କାନାଡାର କାନା ନାସ୍ କିସ୍ଠାରେ ଅନୁଷ୍ଠିତ ଜି-୭ ସମ୍ମିଳନୀ ବିଶ୍ବର ଧନୀ ରାଷ୍ଟ୍ରମାନଙ୍କ ପାଇଁ ହୁଏତ ଏକ ଫଳପ୍ରଦ ବୈଠକ ହୋଇ ନଥାଇ ପାରେ। କାରଣ ଆମେରିକାର ରାଷ୍ଟ୍ରପତିଙ୍କୁ ଇସ୍ରାଏଲ-ଇରାନ୍ ଯୁଦ୍ଧ ଯୋଗୁଁ ନିଜର ଗସ୍ତ କାଳକୁ ସଂକ୍ଷିପ୍ତ କରି ହ୍ବାଇଟ୍ ହାଉସ୍ରେ ହେବାକୁ ଥିବା ୱାର୍ ରୁମ୍ ବୈଠକ ପାଇଁ ଫେରିଯିବାକୁ ପଡ଼ିଲା। ତେବେ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ଗସ୍ତ ଭାରତ ନିମନ୍ତେ ଦୁଇ ଗୋଟି ଅତ୍ୟନ୍ତ ସକାରାତ୍ମକ ଘଟଣାକୁ ବହନ କରି ଆଣିବାରେ ସକ୍ଷମ ହୋଇଛି।
ପ୍ରଥମଟି ହେଉଛି, ଜଷ୍ଟିନ୍ ଟୁଡ୍ୟୁଙ୍କ ସମୟରେ କାନାଡା ସହିତ ଅତି ନିମ୍ନ ସ୍ତରକୁ ଖସି ଯାଇଥିବା ଭାରତର ସମ୍ପର୍କକୁ ପୁନରୁଦ୍ଧାର କରି ପୂର୍ବବତ୍ ସୌହାର୍ଦ୍ୟପୂର୍ଣ୍ଣ କରିବା ପାଇଁ ହୋଇଥିବା ଆଲୋଚନା । ଏହି ସମୟରେ ଉଭୟ ନେତା ହରଦୀପ୍ ସିଂହ ନିଜାରର ହତ୍ୟା ଉପରେ କାନାଡା ଅପରାଧିକ ତଦନ୍ତ କରିବା ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଏଥିରେ ଭାରତ ସହଯୋଗ କରିପାରେ।
ଦ୍ୱିତୀୟଟି ହେଉଛି, ମୋଦୀଙ୍କର ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଟେଲିଫୋନ୍ ଯୋଗେ ବାର୍ତ୍ତାଳାପ, ଯେଉଁଥରେ ଭାରତୀୟ ପ୍ରଧାନମନ୍ତ୍ରୀ ଦୃଢ଼ ଭାବରେ ଟ୍ରମ୍ପଙ୍କୁ କହିଥିଲେ ଯେ ମେ’ ମାସରେ ପାକିସ୍ତାନ ସହିତ ଭାରତର ସଂଘର୍ଷ କାଳରେ ଆମେରିକା ସଙ୍ଗେ କୌଣସି ପ୍ରକାରର ମଧ୍ୟସ୍ଥତା କରିବା ଭଳି କଥାବାର୍ତ୍ତା ହୋଇନାହିଁ ।
ସ୍ଵାଭାବିକ ସାମରିକ ପ୍ରଣାଳୀଗୁଡ଼ିକ ଜରିଆରେ ପାକିସ୍ତାନ ଅସ୍ତ୍ର ବିରତି ନେଇ ଅନୁରୋଧ କରିଥିଲା ଏବଂ ଭାରତ ଏଥିରେ ରାଜି ହୋଇଥିଲା । ଏହି ବ୍ୟାପାରରେ ପାକିସ୍ତାନ ଯଦି ବି ଟ୍ରମ୍ପଙ୍କ ପରାମର୍ଶକୁ ଗ୍ରହଣ କରି ଭାରତକୁ ଅନୁରୋଧ କରିଥିଲା, ତା’ହେଲେ ତାହା ମଧ୍ୟସ୍ଥତା ନୁହେଁ, ବରଂ ଏକ ପ୍ରୟୋଜନୀୟତା ଯାହା ହୁଏତ ଡିଜିଏମ୍ଓ ପଥର ବ୍ୟବହାର କରି ଯୁଦ୍ଧକୁ ବନ୍ଦ କରିବା ଭଳି ଏକ କାର୍ଯ୍ୟ ।
କାନାଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସହିତ ବୈଠକ ଅନୁଷ୍ଠିତ ହେବା ନିମନ୍ତେ ଅନେକ ସଂଖ୍ୟକ କାର୍ଯ୍ୟକ୍ରମ କରା ଯାଇଥିଲା ଯାହା ଦୁଇ ଦେଶଙ୍କ ମଧ୍ୟରେ ସମ୍ପର୍କର ବ୍ୟାପକ ଭାବରେ ପୁନରୁଦ୍ଧାର ନିମନ୍ତେ ଆଲୋଚନା କରିବା ପାଇଁ ମଞ୍ଚ ପ୍ରସ୍ତୁତ କରିଥିଲା । ଏସବୁ କାର୍ଯ୍ୟ ମଧ୍ୟରେ ରହିଛି କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡ୍ୟୁଙ୍କ ଶାସନ କ୍ଷେତ୍ରରୁ ପ୍ରସ୍ଥାନ, ସେହି ଦେଶର ସାଧାରଣ ନିର୍ବାଚନରେ କାର୍ତ୍ତିଙ୍କ ବିଜୟ ଏବଂ ପରଦା ପଛରେ ଦୁଇ ଦେଶର ସୁରକ୍ଷା ସଂସ୍ଥାମାନଙ୍କ ମଧ୍ୟରେ ବାର୍ତ୍ତାଳାପ ଯାହା ଦୁଇ ଦେଶଙ୍କ ମଧ୍ୟରେ ଘନିଷ୍ଠ ସହଯୋଗ ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରିଥିଲା ।
ଭାରତ ଓ କାନାଡା ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କାଳରେ ଦୁଇ ଦେଶ ଭିତରେ ଦ୍ଵିପାକ୍ଷିକ ସମ୍ପର୍କରେ ସ୍ଥିରତା ବଜାୟ ରଖୁବା ପାଇଁ ଯେଉଁ କେତେକ ଗଠନମୂଳକ ପଦକ୍ଷେପ ନେବାକୁ ସ୍ଥିର କରାଯାଇଛି, ସେଗୁଡ଼ିକ ହେଉଛି ହାଇ କମିଶନରମାନଙ୍କ ନିଯୁକ୍ତି ଏବଂ ବିଶ୍ଵାସର ପୁନଃନିର୍ମାଣ ନିମନ୍ତେ ବିଭିନ୍ନ କ୍ଷେତ୍ରରେ ମନ୍ତ୍ରୀସ୍ତରୀୟ ତଥା ଅନ୍ୟାନ୍ୟ ଉଚ୍ଚସ୍ତରୀୟ ସମ୍ପୃକ୍ତିର ପୁନରାରମ୍ଭ।
ସେପ୍ଟେମ୍ବର ୨୦୨୩ରେ କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ଟ ଖଲିସ୍ତାନ ବିଚ୍ଛିନ୍ନତାବାଦୀ ନେତା ହରଦୀପ୍ ସିଂହ ନିଜାରର ହତ୍ୟା ପଛରେ ଭାରତ ସରକାରଙ୍କ ଏଜେଣ୍ଟମାନଙ୍କର ହାତ ରହିଥିବା ନେଇ ଅଭିଯୋଗ କରିବା ପରେ ଦୁଇ ଦେଶ ଭିତରେ ଅବିଶ୍ବାସର ବାତାବରଣ ଖେଳି ଯାଇଥିଲା। ନିଜାର ହତ୍ୟା ମାମଲାରେ ଭାରତ କାନାଡା ସହିତ ସେହି ଢଙ୍ଗରେ ସମାନ ଧରଣର ବ୍ୟବସ୍ଥା ଆପଣାଇବାକୁ ଚାହୁଁଥିବା ମନେହୁଏ, ଯେମିତି ଏହା କରିଥିଲା ଆମେରିକୀୟ ସୁରକ୍ଷା ଅଧିକାରୀମାନଙ୍କ ସହିତ ଦୁଇ ପକ୍ଷ ଗୋପନରେ ଘଟଣାକୁ ପରିଚାଳନା କରିବାର ପଦ୍ଧତି ଅନୁସରଣ କରି।
ଉଭୟ ପକ୍ଷଙ୍କ ଦ୍ଵାରା ସାର୍ବଭୌମତ୍ଵ ଏବଂ ସୀମାର ଅଖଣ୍ଡତା ତଥା ଯେ କୌଣସି ସମସ୍ୟାକୁ ନେଇ ପାରସ୍ପରିକ ସମ୍ମାନ ପ୍ରଦର୍ଶନ ସହିତ ଚିନ୍ତା ବ୍ୟକ୍ତ କରିବା ଉପରେ ଗୁରୁତ୍ୱାରୋପ ନିମନ୍ତେ ପ୍ରତିବଦ୍ଧତା ଏବଂ ସମ୍ବେଦନଶୀଳତା ଏହି ଦୁଇ ରାଷ୍ଟ୍ରଙ୍କୁ ସୌହାର୍ଘ୍ୟପୂର୍ଣ୍ଣ ସମ୍ପର୍କକୁ ଆଗେଇ ନେବାରେ ସାହାଯ୍ୟ କରିବ।
