ଆଜିକାଲି ପ୍ରାୟ ସମସ୍ତେ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି। ଯୁବପିଢ଼ି ନିଜର ଖର୍ଚ୍ଚ ପାଇଁ କ୍ରେଡିଟ୍ କାର୍ଡର ବହୁଳ ବ୍ୟବହାର କରୁଛନ୍ତି । ଯାହାକୁ ଦୃଷ୍ଟିରେ ରଖି କ୍ରେଡିଟ୍ କମ୍ପାନୀ ଗୁଡିକ ମଧ୍ୟ ଗ୍ରହକଙ୍କୁ ଆକର୍ଷଣ କଲାଭଳି ବିଭିନ୍ନ ଯୋଜନା ଆଣୁଛନ୍ତି । ହେଲେ ଆପଣ ଜାଣନ୍ତିକି, ଆପଣମାନେ ଯଦି ଏହି କାର୍ଡକୁ ଠିକ୍ ଉପାୟରେ କାର୍ଯ୍ୟକାରୀ ନ କରନ୍ତି ତାହାଲେ ଏହା ଆପଣଙ୍କୁ ବଡ଼ କ୍ଷତି ହୋଇପାରେ । କ୍ରେଡିଟ୍ କାର୍ଡ ବ୍ୟବହାରକାରୀଙ୍କୁ ଅନେକ ଜିନିଷ ପ୍ରତି ସାବଧାନ ରହିବାକୁ ପଡ଼େ। ନଚେତ୍ ଏହାର ସିଧା ପ୍ରଭାବ ଆପଣଙ୍କ ସିବିଲ ସ୍କୋର ଉପରେ ପଡ଼ିବାରେ । ତେବେ ଜାଣନ୍ତୁ କ୍ରେଡିଟ୍ କାର୍ଡ ବ୍ୟବହାର ସମ୍ବନ୍ଧରେ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଟିପ୍ସ, ଆଉ ଭଲ ସିବିଲ ସ୍କୋର ପାଇଁ ଆଜିଠୁ ହିଁ ଏହାକୁ ଅଭ୍ୟାସରେ ପରିଣତ କରନ୍ତୁ ।
ତେବେ ଯଦି କଥା କ୍ରେଡିଟ୍ କାର୍ଡର ଆସେ ତେବେ ସେଠି ସିବିଲ ସ୍କୋରକୁ ବା କେମିତି ଭୁଲିବା । ସିବିଲ ସ୍କୋର ବା କ୍ରେଡିଟ୍ ଇନଫରମେସନ୍ ବ୍ୟୁରୋ ଲିମିଟେଡ୍, ଯେଉଁଥିରେ ସିବିଲ୍ ସ୍କୋର ୩ ଡିଜିଟ୍ ନମ୍ବର ଦ୍ୱାରା ମୂଲ୍ୟାଙ୍କନ କରାଯାଏ । ଯାହା କ୍ରେଡିଟ୍ ବ୍ୟବହାରକାରୀଙ୍କ ଖର୍ଚ୍ଚ ଅଭ୍ୟାସ, ଇତିହାସ ଏବଂ ରିପୋର୍ଟ ବିଷୟରେ ତଥ୍ୟ ପ୍ରଦାନ କରିଥାଏ । ୩୦୦ ରୁ ୯୦୦ ଭିତରେ ଏହି ରେଟିଂ କରାଯାଏ । ଯଦି କ୍ରେଡିଟ୍ ସ୍କୋର୍ ୭୫୦ରୁ ଅଧିକ, ତା’ହେଲେ ଆର୍ଥିକ ସଂସ୍ଥାଗୁଡିକ ଆପଣଙ୍କୁ ବିଶ୍ବାସଯୋଗ୍ୟ ଋଣକର୍ତ୍ତା ଭାବେ ବିବେଚିତ କରନ୍ତି । କିନ୍ତୁ ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର୍ ମାର୍କ ୭୦୦ରୁ କମ୍, ଏ କ୍ଷେତ୍ରରେ ବ୍ୟାଙ୍କ ଓ ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନଗୁଡିକ ଆପଣଙ୍କ ଲୋନ୍ ଆବେଦନ ନାମଞ୍ଜୁର କରିବାର ସମ୍ଭାବନା ଅଧିକ । ଆପଣଙ୍କ ସିବିଲ ସ୍କୋର ଯେତେ ଭଲ ହେବ, ଆପଣଙ୍କ କ୍ରେଡିଟ୍ ହିଷ୍ଟ୍ରି ମଧ୍ୟ ସେତେ ଭଲ ରହିବ । ଯାହା ଆପଣଙ୍କୁ ଭବିଷ୍ୟତରେ ବ୍ୟାଙ୍କ କିମ୍ବା କୌଣସି କମ୍ପାନୀରୁ ଲୋନ୍ ନେବାରେ ସାହାଯ୍ୟ କରିବ ।
ତେବେ ଯଦି ଆପଣଙ୍କ କ୍ରେଡିଟ୍ ସ୍କୋର ଖବ୍ କମ୍ ରହିଛି, ତାହାଲେ ଆଜିଠୁ ହିଁ ଏଥିରୁ ସୁଧାର ଆଣନ୍ତୁ ।
କ୍ରେଡିଟ ରେଟିଂରେ ସୁଧାର ପାଇଁ ଅଯଥା ଲୋନ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିୟମିତ ଭାବେ ଲୋନ ଓ କ୍ରେଡିଟ ବିଲ୍ ପୈଠ କରନ୍ତୁ । ବିଶେଷକରି ଅଧିକ ସୁଧ ବିଶିଷ୍ଟ ଲୋନଗୁଡ଼ିକୁ ଯଥାସମ୍ଭବ ଏଡ଼ାନ୍ତୁ ।
Previous article : https://purvapaksa.com/maruti-suzuki-dzire-bags-5-star-global-ncap-rating/