Rashifala: ବୁଧବାର ୩ ଏପ୍ରିଲ ୨୦୨୫ ଆଜି ଆପଣଙ୍କର ଦିନ କେମିତି ରହିବ, ଏହା ଜାଣିବାକୁ ସମସ୍ତେ ଉତସୁକ ରହିଥାନ୍ତି। ସହ ବିକାସ ଜନକ ମଙ୍ଗଳର ଗୋଚର ମଧ୍ୟ କର୍କ ରାଶିରେ ହେବାକୁ ଯାଉଛି, ଯାହାର ପ୍ରଭାବ ସମସ୍ତ ରାଶି ଉପରେ ପଡ଼ିବ।
ଦୈନିକ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ତାଙ୍କର ଦିନର ଆରମ୍ଭରେ ବିଭିନ୍ନ ପ୍ରକାରର କାର୍ଯ୍ୟ କରିଥାନ୍ତି । ଦେଖନ୍ତୁ ଆଜିର ରାଶିଫଳ ଏବଂ ଜାଣନ୍ତୁ ଆଜି ହେବାକୁ ଯାଉଥିବା ଗ୍ରହ-ଗୋଚର ଏବଂ ଯୋଗ ଆପଣଙ୍କର ରାଶି ପାଇଁ କେମିତି ରହିବ।
ମେଷ : ଆଜିର ଦିନ ମେଷ ରାଶି ଜାତକଙ୍କ ପାଇଁ ଉତ୍ତମ ରହିବ ବୋଲି ଆଶା କରାଯାଉଛି। ଆପଣ ଆପଣଙ୍କର ବିରୋଧୀଙ୍କର ମୁକାବିଲା କରିବାରେ ସଫଳ ହେବେ। ଜୀବନସାଥୀଙ୍କର ସହଯୋଗ ପ୍ରତି ସ୍ଥାନରେ ମିଳିବ ଏବଂ ଏକ ସୂନ୍ଦର ଯାତ୍ରାକୁ ଯିବା ପାଇଁ ଯୋଗ ମିଳିପାରେ।
ବୃଷ : ଆଜିର ଦିନ ଚନ୍ଦ୍ରମା ଆପଣଙ୍କର ରାଶିରେ ରହିବେ, ସେଥିପାଇଁ ଆପଣଙ୍କର ମନ ସାନ୍ତ ଓ ଖୁସି ରହିବ। ବିଜନେସ କିମ୍ବା କୋର୍ଟ ମାମଲାରେ ସମାଧାନ ହେବ । ଚାକିରୀ ବା ବ୍ୟାପାରରେ ମଧ୍ୟ ଆପଣ ଆଗକୁ ବଢ଼ିବେ। ଆଜି କାହା ସହିତ କଥା କହିବାବେଳେ ବ୍ୟବହାରରେ ସରଳତା ରଖନ୍ତୁ।
ମିଥୁନ : ମିଥୁନ ରାଶି ପାଇଁ ଆଜି କିଛି କ୍ଷତିର ଯୋଗ ନିର୍ମାଣ ହେଉଛି। କିନ୍ତୁ ଆପଣଙ୍କୁ ଧର୍ଯ୍ୟ ରଖିବାକୁ ହେବ ଏବଂ ସଠିକ୍ ସମୟର ଅପେକ୍ଷା କରିବାକୁ ହେବ। ଚାକିରୀପେଶାମାନେ କାର୍ଯ୍ୟସ୍ଥଳରେ କଠିନ ପରିଶ୍ରମ କରିବାକୁ ପଡ଼ିବ।
କର୍କଟ: ଘର ନିର୍ମାଣ କାର୍ଯ୍ୟ ଜଲଦି ପୂରା ହେବ। ଅଫିସରେ ବ୍ୟବହାର ଭଲ ବଜାୟ ରଖନ୍ତୁ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମତାନ୍ତର ଦୂର ହେବ। ରାଜନୀତି ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।
ସିଂହ : ବେପାର ବୃତ୍ତିରେ ସଫଳତା ହାସଲ କରିବେ । କଳା ବିଦ୍ୟା ପ୍ରତି ଆଗ୍ରହ ସୃଷ୍ଟି ହୋଇପାରେ । ରାଜନୀତିରେ କୌଣସି ପଦ ବ୍ୟକ୍ତିଙ୍କ ସାନିଧ୍ୟ ପାଇ ପାରନ୍ତି । ଅଭାବି ଲୋକଙ୍କୁ ସାହାଯ୍ୟ ସହଯୋଗର ହାତ ବଢାଇବେ । ଚାକିରି କ୍ଷେତ୍ରରେ ପ୍ରିୟ ପାତ୍ର ହୋଇ ପାରନ୍ତି ।
କନ୍ୟା : ହଠାତ୍ ପୁରାତନ ରୋଗର ପୀଡ଼ା ଅନୁଭବ ହେବାର ଆଶଙ୍କା ରହିଛି । ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ ।
