- – ବର୍ଡର-ଗାଭାସ୍କର ଟ୍ରଫି ଶେଷ ସୁଯୋଗ
- – ୪-୦ରେ ଜିତିବାକୁ ହେବ ସିରିଜ
ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିଆନ୍ସିପ୍ ସଂସ୍କରଣ ଏବେ ଆନ୍ତିମ ପର୍ଯ୍ୟାୟରେ । ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ ଫାଇନାଲ । ଚଳିତ ସଂସ୍କରଣରେ ଆାଉ ମାତ୍ର ୧୮ଟି ଟେଷ୍ଟ ବାକି ରହିଛି । ତଥାପି ଏପର୍ଯ୍ୟନ୍ତ କୌଣସି ଦଳ ଫାଇନାଲକୁ ଯୋଗ୍ୟତା ଆର୍ଜନ କରିପାରି ନାହାନ୍ତି । ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନରେ ରହିଥିବା ଆଷ୍ଟ୍ରେଲିଆା ଓ ଭାରତ ଭଳି ଶକ୍ତିଶାଳୀ ଦଳ ମଧ୍ୟ ଫାଇନାଲ୍ ଦୌଡ଼ରୁ ବାଦ ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆାଫ୍ରିକା ଏଥର ଦମଦାର ପ୍ରଦର୍ଶନ ଜାରି ରଖି ଫାଇନାଲ ଦାବିଦାର ରୂପେ ଉଭା ହୋଇଛନ୍ତି । ପ୍ରକୃତରେ ଦେଖିବାକୁ ଗଲେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ(୦-୩ରେ) ଟେଷ୍ଟ ସିରିଜ ପରାଜିତ ହେବା ପରେ ଫାଇନାଲ୍ ଦୌଡ଼ ବେଶ୍ ରୋମାଞ୍ଚକର ହୋଇଛି ।
ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ପରାଜିତ ହେବା ଫଳରେ ଭାରତ ପଏଣ୍ଟ ତାଲିକାର ଦ୍ୱିତୀୟକୁ ଖସିଛି । ଭାରତ ନିକଟରେ ସମ୍ପ୍ରତି ୫୮.୩୩ଧ ପଏଣ୍ଟ ରହିଛି । ୬୨.୫୦ଧ ପଏଣ୍ଟ ସହ ଆଷ୍ଟ୍ରେଲିଆା ଶୀର୍ଷକୁ ଉନ୍ନୀତ ହୋଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପରାଜୟ ଭାରତକୁ ଚକ୍ରବ୍ୟୁହରେ ପହଞ୍ଚାଇ ଦେଇଛି । ବର୍ତ୍ତମାନ ଏକମାତ୍ର ଆାଶା ବର୍ଡର-ଗାଭାସ୍କର ଟ୍ରଫି । ଏହି ସିରିଜରେ ୫ଟି ଟେଷ୍ଟ ରହିଛି । ଭାରତକୁ ସିଧାସଳଖ ଫାଇନାଲରେ ପହଞ୍ଚିବାକୁ ହେଲେ ଉକ୍ତ ସିରିଜକୁ ୪-୦ରେ ଜିତିବାକୁ ପଡ଼ିବ । ଆଷ୍ଟ୍ରେଲିଆ ଦଳକୁ ସେମାନଙ୍କ ଘରୋଇ ଗ୍ରାଉଣ୍ଡରେ ହରାଇବାର କ୍ଷମତା ଭାରତ ନିକଟରେ ରହିଛି । ହେଲେ ଏକ ସଙ୍ଗେ ୪ଟି ଟେଷ୍ଟ ଜିତିବା ଆସମ୍ଭବ କାର୍ଯ୍ୟ କହିଲେ ଭୁଲ ହେବ ନାହିଁ ।
ଚିନ୍ତା ବଢ଼ାଇବ ଦକ୍ଷିଣ ଆାଫ୍ରିକା