ଏହା ବାଦ୍ ଆମେରିକା ରାଷ୍ଟ୍ରପତିଙ୍କ ମନମୁଖୀ ତାରିଫ୍ ବା ଶୁଳ୍କ ଲାଗୁ କରିବା କାମଡାକୁ ସମଗ୍ର ବିଶ୍ବର ବିଭିନ୍ନ ଦେଶଙ୍କ ସହିତ ଅର୍ଥନୀତିକ ଭାଗିଦାରୀ ବଢ଼ାଇବା ଦିଗରେ ପଦକ୍ଷେପ ନେବାକୁ ବାଧ୍ୟ କରିଛି ଯାହାର ପରିଣତି ହେଉଛି କାର୍ତ୍ତିଙ୍କର ଭାରତ ସହିତ ସମ୍ପର୍କର ପୁନରୁଦ୍ଧାର କରିବା ନିମନ୍ତେ ଉଦ୍ୟମ । ଦୁଇ ନେତା ଶ୍ରୀଯୁକ୍ତ ମୋଦୀ ଏବଂ ଶ୍ରୀଯୁକ୍ତ କାଣ୍ଡି ଏକ ବାଣିଜ୍ୟିକ ଚୁକ୍ତିନାମା ନିମନ୍ତେ ସ୍ଥାଣୁ ପାଲଟି ଯାଇଥିବା ବୁଝାମଣାର ପୁନରୁଦ୍ଧାର କରିବାକୁ ମଧ୍ୟ ସହମତ ହୋଇଛନ୍ତି । ଅନେକଗୁଡ଼ିଏ ବାଧ୍ୟତାମୂଳକ କାରଣ ଯୋଗୁଁ ମଧ୍ଯ ଭାରତ-କାନାଡା ସମ୍ପର୍କକୁ ଗୁରୁତ୍ଵପୂର୍ଣ୍ଣ ଭାବରେ ଗ୍ରହଣ କରାଯାଇଥାଏ ।
ଏହି କାରଣଗୁଡ଼ିକଙ୍କ ମଧ୍ୟରୁ ସର୍ବପ୍ରଥମଟି ହେଉଛି, ସାମଗ୍ରୀ ଓ ସେବା କ୍ଷେତ୍ରରେ ବାଣିଜ୍ୟ କାରବାରର ପରିମାଣକୁ ବର୍ତ୍ତମାନର ୨୦ ବିଲିଅନ୍ ଡଲାରର ସ୍ତରଠାରୁ ଉପରକୁ ଉଠାଇବା ନିମନ୍ତେ ରହିଥିବା ମହତ୍ତ୍ଵପୂର୍ଣ୍ଣ ସମ୍ଭାବନା ଏବଂ ୧.୮ ନିୟୁତ ଭାରତୀୟ-କାନାଡୀୟଙ୍କ ସହିତ କାନାଡାରେ ଆହୁରି ପାଖାପାଖୁ ଏକ ନିୟୁତ ପ୍ରବାସୀ ଭାରତୀୟ ବସବାସ କରିବା।
ସମ୍ପ୍ରତି ଗଣତନ୍ତ୍ରଗୁଡ଼ିକ ଏକ ନିୟମ-ଆଧାରିତ ବୈଶିକ ଶୃଙ୍ଖଳା ପ୍ରତି ନିଜ ନିଜର ପ୍ରତିବଦ୍ଧତା ପ୍ରକଟ କରୁଥିବା ବେଳେ ଓ ଜାଁ ଏବଂ ନୂଆଦିଲ୍ଲୀ ଏକ ବଡ଼ ଧରଣର ବୈଦ୍ଧିକ ଉତ୍ଥାନ ପତନର ବେଳାରେ ଏକାଠି ମିଳିମିଶି ଅନେକ କିଛି କାମ କରି ପାରିବେ, ଯାହା ଦୁଇ ଦେଶର ଲୋକମାନଙ୍କ ଭବିଷ୍ୟତ ପାଇଁ ମଙ୍ଗଳକାରକ ହୋଇ ପାରିବ।
ତେଣୁ ଆଲବର୍ଟା ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କାନାଡା ପ୍ରଧାନମନ୍ତ୍ରୀ ମାର୍କ୍ କାର୍ଷିକ ମଧ୍ୟରେ ଆଲୋଚନା ହେବା ଉଭୟ ରାଷ୍ଟ୍ର ପାଇଁ ଜରୁରୀ ଥିଲା।ତାହା ସମ୍ଭବ ହୋଇ ପାରିଥିବାରୁ ଏହାକୁ ଏକ ବଡ଼ ଧରଣର ସଫଳତା ବୋଲି କୁହାଯାଇପାରେ।
Also read https://purvapaksa.com/extends-deadline-for-first-round-ug-admission/
Extends deadline for first round UG admission ।। ୟୁଜି ନାମଲେଖା ପାଇଁ ବଢ଼ିଲା ସମୟସୀମା
