ଚୀନରେ ଇଣ୍ଟରନେଟ୍ ଉପରେ ସେନ୍ସରସିପ୍ କଠୋରତା ଏବେ ଏକ ନୂତନ ସ୍ତରରେ ପହଞ୍ଚିଛି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସରକାର ଖୁବଶୀଘ୍ର ଏକ ଜାତୀୟ ଇଣ୍ଟରନେଟ୍ ଆଇଡି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଚୀନ ଇଣ୍ଟରନେଟ୍ ଉପରେ ପୂର୍ବରୁ ବିସ୍ତାର କରିଥିବା ନଜରର ଜାଲ ଏବେ ଆହୁରି କଠୋର ହେବାକୁ ଯାଉଛି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସରକାର ଖୁବ୍ ଶୀଘ୍ର ଏକ ଜାତୀୟ ଇଣ୍ଟରନେଟ୍ ଆଇଡି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏକ ଡିଜିଟାଲ୍ ପରିଚୟପତ୍ର ଯାହା ସହିତ ପ୍ରତ୍ୟେକ ବ୍ୟବହାରକାରୀଙ୍କ ଅନଲାଇନ୍ ପରିଚୟ ଲିଙ୍କ୍ ହେବ। ଏଥିରୁ ସ୍ପଷ୍ଟ ଯେ ଏବେ ଯଦି କେହି ମିଛ କୁହଛି, ସରକାରଙ୍କ ଇଚ୍ଛା ବିରୁଦ୍ଧରେ କିଛି ଲେଖୁଛି କିମ୍ବା ନିଜର ପରିଚୟ ଲୁଚାଇ ରଖିବାକୁ ଚେଷ୍ଟା କରୁଛି, ତେବେ ତାଙ୍କ ଆକାଉଣ୍ଟ ତୁରନ୍ତ ବନ୍ଦ ହୋଇଯିବ। ଚୀନ ସରକାର କହୁଛନ୍ତି ଯେ ଏହି ବ୍ୟବସ୍ଥା ଲୋକଙ୍କ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷିତ ରଖିବ ଏବଂ ଡିଜିଟାଲ୍ ଅର୍ଥନୀତିକୁ ପ୍ରୋତ୍ସାହିତ କରିବା ପାଇଁ ହୋଇଛି । କିନ୍ତୁ ଅନେକ ବିଶେଷଜ୍ଞ ଏହି ଦାବି ଉପରେ ସନ୍ଦେହ କରୁଛନ୍ତି ଏବଂ ଚେତାବନୀ ଦେଉଛନ୍ତି ଯେ ଏହା ଲୋକଙ୍କ ଅଭିବ୍ୟକ୍ତି ସ୍ୱାଧୀନତାକୁ ଆହୁରି କ୍ଷତି ପହଞ୍ଚାଇବ। ଲୋକମାନେ ଏହା ଉପରେ ସନ୍ଦେହ କରୁଛନ୍ତି ଏବଂ ଚେତାବନୀ ଦେଉଛନ୍ତି ଯେ ଏହା ଲୋକଙ୍କ ଉପରେ ଏକ ଅଦୃଶ୍ଯ କଟକଣା ଅଟେ।
ନାଁରେ ଆଇଡି, ଏହା କ’ଣ ପ୍ରକୃତରେ ଏକ ନଜର ଜାଲ?
ସୋସିଆଲ ମିଡିଆ ପୋଷ୍ଟ ହଟାଇବା, ଆକାଉଣ୍ଟକୁ ସସପେଣ୍ଡ କରିବା ଏବଂ ସମାଲୋଚକମାନଙ୍କୁ ଚିହ୍ନଟ କରିବା ପାଇଁ ଚୀନରେ ପୂର୍ବରୁ ଏକ ବଡ଼ ସେନ୍ସରସିପ୍ ସିଷ୍ଟମ ଅଛି। କିନ୍ତୁ ନୂତନ ଇଣ୍ଟରନେଟ୍ ଆଇଡି ମାଧ୍ୟମରେ, ସରକାର ପ୍ରତ୍ୟେକ ବ୍ୟବହାରକାରୀଙ୍କ ପ୍ରକୃତ-ସମୟରେ ନଜର ରଖିବାର କ୍ଷମତା ପାଇବେ। କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ଗବେଷକ ଜିଆଓ କିଆଙ୍ଗଙ୍କ ଅନୁସାରେ, ଏହା କେବଳ ଏକ ନଜର ରଖିବା ଉପକରଣ ନୁହେଁ ବରଂ ଡିଜିଟାଲ୍ ଏକଛତ୍ରବାଦର ଭିତ୍ତିଭୂମି। ଏହା ସାହାଯ୍ୟରେ, ସରକାର ଗୋଟିଏ ଥରରେ ସମସ୍ତ ପ୍ଲାଟଫର୍ମରୁ ଜଣେ ବ୍ୟବହାରକାରୀଙ୍କୁ ଅଦୃଶ୍ୟ କରିପାରନ୍ତି।
ସମାଲୋଚକମାନେ କ’ଣ କୁହନ୍ତି?
