Cauliflower Benefits: ଶୀତ ଋତୁରେ ଅନେକ ପନିପରିବା ଉପଲବ୍ଧ ହୋଇଥାଏ ।
ଯାହା ସ୍ୱାଦିଷ୍ଟ ହେବା ସହ ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଫୁଲକୋବି ଏହି ପନିପରିବାରେ ଅନ୍ତର୍ଭୁକ୍ତ । ଆମ ଶରୀରକୁ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଶକ୍ତି ଆବଶ୍ୟକ ଯାହା ଆମକୁ ଖାଦ୍ୟରୁ ମିଳେ। ଏହା ହେଉଛି ଆମ ଖାଦ୍ୟ ଖାଇବାର ପ୍ରକୃତ ଆବଶ୍ୟକତା। ମଣିଷ ସହ ସମସ୍ତ ଜୀବଜନ୍ତୁ ଏହି ନିୟମାଧୀନ। ହେଲେ ଏବେ ଆମ ପାଇଁ ଖାଦ୍ୟ କେବଳ ଏକ ଆବଶ୍ୟକତା ହୋଇ ନାହିଁ, ବରଂ ଏକ ସଉକ ପାଲଟିଯାଇଛି।
ଏଥିରେ ଭିଟାମିନ୍ ସି, ପ୍ରୋଟିନ୍, ପୋଟାସିୟମ୍, ମାଙ୍ଗାନିଜ୍ ଏବଂ ଫାଇବର ମିଳିଥାଏ । ଫୁଲକୋବିରୁ ଅନେକ ରେସିପି ପ୍ରସ୍ତୁତ କରାଯାଏ । ଲୋକମାନେ ଫୁଲକୋବି ପରଟା, ପାକୋରା, ତରକାରୀ ଇତ୍ୟାଦି ଖାଇବାକୁ ପସନ୍ଦ କରନ୍ତି । ଏହାକୁ ଖାଇବା ଦ୍ୱାରା ଶରୀର ଅନେକ ଲାଭ ପାଇଥାଏ ।
ଯଦି ଆପଣ ନିଜ ଶରୀରକୁ ଫିଟ୍ ରଖିବାକୁ ଚାହୁଁଛ, ତେବେ ଫୁଲକୋବି ଖାଇବା ଜରୁରୀ। ଏହା ଶରୀରରେ ସୃଷ୍ଟି ହେଉଥିବା ବିଷକୁ ଦୂର କରିଥାଏ। ଖାଲି ସେତିକି ନୁହେଁ, ଲଗାତର ଫୁଲକୋବି ଖାଇବା ଦ୍ୱାରା ଦେହରେ ଚର୍ବି ମଧ୍ୟ ବଢେ ନାହିଁ। ଏଥିରୁ ମିଳୁଥିବା ସ୍ୱତନ୍ତ୍ର ପୋଷକ ତତ୍ତ୍ୱ ଫୁଲକୋବିକୁ ସ୍ୱତନ୍ତ୍ର କରିଥାଏ।
ତେଣୁ, ଆସନ୍ତୁ ଫୁଲକୋବି ର ଉପକାରିତା ବିଷୟରେ ଜାଣିବା…
ଫୁଲକୋବିର ପୋଷକ ଗୁଣ:
ବିଶେଷଜ୍ଞଙ୍କ ମତରେ କୋବିରେ କମ୍ କ୍ୟାଲୋରୀ ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ସୋଡିୟମ୍, କାର୍ବୋହାଇଡ୍ରେଟ୍, ଫାଇବର, ପ୍ରୋଟିନ୍, ଭିଟାମିନ୍ ସି, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଥାଏ କିନ୍ତୁ ଏଥିରେ ଚର୍ବି ବହୁତ କମ୍ ଥାଏ। ଏହି ପୋଷକ ତତ୍ତ୍ୱ ଶରୀରକୁ ଫିଟ୍ ରଖିଥାଏ।
କ’ଣ କୁହେ ରିସର୍ଚ୍ଚ:
ଫୁଲକୋବିରେ ଥିବା ମିନେରାଲ୍ସ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ, ଯେଉଁ କାରଣରୁ ହୃଦୟର କାର୍ଯ୍ୟ ସ୍ୱାଭାବିକ ରୁହେ। ଏଥିରେ ମିଳୁଥିବା କ୍ରୁସିଫେରସ ଧମନୀରେ ରକ୍ତ ପ୍ରବାହକୁ ସନ୍ତୁଳିତ ରଖେ। ଫୁଲକୋବି ଖାଇବା ଶରୀରକୁ ଡିଟକ୍ସିଫାଏ କରିବାରେ ମଧ୍ୟ ସାହାଯ୍ୟ କରେ। କୋବିରେ ଗ୍ଲୁକୋସିନୋଲେଟ୍ ନାମକ ଏକ ସେକେଣ୍ଡାରୀ ମେଟାବୋଲାଇଟ୍ସ ଥାଏ। ଏହା ଲିଭରରୁ ବିଷାକ୍ତ ପଦାର୍ଥ ବାହାର କରୁଥିବା ଏନଜାଇମକୁ ବଢାଇଥାଏ।
ଏହା ଓଜନ ହ୍ରାସ କରିବାରେ ପ୍ରଭାବଶାଳୀ। ଏଥିରେ କମ୍ କ୍ୟାଲୋରୀ ଏବଂ ପର୍ଯ୍ୟାପ୍ତ ପରିମାଣର ଫାଇବର ଥାଏ। ଏହାକୁ ଖାଇବା ଦ୍ୱାରା ପେଟ ପୂରିଯାଏ ଆଉ ହଜମ ପ୍ରକ୍ରିୟା ମଧ୍ୟ ଠିକ୍ ରୁହେ। ଯେଉଁଥିପାଇଁ ଅଧିକ ଖାଦ୍ୟର ଆବଶ୍ୟକତା ପଡେ ନାହିଁ। ଫଳରେ ଶରୀରରୁ ମୋଟାପଣ ଦୂର ହୁଏ। ଏଥିରେ ଅଧିକ ପରିମାଣର ଫାଇବର ଥିବାରୁ କୋଷ୍ଟକାଠିନ୍ୟ ଭଳି ସମସ୍ୟା ଆସେ ନାହିଁ।
ଭିଟାମିନ୍ କେ:
ଫୁଲକୋବିରେ ପ୍ରଚୁର ପରିମାଣର ଭିଟାମିନ୍ କେ ମିଳିଥାଏ, ଯାହା ହାଡକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଏମିତି କିଛି ଜୈବ ଯୌଗିକ ମିଳିଥାଏ, ଯାହା ହାଡର ଘନତାକୁ ଉନ୍ନତ କରି ହାଡ ଭାଙ୍ଗିବାର ଆଶଙ୍କା କମାଇପାରେ। କୋବି ଆଣ୍ଟିଅକ୍ସିଡାଣ୍ଟର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ। ଏହି ଉପାଦାନ ଶରୀରକୁ ମୁକ୍ତ ରେଡିକାଲ୍ ଦ୍ୱାରା ହୋଇଥିବା କ୍ଷତିରୁ ରକ୍ଷା କରିଥାଏ।
ALSO READ: https://purvapaksa.com/vitamin-b/