Deepika-Ranveer Daughter Dua: ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ହେଉଛନ୍ତି ବଲିଉଡ଼ର ବେଶ ଚର୍ଚ୍ଚିତ ଯୋଡ଼ି । ୮ ସେପ୍ଟେମ୍ବର ୨୦୨୪ରେ ନିଜ ଝିଅ ‘ଦୁଆ’କୁ ସ୍ୱାଗତ କରିଥିଲେ ଦୁହେଁ ।
ଦୀପିକା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯାହାଙ୍କ ନାଁ ସେ ଦୁଆ ପାଦୁକୋନ ସିଂ ରଖିଛନ୍ତି । ଏହି ଦମ୍ପତିଙ୍କ ଛୋଟ ରାଜକୁମାରୀ ବର୍ତ୍ତମାନ 3 ମାସର ହୋଇସାରିଛନ୍ତି । ଦୁଆର ତୃତୀୟ ମାସର ଜନ୍ମଦିନ ଉତ୍ସବରେ ରଣଭୀରଙ୍କ ମା’ ଅଞ୍ଜୁ ଭବନାନୀ ନାତୁଣୀକୁ ଏପରି ଏକ ଉପହାର ଦେଇଛନ୍ତି ଯାହାକୁ ନେଇ ସମସ୍ତେ ପ୍ରଶଂସା କରୁଛନ୍ତି ।
ରଣଭୀର ସିଂଙ୍କ ମା’ ଅଞ୍ଜୁ ତାଙ୍କ ନାତୁଣୀ ଦୁଆକୁ ବହୁତ ଭଲ ପାଆନ୍ତି । ଜେଜେମାଆ ଅଞ୍ଜୁ ନାତୁଣୀ ଦୁଆଙ୍କ ତୃତୀୟ ମାସ ଜନ୍ମଦିନରେ ନିଜ କେଶ ଦାନ କରିଛନ୍ତି । ରଣଭୀରଙ୍କ ମା’ ସୋସିଆଲ ମିଡ଼ିଆରେ ଏହାକୁ ସେୟାର କରିବା ସହ ପୋଷ୍ଟ ଲେଖିଛନ୍ତି ଯାହା ବର୍ତ୍ତମାନ ଭାଇରାଲ ହେଉଛି। ଅଞ୍ଜୁ ଲେଖିଛନ୍ତି, “ମୋର ପ୍ରିୟ ଦୁଆ ତୃତୀୟ ମାସର ଜନ୍ମଦିନର ଶୁଭେଚ୍ଛା । ପ୍ରେମ ଏବଂ ଆଶାର ଅଙ୍ଗଭଙ୍ଗୀ ସହିତ ଏହି ବିଶେଷ ଦିନ ପାଳନ କରିବା । ଆଶା କରୁଛି ଯେ, ଏହି ଛୋଟ କାର୍ଯ୍ୟଟି କଷ୍ଟଦାୟକ ସମୟ ଦେଇ ଗତି କରୁଥିବା ବ୍ୟକ୍ତିଙ୍କୁ ଆରାମ ଏବଂ ଆତ୍ମବିଶ୍ୱାସ ପ୍ରଦାନ କରିପାରିବ ।
ଅନ୍ୟପଟେ ମା ହେବାପରେ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ବେଙ୍ଗାଲୁରୁରେ ହୋଇଥିବା ଦିଲଜିତ ଦୋସାଞ୍ଜଙ୍କ କନସର୍ଟରେ ନଜର ଆସିଥିଲେ । ବର୍ତ୍ତମାନ ସେ ତାଙ୍କ ଝିଅ ଦୁଆଙ୍କ ସହ ମୁମ୍ବାଇ ଫେରିଛନ୍ତି। ଯାହାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।
କାର୍ଯ୍ୟ ବିଷୟରେ କହିବାକୁ ଗଲେ 2024 ଦୀପିକାଙ୍କ ପାଇଁ ରୋମାଞ୍ଚକର ପ୍ରୋଜେକ୍ଟରେ ପରିପୂର୍ଣ୍ଣ ଥିଲା । ସେ ହ୍ରିତିକ ରୋଶନ ଏବଂ ଅନିଲ କପୁରଙ୍କ ସହ ଅଭିନୟ କରି ଫିଲ୍ମ ଫାଇଟର୍ ସହିତ ବର୍ଷ ଆରମ୍ଭ କରିଥିଲେ, ଏବଂ ପରେ ବ୍ଲକବଷ୍ଟର ତେଲୁଗୁ ଏପିକ୍ କଲକୀ 2898 ଖ୍ରୀଷ୍ଟାବ୍ଦରେ ଅଭିନୟ କରିଥିଲେ । ଏହାସହ ସିଙ୍ଗମ ଅଗେନରେ ଅଭିନୟ କରିଥିଲେ, ଯେଉଁଥିରେ ସେ ରୋହିତ ଶେଟ୍ଟୀଙ୍କ ହାଇ-ଆକ୍ସନ୍ ଫିଲ୍ମରେ ଡିସିପି ଶକ୍ତି ଶେଟ୍ଟୀ ଭୂମିକାରେ ଅଭିନୟ କରିଥିଲେ। ଏହାସହ ଦୀପିକା ଖୁବ୍ ଶୀଘ୍ର କଲକୀ 2898 AD 2 ପାଇଁ ସୁଟିଂ ଆରମ୍ଭ କରିବେ ।
ସୂଚନାଯୋଗ୍ୟ, ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ବହୁବର୍ଷ ଡେଟ କରିବାପରେ ନଭେମ୍ବର ୧୪, ୨୦୧୮ ରେ ବିବାହ କରିଥିଲେ । ଯାହା ସେତେବେଳେ ବେଶ ଚର୍ଚ୍ଚା ମଧ୍ୟ ସାଉଁଟି ଥିଲା । ବିବାହର ଅନେକ ବର୍ଷ ପର୍ଯ୍ୟନ୍ତ ଦୁହେଁ ସନ୍ତାନ ନେଇ ନଥିଲେ । ଯେଉଁଥିପାଇଁ ତାଙ୍କୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା । ପରେ ଯେତେବେଳେ ଦୁହେଁ ମା’ ଏବଂ ବାପା ହେବାର ଘୋଷଣା କରିଥିଲେ ସେତେବେଳେ ମଧ୍ୟ ଦୀପିକାକୁ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା । ହେଲେ ୮ ସେପ୍ଟେମ୍ବର ୨୦୨୪ରେ ପିତାମାତା ହୋଇଥିଲେ । ଦୀପିକା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଯାହାଙ୍କ ନାଁ ସେ ଦୁଆ ପାଦୁକୋନ ସିଂ ରଖିଛନ୍ତି । ବର୍ତ୍ତମାନ ଏହି ଦମ୍ପତିଙ୍କ ଛୋଟ ରାଜକୁମାରୀ ବର୍ତ୍ତମାନ 3 ମାସର ହୋଇଛନ୍ତି ।
ALSO READ: https://purvapaksa.com/raj-kappor/