ସରକାର କହୁଛନ୍ତି ଯେ ଏହି ଆଇଡି ବର୍ତ୍ତମାନ “ସ୍ୱେଚ୍ଛାକୃତ”। କିନ୍ତୁ ସମାଲୋଚକମାନେ ବିଶ୍ୱାସ କରନ୍ତି ଯେ, ଏହାକୁ ଧୀରେ ଧୀରେ ବାଧ୍ୟତାମୂଳକ କରାଯିବ। ପ୍ରଫେସର ହାଓଚେନ୍ ସନ୍ କହିଛନ୍ତି ସରକାର ଏହାର ସୁବିଧା ଦେଖାଇ ଲୋକଙ୍କୁ ଏଥିରେ ସାମିଲ ହେବାକୁ ବାଧ୍ୟ କରିପାରିବେ। ଯଦିଓ ଏହି ସିଷ୍ଟମର ଉଦ୍ଦେଶ୍ୟ ଏକ ନିରାପଦ ଏବଂ ସହଜ ଚିହ୍ନଟ ବ୍ୟବସ୍ଥା ବୋଲି କୁହାଯାଉଛି, ତଥ୍ୟ ଉଲ୍ଲଂଘନର ଆଶଙ୍କା ମଧ୍ୟ ବହୁତ ବୃଦ୍ଧି ପାଇଛି। ପୂର୍ବରୁ ୨୦୨୨ରେ, ଏକ କୋଟି ଲୋକଙ୍କ ସୂଚନା ଧାରଣ କରିଥିବା ଏକ ଚୀନ୍ ପୋଲିସ ଡାଟାବେସ୍ ଲିକ୍ ହୋଇଥିଲା।
ପ୍ରତିବାଦ ସ୍ଵର ଚାପିବା ପ୍ରୟାସ ସଫଳ!
ଗତ ବର୍ଷ ଯେତେବେଳେ ପରିଚୟପତ୍ର ବ୍ୟବସ୍ଥା ପ୍ରସ୍ତାବିତ ହୋଇଥିଲା, କିଛି ଆଇନଜୀବୀ ଏବଂ ମାନବାଧିକାର ସଂଗଠନ ଖୋଲାଖୋଲି ଭାବରେ ଏହାକୁ ବିରୋଧ କରିଥିଲେ। କିନ୍ତୁ ଧୀରେ ଧୀରେ ପ୍ରତିବାଦର ସମସ୍ତ ସ୍ୱର ଉଭାନ ହୋଇଗଲା। ମଇ ମାସରେ ଚୂଡ଼ାନ୍ତ ନିୟମ ପ୍ରକାଶ ପାଇବା ମାତ୍ରେ, ଅନଲାଇନ୍ ସମାଲୋଚନା ପ୍ରାୟ ନଗଣ୍ୟ ହୋଇଗଲା। ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଅନୁଯାୟୀ,୬ ମିଲିୟନ ଲୋକ ଏହି ପରିଚୟପତ୍ର ଗ୍ରହଣ କରିସାରିଛନ୍ତି, ଯେତେବେଳେ କି ଦେଶରେ ଅନଲାଇନ୍ ବ୍ୟବହାରକାରୀଙ୍କ ସଂଖ୍ୟା ୧ ବିଲିୟନରୁ ଅଧିକ। ତଥାପି, ଏହି ସଂଖ୍ୟା ଆଗାମୀ ବିପଦର ଏକ ସୂଚନା ଦେଉଛି ମଧ୍ୟ, ଏହି ‘ସ୍ୱେଚ୍ଛାକୃତ’ ବ୍ୟବସ୍ଥାକୁ ଧୀରେ ଧୀରେ କିପରି ବାଧ୍ୟତାମୂଳକ କରାଯିବ। କାରଣ ଚୀନ ଏକଛତ୍ରବାଦୀ ଶାସନ ନିଜ ଦେଶ ସହ ସାରା ବିଶ୍ବର ଲୋକଙ୍କୁ ଜଣା ଏଠି ତୁଣ୍ଡ ଖୋଲିଲେ ମୁଣ୍ଡ ଗଡେ, ସ୍ବାଧୀନତା ଏଠି ସରକାରଙ୍କ ଖୁସି ହେବା ଉପରେ ନିର୍ଭର କରେ।
Also read https://purvapaksa.com/17th-century-inscription-deciphered-in-odisha-rayagada/
17th century inscription deciphered in Odisha Rayagada।। ରାୟଗଡ଼ାରୁ ମିଳିଲା ୧୭ଶ ଶତାବ୍ଦୀର ତାମ୍ରଫଳକ
