Waqf claim in Prayagraj kumbh land: ମୌଲାନା ଶାହାବୁଦ୍ଦିନ ଦାବି କରିଛନ୍ତି ଯେ ପ୍ରୟାଗରାଜ କୁମ୍ଭରେ ୱାକଫ୍ ଜମି ଅଛି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ କେବଳ ଜଣେ ଜମି ମାଫିଆ ହିଁ ଏଭଳି କାମ କରିପାରିବେ। କ’ଣ ୱାକଫ୍ ପ୍ରକୃତରେ କେଉଁଠି ଜମି ଦାବି କରିପାରିବ?
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଯୋଗୀ ଆଦିତ୍ୟନାଥ ଓ୍ଵାକଫ୍ ବୋର୍ଡକୁ ନେଇ ବଡ଼ ବୟାନ ଦେଇଛନ୍ତି। ଏଭଳି କାର୍ଯ୍ୟ କେବଳ ଜମି ମାଫିଆହିଁ କରିପାରିବେ ବୋଲି ସେ କହିଛନ୍ତି। ଓ୍ଵାକଫ୍ ବୋର୍ଡକୁ ଜମି ମାଫିଆ ବୋର୍ଡରେ ପରିଣତ କରନ୍ତୁ ନାହିଁ, ଏହାକୁ ଓ୍ଵାକଫ୍ ବୋର୍ଡଭାବେ ରହିବାକୁ ଦିଅନ୍ତୁ ବୋଲି ସେ କହିଛନ୍ତି। ନିକଟରେ ମୌଲାନା ଶାହାବୁଦ୍ଦିନ ବରେଲଭି ଦାବି କରିଥିଲେ ଯେ ପ୍ରୟାଗରାଜରେ ମହାକୁମ୍ଭ ୱାକଫ୍ ଜମିରେ ଅନୁଷ୍ଠିତ ହେଉଛି। କିନ୍ତୁ ପ୍ରଶ୍ନ ଉଠୁଛି, ୱାକଫ୍ ବୋର୍ଡ କ’ଣ ଯେଉଁଠି ଚାହିଁବ ସେଇଠି ଜମି ଦଖଲ କରିପାରିବ? ଜାଣନ୍ତୁ ଏହାକୁ ନେଇ କ’ଣ କହୁଛି ନିୟମ।
ୱାକଫ୍ ବୋର୍ଡର କାର୍ଯ୍ୟ କ’ଣ?
ଏବେ ପ୍ରଶ୍ନ ଉଠୁଛି ଓ୍ଵାକଫ୍ ବୋର୍ଡର କାମ କ’ଣ? ଉଲ୍ଲେଖଯୋଗ୍ୟ ଯେ ଓ୍ଵାକଫ୍ ଆଇନ ହେଉଛି ୱାକଫ୍ ସମ୍ପତ୍ତି ଏବଂ ଧାର୍ମିକ ଅନୁଷ୍ଠାନର ପରିଚାଳନା ପାଇଁ ନିର୍ମିତ ଏକ ଆଇନ। ୱାକଫ୍ ହେଉଛି ଏକ ଆରବୀ ଶବ୍ଦ ଯାହାର ଅର୍ଥ ଅଟକିବା କିମ୍ବା ସମର୍ପଣ କରିବା। ଇସଲାମ ଧର୍ମରେ ୱାକଫ୍ ହେଉଛି ଏକ ସମ୍ପତ୍ତି ଯାହା ଧାର୍ମିକ ଏବଂ ଦାତବ୍ୟ ଉଦ୍ଦେଶ୍ୟରେ ଦାନ କରାଯାଏ। ଏହା ଧାର୍ମିକ କାର୍ଯ୍ୟ, ଗରିବଙ୍କୁ ସାହାଯ୍ୟ କରିବା, ଶିକ୍ଷା ଇତ୍ୟାଦି ରେ ବ୍ୟବହୃତ ହୁଏ । ୱାକଫ୍ର ଉନ୍ନତ ପରିଚାଳନା ଏବଂ ସେଣ୍ଟ୍ରାଲ ୱାକଫ୍ କାଉନସିଲ ଗଠନ ପାଇଁ ୱାକଫ୍ ଆଇନ, ୧୯୯୫ ପ୍ରଣୟନ କରାଯାଇଥିଲା।
କୌଣସି ଜମିରେ ୱାକଫ୍ ବୋର୍ଡ ନାମ ରହିପାରିବ କି?
