେ ତାହାକୁ ଜାଳିବା ଯୋଗୁଁ ବାୟୁ ପ୍ରଦୂଷଣ ଭୀଷଣ ବଢ଼ିଥାଏ।ଏହି ସମସ୍ୟା ପ୍ରତି ସମସ୍ତେ ଅବଗତ ଥିଲେ ହେଁ ରାଜନୈତକ କାରଣରୁ ଏହାର ସମାଧାନ ବାହାରି ପାରୁନାହିଁ।
Also readhttps://purvapaksa.com/odisha-startup-mela-from-december-7/
