ଇସ୍ତଫା ଦେବେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ । ଖୁବ୍ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି । କୌଣସି ମୁହୂର୍ତ୍ତରେ ଇସ୍ତଫା ବିଷୟରେ ସ୍ପଷ୍ଟ କରିବେ ବୋଲି ଘୋଷଣା କରି କହିଛନ୍ତି । ଦି ଗ୍ଲୋବ ଏବଂ ମେଲର ରିପୋର୍ଟ ଅନୁଯାୟୀ ଟ୍ରୁଡୋ ବୁଧବାର ଦିନ ଜାତୀୟ କକସ ବୈଠକ ପୂର୍ବରୁ ଲିବରାଲ ଦଳର ନେତା ଭାବରେ ଇସ୍ତଫା ଦାଖଲ କରିବେ।
ବିଶେଷ ସୂତ୍ରରୁ ଜଣାପଡିଛି ଯେ ଟ୍ରୁଡୋଙ୍କୁ ଜାତୀୟ କକସ୍ ବୈଠକରେ ବିଦ୍ରୋହର ସମ୍ମୁଖୀନ ହେବାକୁ ପଡିପାରେ । ଏଭଳି ପରିସ୍ଥିତିରେ ଟ୍ରୁଡୋ ଅନୁଭବ କରିଛନ୍ତି ଯେ ସେ କକ୍କସ୍ ବୈଠକ ପୂର୍ବରୁ ତାଙ୍କ ଇସ୍ତଫା ସମ୍ପର୍କରେ ଏକ ବିବୃତ୍ତି ଦେବା ଉଚିତ । ଯାହା ଦ୍ୱାରା ଅନୁଭବ ନେହେଉ କି, ସେ ତାଙ୍କ ଦଳର ସାଂସଦଙ୍କ ଦ୍ୱାରା ବହିଷ୍କୃତ ହୋଇଛନ୍ତି ।
ସୂଚନା ଥାଉକି, ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରେ ତାଙ୍କ ଉପରେ ଚାପ ବହୁତ ବୃଦ୍ଧି ପାଇଥିଲା। ଟ୍ରମ୍ପ ତାଙ୍କୁ ନିରନ୍ତର ଟାର୍ଗେଟ କରୁଥିଲେ। ଟ୍ରମ୍ପଙ୍କ ବିଜୟ ପରେ ଏଲନ୍ ମସ୍କ ମଧ୍ୟ ତୁରନ୍ତ କହିଥିଲେ ଯେ ବର୍ତ୍ତମାନ ଟ୍ରୁଡୋ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି।
ଏହା ଜଣା ଯେ ବର୍ତ୍ତମାନ ଲିବରାଲ୍ ପାର୍ଟିର କାନାଡା ସଂସଦରେ ହାଉସ ଅଫ୍ କମନ୍ସରେ ୧୫୩ ସାଂସଦ ଅଛନ୍ତି। କାନାଡିୟ ହାଉସ ଅଫ୍ କମନ୍ସରେ ୩୩୮ଟି ସିଟ୍ ଅଛି । ଏଥିରେ ଅଧିକାଂଶ ସଂଖ୍ୟା ହେଉଛି ୧୭୦ । କିଛି ମାସ ପୂର୍ବେ ଟ୍ରୁଡୋ ସରକାରଙ୍କ ସହଯୋଗୀ ନ୍ୟୁ ଡେମୋକ୍ରାଟିକ୍ ପାର୍ଟି (ଏନଡିପି) ଏହାର ସମର୍ଥନ ପ୍ରତ୍ୟାହାର କରିନେଇଥିଲା ।
Also read https://purvapaksa.com/the-demand-for-aromatic-rice-produced-in-odisha-is-high/