୪-୦ରେ ବର୍ଡର-ଗାଭାସ୍କର ଟ୍ରଫି ଜିତିଲେ ଭାରତର ପଏଣ୍ଟ ୬୫.୭୯%କୁ ବୃଦ୍ଧି ପାଇବ । ତଥାପି ଭାରତ ଶୀର୍ଷ ସ୍ଥାନ ଫେରି ପାଇବା କଷ୍ଟକର ହେବ । କାରଣ ଦକ୍ଷିଣ ଆାଫ୍ରିକା ଆାଗକୁ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷରେ ଯଥାକ୍ରମେ ୨ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି । ଉଭୟ ସିରିଜରେ କ୍ଲିନ୍ ସୁଇପ କଲେ ଦକ୍ଷିଣ ଆାଫ୍ରିକାର ପଏଣ୍ଟ ୬୯.୪୪%କୁ ବୃଦ୍ଧି ପାଇବ । ଦଳ ସିଧା ଶୀର୍ଷକୁ ଉଠି ଫାଇନାଲକୁ ଯୋଗ୍ୟତା ଆର୍ଜନ କରିବ । ଭାରତ ଦ୍ୱିତୀୟ ଦଳଭାବେ ଫାଇନାଲରେ ପହଞ୍ଚିବ । ଗତ ମାସରେ ଆନୁଷ୍ଠିତ ବାଂଲାଦେଶ ବିପକ୍ଷ(୨-୦)ଷ୍ଟଷ୍ଟ ସିରିଜ ବିଜୟ ପରେ ଦକ୍ଷିଣ ଆାଫ୍ରିକାର ପଏଣ୍ଟ ୫୪.୧୭%ରେ ପହଞ୍ଚି ଯାଇଛି ।
୫୪.୫୫% ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଥିବା ନ୍ୟୁଜିଲାଣ୍ଡ ଆାଗକୁ ଇଂଲଣ୍ଡ ବିପକ୍ଷରେ ୩ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟକ୍ରମ ରହିଛି । ଘରୋଇ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ସିରିଜକୁ ୩-୦ରେ ଜିତିଲେ ନ୍ୟୁଜିଲାଣ୍ଡର ପଏଣ୍ଟ ୬୪.୨୯ଧରେ ପହଞ୍ଚିବ ।
ଆନ୍ୟ ଦଳ ଉପରେ ନିର୍ଭର
ଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ଆନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବାକୁ ପଡ଼ିପାରେ । ଭାରତ ୨-୩ରେ ବର୍ଡର-ଗାଭାସ୍କର ଟ୍ରଫି ପରାଜିତ ହେଲେ ମଧ୍ୟ ଫାଇନାଲକୁ ଯୋଗ୍ୟତା ଆର୍ଜନ କରିପାରିବ । ମାତ୍ର ଆନ୍ୟ ସିରିଜର ଫଳାଫଳ ଉପରେ ନିର୍ଭର କରିବାକୁ ହେବ ।
– ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ସିରିଜ ୧-୧ରେ ଡ୍ର’ ରହିବ ।
– ଦକ୍ଷିଣ ଆାଫ୍ରିକା ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ବିପକ୍ଷ ଘରୋଇ ଟେଷ୍ଟ ସିରିଜକୁ ୧-୧ରେ ଡ୍ର’ ରଖିବ ।
– ଆଷ୍ଟ୍ରେଲିଆା ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୨ମ୍ୟାଚ୍ ବିଶିଷ୍ଟ ଟେଷ୍ଠ ସିରିଜ ୦-୦ରେ ଡ୍ର’ ରହିବ ।
ଏହା ସମ୍ଭବ ହେଲେ ଭାରତ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଯୋଗ୍ୟତା ଆର୍ଜନ କରିପାରିବ । ଉପରୋକ୍ତ ସମସ୍ତ ସିରିଜର ଫଳାଫଳ ଏଭଳି ରହିଲେ ଆଷ୍ଟ୍ରେଲିଆ ୫୮.୭୭% ପଏଣ୍ଟ ସହ ଶୀର୍ଷ ସ୍ଥାନ ଦଖଲ କରିବ ଓ ଭାରତ ୫୩.୫୧% ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଦଖଲ କରିବ । ଦକ୍ଷିଣ ଆାଫ୍ରିକା ୫୨.୭୮%, ନ୍ୟୁଜିଲାଣ୍ଡ ୫୨.୩୮% ଓ ଶ୍ରୀଲଙ୍କା ୫୧.୨୮% ପଏଣ୍ଟ ସହ ଦାବିଦାର ଦକ୍ଷିଣ ଆାଫ୍ରିକା
