CM Mohan Charan Majhi: ଆସନ୍ତା ମାର୍ଚ୍ଚ ୩ରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଏହି ପରିପେକ୍ଷୀରେ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଅଭିଯୋଗ ଶୁଣାଣି ଆପଣମାନେ ଅନଲାଇନରେ ପଞ୍ଜିକରଣ କରିପାରିବେ। ଏହି ପଞ୍ଜିକରଣ ଫେବୃୟାରୀ ୨୮ତାରିଖ ୧୧ ଟା ରୁ ଆରମ୍ଭ ହେବ । ଏଥିରେ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ।
ଏଥିପାଇଁ ଆପଣମାନେ (https://janasunani.odisha.gov.in/) ଜନସାଧାରଣଜନ ଶୁଣାଣି ପୋର୍ଟାଲରେ ବା ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ପଞ୍ଜୀକରଣ କରିପାରିବେ। ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ ।
ALSO READ: https://purvapaksa.com/today-gold-price/