Chanakya Niti: ଲକ୍ଷ୍ୟ ହାସଲ କରିବା ଏବଂ ପ୍ରଗତି ପଥରେ ଆଗକୁ ବଢ଼ିବା ପାଇଁ କିଛି ବିଶେଷ ଜିନିଷକୁ ଧ୍ୟାନରେ ରଖିବାକୁ ଆଚାର୍ଯ୍ୟ ଚାଣକ୍ୟ ପରାମର୍ଶ ଦେଇଛନ୍ତି।
କୁହାଯାଏ ଯେ, ଏହି ନିୟମ ମାନିବା ଦ୍ୱାରା ସଫଳତାର ରାସ୍ତା ସହଜ ହୋଇଯାଏ । ସମସ୍ତେ ଜୀବନରେ କେବେ ବିଫଳତାର ସମ୍ମୁଖୀନ ହୋଇଥାନ୍ତି । ଆପଣ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଇଚ୍ଛାକୃତ ସଫଳତା ପାଇପାରିବେ ଏବଂ ଆପଣଙ୍କର ସମଗ୍ର ଜୀବନ ଆରାମ ଏବଂ ବିଳାସରେ ବିତେଇବାର ସ୍ୱପ୍ନ ଦେଖିଥିବେ । ଅସୁବିଧାର ସମ୍ମୁଖୀନ ହେବାକୁ ଚାହୁଁ ନଥିବେ। ଏଭଳି ପରିସ୍ଥିତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ କଥାକୁ ଦୃଷ୍ଟିରେ ରଖି ସଫଳତାର ରାସ୍ତା ସହଜ ହୋଇପାରିବ।
ସଂକଳ୍ପ ଓ ଉଦ୍ଦେଶ୍ୟ:
ସଫଳତାର ସିଢି ଚଢିବା ପାଇଁ ନିଜ ପାଖରେ ସବୁବେଳେ ଏକ ସ୍ପଷ୍ଟ ଓ ଦୃଢ ଉଦ୍ଦେଶ୍ୟ ରହିବା ଆବଶ୍ୟକ । ଚାଣକ୍ୟ କହିଛନ୍ତି, ବିନା ଉଦ୍ଦେଶ୍ୟରେ କୌଣସି ବି ପ୍ରୟାସରେ ସଫଳତା ପାଇବା କଷ୍ଟକର । ସ୍ପଷ୍ଟ ଲକ୍ଷ୍ୟ ଓ ଏଥିପାଇଁ ସଂକଳ୍ପବଦ୍ଧତା ଜରିଆରେ ଜୀବନରେ ସଫଳ ହୋଇପାରିବ ।
ପରିଶ୍ରମ ଓ ସମର୍ପଣ:
କଠିନ ପରିଶ୍ରମ ଓ ସମର୍ପଣ ସଫଳତାର ଚାବି କାଠି । ଚାଣକ୍ୟଙ୍କ ଅନୁସାରେ, କେବଳ ସ୍ବପ୍ନ ଦେଖିବା ଯଥେଷ୍ଟ ନୁହେଁ ବରଂ ନିଜ ସ୍ବପ୍ନକୁ ବାସ୍ତବତାର ରୂପ ଦେବା ପାଇଁ ଲଗାତାର ପରିଶ୍ରମ କରିବା ଆବଶ୍ୟକ । ଏପରି କରିପାରିଲେ ସଫଳତା ଆପଣଙ୍କ ପାଦ ଛୁଇଁବ ।
ଜ୍ଞାନ ଓ ଶିକ୍ଷା:
ଚାଣକ୍ୟ କହିଛନ୍ତି, ମଣିଷର ଜ୍ଞାନ ତା’ର ସବୁଠୁ ବଡ ଧନ । ବ୍ୟକ୍ତିଙ୍କୁ ସବୁବେଳେ ନିଜର କ୍ଷମତା ଓ ଜ୍ଞାନର ପରିସୀମା ବଢାଇବା ପାଇଁ ନିରନ୍ତର ପ୍ରୟାସ କରିବା ଉଚିତ୍ । ଶିକ୍ଷା ଓ ପ୍ରଶିକ୍ଷଣ ମାଧ୍ୟମରେ ଯେକୌଣସି ବ୍ୟକ୍ତି ନିଜର ସ୍ଥିତି ବଦଳାଇପାରେ, ଜୀବନକୁ ନୂଆ ଦିଗ ଦେଇପାରେ ଓ ସବୁ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିପାରେ ।
ଉଚିତ ମାର୍ଗଦର୍ଶନ ଓ ପରାମର୍ଶ:
ଧୈର୍ଯ୍ୟ ଓ ଆତ୍ମବିଶ୍ବାସ:
କାହାକୁ ରାତାରାତି ସଫଳତା ମିଳେନି । ଏଥିପାଇଁ ସମୟ ଲାଗିଥାଏ । ସବୁବେଳେ ଆଗକୁ ବଢିବା ପାଇଁ ଧୈର୍ଯ୍ୟ ଓ ଆତ୍ମବିଶ୍ବାସ ଆବଶ୍ୟକ ହୁଏ । ଚାଣକ୍ୟ ନୀତି ଅନୁସାରେ, ନିଜ ଅସଫଳତାକୁ କେବେ ଡରନ୍ତୁ ନାହିଁ । ଏହାକୁ ଶିଖିବାର ସୁଯୋଗ ଭାବେ ଗ୍ରହଣ କରନ୍ତୁ । ଅସଫଳତା ସଫଳତାର ଗୋଟିଏ ପାହାଚ ଅଟେ । ସବୁ ପରିସ୍ଥିତିରେ ଧୈର୍ଯ୍ୟ ରଖନ୍ତୁ ।
ସମୟ ପରିଚାଳନା:
ସମୟର ସଠିକ୍ ଉପଯୋଗ ଓ ପରିଚାଳନା ସଫଳତା ଆଡକୁ ବାଟ କଢାଏ । ଚାଣକ୍ୟ ସମୟର ଗୁରୁତ୍ବ ବୁଝାଇ କହିଛନ୍ତି, ସମୟ ବର୍ବାଦ କରିବା ଦ୍ବାରା ସଫଳତାର ସମ୍ଭାବନା କମିଯାଏ । ତେଣୁ ନିଜ ସମୟର ଉଚିତ୍ ପରିଚାଳନା ଶିଖନ୍ତୁ ।
ନୈତିକତା ଓ ସତ୍ୟନିଷ୍ଠା:
ଚାଣକ୍ୟ ନୈତିକତା ଓ ସତ୍ୟନିଷ୍ଠାର ମହତ୍ତ୍ବ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏକ ସଫଳ ବ୍ୟକ୍ତି ସଫଳତା ପ୍ରାପ୍ତି କରିବାକୁ ହେଲେ ନିଜର ନୀତି ଓ ନୈତିକ ମୂଲ୍ୟବୋଧ ପ୍ରତି ନିଷ୍ଠାବାନ ରହିବା ଉଚିତ ।
ALSO READ: https://purvapaksa.com/colours-effects-on-our-life/