ତୁଳା : ସାମ୍ବାଦିତକତା ଓ ରାଜନୀତି କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ଖାସ୍ ରହିବ। ଅନ୍ୟମନସ୍କତା କାରଣରୁ କେତେକ ଭୂଲ୍ କରିବା ଦ୍ୱାରା ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ । ପରିସ୍ଥିତିକୁ ସମ୍ଭାଳିବା ପରିପ୍ରେକ୍ଷୀରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ । ବନ୍ଧୁଙ୍କ ନିକଟରୁ ମିଷ୍ଟାନ୍ନ ଲାଭରୁ ମନ ଖୁସି ରହିବ ।
ବିଛା : ଯେତେ ସତର୍କରେ ଚଳିଲେ ମଧ୍ୟ କିଛି ନା କିଛି ସମସ୍ୟା ମନକୁ ଅସ୍ଥିର କରିବ। ଭୁଲ୍ ବୁଝାମଣାରୁ ସ୍ତ୍ରୀଙ୍କ ସହ ମତାନ୍ତର କିମ୍ବା ବନ୍ଧୁଙ୍କ ସହ ବିତର୍କ ଘଟିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ ।
ଧନୁ: ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ନିଜର ଖର୍ଚ୍ଚ ଉପରେ ଧ୍ୟାନ ଦିଅନ୍ତୁ। ଜିନିଷ କିଣିବା ପୂର୍ବରୁ ତାଲିକା ବନାଇ କିଣନ୍ତୁ। ସନ୍ତାନର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି।
ମକର: ଆପଣଙ୍କ ଉପରେ କାର୍ଯ୍ୟ ଓ ଦାୟିତ୍ଵର ଚାପ ବଢି ଯାଇପାରେ । କିନ୍ତୁ ଆପଣ ଶକ୍ତିଶାଳୀ ବ୍ୟକ୍ତି ଭାବରେ ସବୁକୁ ହ୍ୟାଣ୍ଡେଲ କରିବେ । ଆପଣଙ୍କ ସହନଶୀଳତାକୁ ସମସ୍ତେ ଗ୍ରହଣ କରିବେ ଓ ପ୍ରଶଂସା କରିବେ । ଖାଦ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ଭିନ୍ନ ଭିନ୍ନ ଲୋକଙ୍କ ସହ ମିତ୍ରତା ବଢିବ ।
କୁମ୍ଭ: ବୈବାହିକ ଜୀବନ ସବୁଠୁ ଉତ୍ତମ ରହିବ । ନୂତନ ଆୟର ପନ୍ଥା ଖୋଲିଯିବା ସହ ଉତ୍ତମ ରୋଜଗାର କରିବେ । ଚାକିରି ଖୋଜୁଥିବା ବ୍ୟକ୍ତିମାନଙ୍କୁ ନିଜର ଚେଷ୍ଟା ଓ ପରିଶ୍ରମର ପରିମାଣ ମିଳିବ ।
ମୀନ : ଦିନଟି ଅତ୍ୟନ୍ତ ଶୁଭ ରହିବ। ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । କୂଟନୀତି ବଳରେ କାର୍ଯ୍ୟ ସାଧନ କରିବେ । ବନ୍ଧୁ ମାନଙ୍କ ସହ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ । ସାମୟିକ ସ୍ୱାସ୍ଥ୍ୟହାନୀ ଯୋଗୁ ମନ ଅଶାନ୍ତ ରହିପାରେ । ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ ।
ALSO READ: https://purvapaksa.com/budh-gochar-2025-budh-grah-gochar/