Samvidhan Gaurav Diwas: ଡ. ବିଆର ଆମ୍ବେଦକରଙ୍କ ବିଚାରଧାରା ସହିତ ଦଳର ସମନ୍ୱୟ ଉପରେ ବରିଷ୍ଠ ବିଜେପି ସାଂସଦ ଅନୁରାଗ ଠାକୁର ଆଲୋକପାତ କରିବା ସହ ୟୁନିଫର୍ମ ସିଭିଲ କୋଡ୍ ଦିଗରେ ମୋଦୀ ସରକାରଙ୍କ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି। ‘ସମ୍ବିଧାନ ଗୌରବ ଅଭିଯାନ’ ମାଧ୍ୟମରେ ଭାରତୀୟ ସମ୍ବିଧାନର ୭୫ବର୍ଷ ପୂର୍ତ୍ତି ପାଳନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ବିଜେପିର ନୀତି ବିଆର ଆମ୍ବେଦକରଙ୍କ ବିଚାରଧାରାର ପ୍ରତିଫଳନ ଉପରେ ପ୍ରତିଫଳିତ ହୋଇଛି ବୋଲି ବିଜେପିର ବରିଷ୍ଠ ସାଂସଦ ଅନୁରାଗ ଠାକୁର ଦାବି କରିଛନ୍ତି। ନରେନ୍ଦ୍ର ମୋଦୀ ସରକାର ଭାରତୀୟ ସମ୍ବିଧାନର ସ୍ଥାପକଙ୍କ ନୀତି ଆଧାରରେ ଦେଶ ନିର୍ମାଣ କରୁଛନ୍ତି ବୋଲି ସେ କହିଛନ୍ତି।
ଆମ୍ବେଦକରଙ୍କ ଆଦର୍ଶରେ ପ୍ରଭାବିତ ହୋଇ ବିଜେପି ସରକାର ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଠାକୁର ବିରୋଧୀ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି।
ୟୁସିସି ସମସ୍ତ ସମ୍ପ୍ରଦାୟ ପାଇଁ ସମାନତା ସୁନିଶ୍ଚିତ କରିବ। ୟୁସିସି ବିବାହ, ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ ଏବଂ ଉତ୍ତରାଧିକାର ନିୟମ ଉପରେ ଧର୍ମ-କେନ୍ଦ୍ରୀତ ଆଇନକୁ ଉଚ୍ଛେଦ କରିବ ଏବଂ ସମସ୍ତଙ୍କ ପାଇଁ ସମାନ ଆଇନ ପ୍ରଦାନ କରିବ।
ଭାରତୀୟ ସମ୍ବିଧାନର ୭୫ ବର୍ଷ ପୂର୍ତ୍ତି ପାଳନ ଏବଂ ଆମ୍ବେଦକରଙ୍କୁ ସମ୍ମାନିତ କରିବା ପାଇଁ ଦଳର ଦୁଇ ସପ୍ତାହ ଧରି ଚାଲିଥିବା ‘ସମ୍ବିଧାନ ଗୌରବ ଅଭିଯାନ’ରେ ଯୋଗଦେଇ ଶ୍ରୀ ଠାକୁର ଏହା କହିଛନ୍ତି।
ବିଜେପି ନେତା ଅଭିଯୋଗ କରିଛନ୍ତି ଯେ କଂଗ୍ରେସ ହିଁ ନିଜର ରାଜନୈତିକ ଫାଇଦା ପାଇଁ ଅନେକ ଥର ସମ୍ବିଧାନ ସଂଶୋଧନ କରିଥିବା ବେଳେ ବିଜେପି ଏବଂ ଅଣକଂଗ୍ରେସ ଦଳ ମାନେ ଏହି ବ୍ୟବସ୍ଥାକୁ ସଂଶୋଧନ କରିନାହାନ୍ତି।
କଂଗ୍ରେସ ସରକାର ୭୫ଥର ସମ୍ବିଧାନ ସଂଶୋଧନ କରିଥିବା ବେଳେ ଅନ୍ୟମାନେ ୩୧ ଥର ସମାନ ପଦକ୍ଷେପ ନେଇଛନ୍ତି।
ପଣ୍ଡିତ ନେହେରୁଙ୍କଠାରୁ ଆରମ୍ଭ କରି ଇନ୍ଦିରା ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ପର୍ଯ୍ୟନ୍ତ କଂଗ୍ରେସ ଡକ୍ଟର ଆମ୍ବେଦକରଙ୍କୁ ଅପମାନିତ କରୁଛି ବୋଲି ସେ ଅଭିଯୋଗ କରିଛନ୍ତି, ଯିଏ କି ସାରା ଜୀବନ ଆଦିବାସୀ, ଦଳିତ ଏବଂ ଅନ୍ୟାନ୍ୟ ପଛୁଆ ଜାତି ସମ୍ପ୍ରଦାୟର ଅଧିକାର ପାଇଁ ସଂଗ୍ରାମ କରିଥିଲେ।
ରାହୁଲ ଗାନ୍ଧି ସମ୍ବିଧାନ ନାଁରେ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ସମ୍ବିଧାନ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସାମ୍ବିଧାନିକ ମୂଲ୍ୟବୋଧକୁ କ୍ଷୁର୍ଣ୍ଣ କରିବା ନେଇ କଂଗ୍ରେସ ଆରମ୍ଭ କରିଥିବା ଅପପ୍ରଚାରକୁ ପ୍ରତିହତ କରିବା ପାଇଁ ଦଳ ୫୦ଟି ସ୍ଥାନରେ ସେମିନାର ଓ ବୌଦ୍ଧିକ ସଭା ଆୟୋଜନ କରିବ ବୋଲି ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ।
ନିର୍ମଳାଙ୍କ ବଜେଟ ପେଡ଼ିରେ ବିଦ୍ୟାର୍ଥୀଙ୍କ ପାଇଁ କ’ଣ ଅଛି? ଶିକ୍ଷାଋଣ ହେବକି ସହଜ?