ଓ୍ଵାକଫ୍ ବୋର୍ଡ ଅନେକ ସମୟରେ ଅନ୍ୟମାନଙ୍କ ସମ୍ପତ୍ତିକୁ ମନଇଚ୍ଛା ନିଜର ବୋଲି ଦାବି କରୁଥିବା ଅଭିଯୋଗ ହୋଇଥାଏ। ଓ୍ଵାକଫ୍ ଆଇନ, ୧୯୯୫ର ଧାରା ୪୦ ଅନୁଯାୟୀ ରାଜ୍ୟ ଓ୍ଵାକଫ୍ ବୋର୍ଡ ଯେକୌଣସି ସମ୍ପତ୍ତିକୁ ୱାକଫ୍ ସମ୍ପତ୍ତିଭାବେ ଘୋଷଣା କରିପାରିବ। ଯଦି ସେମାନଙ୍କ ପାଖରେ ଏହାର ଏକ ଦୃଢ଼ କାରଣ ଥାଏ। ଏଭଳି ପରିସ୍ଥିତିରେ ବୋର୍ଡ ସେହି ସମ୍ପତ୍ତିର ତତ୍କାଳୀନ ମାଲିକଙ୍କୁ ନୋଟିସ୍ ପଠାଇଥାଏ। ସେହିପରି ଯଦି ସେହି ଜମିକୁ ନେଇ ବିବାଦ ହୁଏ ତେବେ ବୋର୍ଡ ନିଜେ ଏହି ମାମଲାର ତଦନ୍ତ କରିଥାଏ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ବଦଳିଲା ନିୟମ
ସୂଚନାଯୋଗ୍ୟ, ପୂର୍ବରୁ ବୋର୍ଡର କେବଳ ନୋଟିସ୍ ପଠାଇ ଜମି ଉପରେ ଅଧିକାର ଥିଲା। କିନ୍ତୁ ମେ ୨୦୨୩ରେ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ କୌଣସି ସମ୍ପତ୍ତିକୁ ଓ୍ଵାକଫ୍ ଘୋଷଣା କରିବା ପାଇଁ କେବଳ ବିଜ୍ଞପ୍ତି ଜାରି କରିବା ଯଥେଷ୍ଟ ନୁହେଁ। ଏଥିପାଇଁ ଦୁଇଟି ସର୍ଭେ, ବିବାଦର ସମାଧାନ ଏବଂ ରାଜ୍ୟ ସରକାର ଓ ଓ୍ଵାକଫ୍ ନିକଟରେ ରିପୋର୍ଟ ଦାଖଲ କରିବା ଭଳି ବୈଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବା ଜରୁରୀ। ଓ୍ଵାକଫ୍ ଆଇନ ୧୯୯୫ରେ ୨୦୧୩ ସଂଶୋଧନ ଅନୁଯାୟୀ ଜମିର ମାଲିକାନା ଉପରେ ଓ୍ଵାକଫ୍ ବୋର୍ଡର ନିଷ୍ପତ୍ତି ଚୂଡ଼ାନ୍ତ ବୋଲି ବିବେଚନା କରାଯିବାର ବ୍ୟବସ୍ଥା ରହିଛି। ସେହିପରି ଓ୍ଵାକଫ୍ ବୋର୍ଡର ନିଷ୍ପତ୍ତିକୁ ବାତିଲ କିମ୍ବା ସଂଶୋଧନ କରିବାର କ୍ଷମତା କେବଳ ଟ୍ରିବ୍ୟୁନାଲ ପାଖରେ ରହିଛି। ତେବେ ଟ୍ରିବ୍ୟୁନାଲରେ କିଏ ଯୋଗ ଦେବେ ତାହା ରାଜ୍ୟ ସରକାର ସ୍ଥିର କରିଥାନ୍ତି।
Also readhttps://purvapaksa.com/ayushman-india-joins-odisha-1-3-crore-families-will-get-ayushman-bharat-card/
ଆୟୁଷ୍ମାନ ଭାରତରେ ସାମିଲ ହେଲା ଓଡ଼ିଶା, ୧.୩ କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ
