ଓଡ଼ିଶାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ ରାଜ୍ୟ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ମିଶାଇ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଥିଲେ।ତାଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ମଧ୍ୟ ଅଛନ୍ତି।
ଅପରାହ୍ନ ୨ଟାରେ ବିଜ୍ଞାନ ଭବନରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଉପସ୍ଥିତିରେ ଏହି ଚୁକ୍ତି ସ୍ୱାକ୍ଷରିତ ହେବ । ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ମଧ୍ୟ ଉପସ୍ଥିତ ରହିବେ
ନୂଆ ବ୍ୟବସ୍ଥା ଅନୁଯାୟୀ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ, ଯାହା ଦ୍ୱାରା ଉଭୟ ଯୋଜନାର ଲାଭ ସୁନିଶ୍ଚିତ ହେବ । ଏବି-ପିଏମଜେଏୱାଇ ଅଧୀନରେ ଓଡ଼ିଶାର ପ୍ରାୟ ୬୭.୮ ଲକ୍ଷ ପରିବାର ପରିବାର ପ୍ରତି ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ପାଇବାକୁ ଯୋଗ୍ୟ ହେବେ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଭିଯାନ ଅଧୀନରେ ମହିଳାମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ।
ଚଳିତ ମାସ ପ୍ରାରମ୍ଭରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ସିଇଓ ଏଲ୍ ଏସ୍ ଚାଙ୍ଗସାନଙ୍କ ନେତୃତ୍ୱରେ ଏକ କେନ୍ଦ୍ରୀୟ ଟିମ୍ ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍, ଏନ୍ଏଚ୍ଏମ୍ର ମିଶନ ନିର୍ଦ୍ଦେଶକ ଡାକ୍ତର ବ୍ରୁନ୍ଦା ଦାସ ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଏହି ଦୁଇଟି ଯୋଜନାର ମିଶ୍ରଣ ପାଇଁ ରୂପରେଖ ଚୂଡ଼ାନ୍ତ କରିଥିଲେ।
ପିଏମ-ଜନ ଆରୋଗ୍ୟ ଯୋଜନାର ପ୍ରମୁଖ ବୈଶିଷ୍ଟ୍ୟ
ପିଏମ-ଜେଏୱାଇ ଭାରତର ସରକାରୀ ଏବଂ ବେସରକାରୀ ତାଲିକାଭୁକ୍ତ ଡାକ୍ତରଖାନାଗୁଡିକରେ ଦ୍ବିତୀୟ ଏବଂ ତୃତୀୟ ସ୍ତରୀୟ ଚିକିତ୍ସା ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ବୀମା ପ୍ରଦାନ କରେ ।
ପିଏମ-ଜେଏୱାଇ ହିତାଧିକାରୀଙ୍କୁ ସେବା ସ୍ଥଳଅର୍ଥାତ ଡାକ୍ତରଖାନାରେ ନଗଦ ବିହୀନ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଥାଏ ।
ପିଏମ-ଜେଏୱାଇ ଚିକିତ୍ସା ରେ ବିପର୍ଯ୍ୟୟଜନକ ବ୍ୟୟକୁ ହ୍ରାସ କରିବାରେ ସାହାଯ୍ୟ କରିବାକୁ ଲକ୍ଷ୍ୟ ରଖିଛି ଯାହା ପ୍ରତିବର୍ଷ ପାଖାପାଖି ୬ କୋଟି ଭାରତୀୟଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲି ଦେଇଥାଏ ।
ଏହା ଡାକ୍ତରଖାନାରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବାର ୧୫ ଦିନ ପରେ ରୋଗ ନିର୍ଣ୍ଣୟ ଏବଂ ଔଷଧ ଭଳି ଖର୍ଚ୍ଚକୁ ଅନ୍ତର୍ଭୁକ୍ତ କରେ ।
୧୨ କୋଟିରୁ ଅଧିକ ଗରିବ ଓ ଦୁର୍ବଳ ହକଦାର ପରିବାର ଏହି ସୁବିଧା ପାଇବାକୁ ଯୋଗ୍ୟ।
Also read https://purvapaksa.com/odisha-for-the-38th-surajkund-international-handicrafts-fair-in-faridabad/
ଫରିଦାବାଦରେ ୩୮ତମ ସୁରଜକୁଣ୍ଡ ଅନ୍ତର୍ଜାତୀୟ ହସ୍ତଶିଳ୍ପ ମେଳା ପାଇଁ ଓଡ଼ିଶାକୁ ମନୋନୀତ