ବର୍ତ୍ତମାନ ଦକ୍ଷିଣ ଆାଫ୍ରିକା ୫୪.୧୭% ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଥିଲେ ହେଁ ଫାଇନାଲ୍ ଖେଳିବା ପାଇଁ ପ୍ରବଳ ଦାବିଦାର ରୂପେ ଉଭା ହୋଇଛି । ଦକ୍ଷିଣ ଆାଫ୍ରିକାର ଶେଷ ୨ଟି ଯାକ ଟେଷ୍ଟ ସିରିଜ ଘରୋଇ ଗ୍ରାଉଣ୍ଡ୍ରେ ରହିଛି । ପ୍ରତିପକ୍ଷ ଦଳ ଭାବେ ରହିଛନ୍ତି ୨ଏସୀୟ ଦଳ ପାକିସ୍ତାନ ଓ ଶ୍ରୀଲଙ୍କା । ୪ଟି ଯାକ ଟେଷ୍ଟ ଜିତିଲେ ଦକ୍ଷିଣ ଆାଫ୍ରିକାର ପଏଣ୍ଟ ୬୯.୪୪%କୁ ବୃଦ୍ଧି ପାଇବ ।
ଶେଷ ୪ଟି ଟେଷ୍ଟରୁ ଦକ୍ଷିଣ ଆାଫ୍ରିକା ୩ବିଜୟ ଓ ଗୋଟିଏ ମ୍ୟାଚ୍ ଡ୍ର’ ରଖିଲେ ପଏଣ୍ଟ ୬୩.୮୯%କୁ ଖସିବ । ସେହିପରି ୩ବିଜୟ ଓ ଗୋଟିଏ ପରାଜୟ ହେଲେ ପଏଣ୍ଟ ୬୧.୧୧%ରେ ପହଞ୍ଚି ଯିବ । ତଥାପି ଦକ୍ଷିଣ ଆାଫ୍ରିକାର ଫାଇନାଲ୍ ସମ୍ଭାବନା ବଳବତ୍ତର ରହିବ ।
ଦ୍ୱିତୀୟ ଫାଇନାଲ୍ ଆେପକ୍ଷାରେ ଆଷ୍ଟ୍ରେଲିଆା
ଡିଫେଣ୍ଡିଂ ଚାମ୍ପିଆନ୍ ଆଷ୍ଟ୍ରେଲିଆା ପୁନର୍ବାର ଫାଇନାଲରେ ପହଞ୍ଚିବା ପାଇଁ ଆେପକ୍ଷା କରି ରହିଛି । ଭାରତର ସିରିଜ(ନ୍ୟୁଜିଲାଣ୍ଡ ବିପକ୍ଷରେ) ପରାଜୟ ଆଷ୍ଟ୍ରେଲିଆାର ଫାଇନାଲ୍ ଯାତ୍ରାକୁ ସହଜ କରିଦେଇଛି । ତଥାପି ସିଧା ସଳଖ ଫାଇନାଲରେ ପହଞ୍ଚିବାକୁ ହେଲେ ଆଷ୍ଟ୍ରେଲିଆାକୁ ଶେଷ ୭ଟିରୁ ୫ଟି ଟେଷ୍ଟ ଜିତିବାକୁ ହେବ ।
ପ୍ରମୁଖ ଦାବିଦାର ଶ୍ରୀଲଙ୍କା
୫୫.୫୬% ପଏଣ୍ଟ ହାସଲ କରିଥିବା ଶ୍ରୀଲଙ୍କା ଆାଗକୁ ଆାଉ ୪ଟି ଟେଷ୍ଟ (ଦକ୍ଷିଣ ଆାଫ୍ରିକା ଓ ଆଷ୍ଟ୍ରେଲିଆା ବିପକ୍ଷରେ) ଖେଳିବାର କାର୍ଯ୍ୟକ୍ରମ ରହିଛି । ସମସ୍ତ ମ୍ୟାଚ୍ ଜିତିଲେ ଶ୍ରୀଲଙ୍କାର ପଏଣ୍ଟ ୬୯.୨୩ଧରେ ପହଞ୍ଚିବ । କିନ୍ତୁ ଗୋଟିଏ ଟେଷ୍ଟ ପରାଜିତ ହେଲେ ୬୧.୫୪%କୁ ପଏଣ୍ଟ ଖସିଯିବ । ତଥାପି ଦଳର ଫାଇନାଲ ସମ୍ଭାବନା ରହିବ । ଆବଶ୍ୟ ଆନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର କରିବ ।
Previous Posthttps://purvapaksa.com/https-purvapaksa-com-baby-hippo-moo-deng-predicts-win-for-trump-in-us-election/
1 Comment
Pingback: ଜେଧାହରେ ଆଇପିଏଲ ନିଲାମ