ଆଜି ସକାଳୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ ଘଟଣା ସାରା ଦେଶରେ ଚହଳ ଖେଳାଇ ଦେଇଛି। ନିଜ ବାସଭବନରେ ସାପ୍ତାହିକ ଜନଶୁଣାଣି କରୁଥିବା ବେଳେ ଜଣେ ଯୁବକ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଚାପୁଡା ମାରିଥିଲା। ନିଜ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିବା ବେଳେ ଯୁବକ ହଠାତ୍ ରେଖାଙ୍କୁ ଚାପୁଡା ମାରିଥିଲେ । ଯୁବକ ଜଣକ କିଛି କାଗଜ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିବା ପରେ ଜୋରରେ ଚିଲେଇଥିଲେ ଏବଂ ତାପରେ ହଠାତ୍ ଚାପୁଡା ମାରିଥିଲେ।
ଏହାପରେ ସେଠାରେ ଉପସ୍ଥିତ ଥିବା ପୋଲିସ ଆଉ ଲୋକ ତାଙ୍କୁ ଆୟତ୍ତ କରିଥିଲେ ପୋଲିସ। ପୋଲିସ ଅଟକ ରଖି ତାଙ୍କୁ ପଚରା ଉଚରା କରିବା ପରେ ତାଙ୍କ ବାବଦରେ ଅନେକ କଥା ଜଣାପଡ଼ିଛି । ଆକ୍ରମଣକାରୀଙ୍କ ନାମ ରାଜେଶ ଖିମଜୀ । ତାଙ୍କ ଘର ଗୁଜୁରାଟ ରାଜକୋଟର । ତାଙ୍କ ବୟସ ୪୧ । ସେପଟେ ଘଟଣାକୁ ନେଇ ସବୁଠି ନିନ୍ଦା କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବିରାଟ ତ୍ରୁଟି ନେଇ ପ୍ରଶ୍ନ ଉଠିଛି । ଯଦି ମୁଖ୍ୟମନ୍ତ୍ରୀଙ୍କୁ ମାଡ ହେଉଛି ତାହାଲେ ସାଧାରଣ ଲୋକ କେତେ ସୁରକ୍ଷିତ ସେ ନେଇ ପ୍ରଶ୍ନ ଉଠିଛି। ସୂଚନା ଅନୁସାରେ, ଅଭିଯୁକ୍ତ ଜଣେ ସମ୍ପର୍କୀୟଙ୍କ ଜାମିନ ପାଇଁ ଆବେଦନ ନେଇ ଆସିଥିଲେ। ଯାହା ବର୍ତ୍ତମାନ କୋର୍ଟରେ ବିଚାରଧୀନ।
ପରିବାର ଲୋକଙ୍କ ସୂଚନା ଅନୁଯାୟୀ, ରାଜେଶ ଏକ ପ୍ରାଣୀପ୍ରେମୀ ଓ ମାନସିକ ଅସ୍ଥିରତା ଦେଇ ଗତି କରୁଛନ୍ତି। ତାଙ୍କ ମା’ଙ୍କୁ ରାଜକୋଟ ପୋଲିସ ପଚରା ଉଚରା ପାଇଁ ନେଇଥିବା ବେଳେ ସେ କହିଛନ୍ତି ଯେ, ସେ ଜାଣିନଥିଲେ ତାଙ୍କ ପୁଅ ଦିଲ୍ଲୀ ଯିବ ବୋଲି। କୋର୍ଟଙ୍କ ରାୟ ପରେ ପୁଅ ଦିଲ୍ଲୀ ଯାଇଥିବା ସେ କହିଛନ୍ତି। ଅଭିଯୁକ୍ତ ରାଜେଶ ଏକ ରିକ୍ସା ଚାଳକ ପରିବାର ଅଟନ୍ତି ବୋଲି ଜଣାପଡ଼ିଛି। ଦିଲ୍ଲୀ ପୋଲିସ ଗୁଜରାଟ ପୋଲିସ ସହ ଯୋଗାଯୋଗ କରି ତାଙ୍କ ତାଙ୍କ ବିଷୟରେ ଅଧିକ ଯାଞ୍ଚ କରୁଛି। ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ପ୍ରଥମେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ କାଗଜପତ୍ର ଦେଇଥିଲେ। ତା’ପରେ ଚିତ୍କାର କରି ଆକ୍ରମଣ କରିଥିଲେ। ପୁଲିସ ତାଙ୍କୁ ତୁରନ୍ତ ଗିରଫ କରି ସିଭିଲ ଲାଇନ୍ସ ଥାନାରେ ରଖିଛି।
Also Readhttps://purvapaksa.com/bjd-says-it-will-oppose-sir-in-odisha/
BJD says it will oppose SIR in Odisha ।। ଓଡ଼ିଶାରେ ଏସଆଇଆରକୁ ବିରୋଧ କରିବ ବିଜେଡି


