ରିଲିଜ ହେବା ପୂର୍ବରୁ ବିବାଦରେ ଫସିଲା ଫିଲ୍ମ ‘ପୁଷ୍ପା ୨’ । ଏହାକୁ ନେଇ ହରିୟାଣାରେ ଉତ୍ତେଜନା ଦେଖାଦେଇଛି।
ସାଉଥ ଇଣ୍ଡଷ୍ଟ୍ରିର ସୁପର ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଉପରେ ହିନ୍ଦୁଙ୍କ ଭାବନାକୁ ଆଘାତ ଦେଇଥିବାର ଅଭିଯୋଗ ହୋଇଛି । ଦୀର୍ଘ ସମୟ ଧରି ଦର୍ଶକମାନେ ଏହି ଫିଲ୍ମକୁ ଦେଖିବା ପାଇଁ ଅପେକ୍ଷା କରି ରହିଥିଲେ। କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ଏହାକୁ ନିଷିଦ୍ଧ କରିବାକୁ ଦାବି କରାଯାଉଛି । ହରିୟାଣାରେ ‘ପୁଷ୍ପା ୨: ଦି ରୁଲ’ର ଏକ ଦୃଶ୍ୟକୁ ବିରୋଧ କରାଯାଇଛି ।
ଅଭିଯୋଗରେ ବିବାଦୀୟ ଦୃଶ୍ୟକୁ ହଟାଇବା ପାଇଁ ଦାବି କରାଯାଇଛି । ତେବେ ପୋଲିସ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ କରିନାହିଁ । ଅଭିଯୋଗ କରିଥିବା ବ୍ୟକ୍ତି ଜଣକ ହେଲେ ହିସାରର ଜିଲ୍ଲାର କୁଲଦୀପ କୁମାର । ସୂଚନା ଅନୁଯାୟୀ, ଫିଲ୍ମର ଟ୍ରେଲରରେ ହିନ୍ଦୁ ଧର୍ମ ଭାବନାକୁ ଜାଣିଶୁଣି ଆଘାତ କରିବାକୁ ଉଦ୍ୟମ କରାଯାଇଛି । କୁଲଦୀପଙ୍କ କହିବାନୁସାରେ, ଟ୍ରେଲରରେ ଅଲ୍ଲୁ ଅର୍ଜୁନଙ୍କୁ ଅର୍ଦ୍ଧନାରୀଶ୍ୱର ଭୂମିକାରେ ଦର୍ଶାଯାଇଛି ଏବଂ ମା’ କାଳୀଙ୍କ ଚିତ୍ର ମଧ୍ୟ ଦେଖିବାକୁ ମିଳିଛି । ସେମାନେ ଅନୁଭବ କରୁଛନ୍ତି ଯେ ଏହି ଦୃଶ୍ୟ ଧାର୍ମିକ ଭାବନାକୁ କ୍ଷତି ପହଞ୍ଚାଉଛି ।
ବର୍ତ୍ତମାନ ସୁଦ୍ଧା ‘ପୁଷ୍ପା ୨: ଦି ରୁଲ’ ବିରୋଧରେ ପୋଲିସ କୌଣସି ମାମଲା ରୁଜୁ କରି ନାହିଁ। ଏହାକୁ ନେଇ ପୋଲିସ କହିଛି ଯେ, ସେମାନେ ପ୍ରଥମେ ଏହି ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ। ତେବେ ଫିଲ୍ମ ‘ପୁଷ୍ପା ୨: ଦି ରୁଲ’ର ଟ୍ରେଲର କିଛି ପ୍ରଶଂସକଙ୍କୁ ପ୍ରଭାବିତ କରିପାରିନାହିଁ। ଫିଲ୍ମ ରିଲିଜ୍ ପାଇଁ ଆଉ କିଛି ଦିନ ବାକି ଅଛି ଏବଂ ଏହାର କ୍ଲାଇମାକ୍ସ ଦୃଶ୍ୟ ଏପର୍ଯ୍ୟନ୍ତ ସୁଟିଂ ହୋଇନାହିଁ । ଏଭଳି ପରିସ୍ଥିତିରେ ଫିଲ୍ମରେ ଆଉ ଏକ ସମସ୍ୟା ଉପୁଜିଛି ।
PREVIOUS POST: https://purvapaksa.com/rumors-of-son-daughter-in-law-divorce-are-raging-amitabh-bachchans-big-post/