ଏଥର ଡିସେମ୍ବର ମାସରେ ପାଗ ଗରମ ରହିଛି। ଅଧିକ ତାପମାତ୍ରା ଯୋଗୁଁ ଲୋକେ ହଇରାଣ ହେଉଛନ୍ତି। ଏଭଳି ପାଣିପାଗ ସ୍ୱାସ୍ଥ୍ୟ ଉପରେ ଅନେକ ପ୍ରଭାବ ପକାଇପାରେ । ଏଥିରୁ ବର୍ତ୍ତିବା ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବା ଓ ସଠିକ୍ ଖାଦ୍ୟପେୟ ପ୍ରତି ଉପଯୁକ୍ତ ଯତ୍ନ ନେବା ଉଚିତ। ଡିସେମ୍ବର ଆରମ୍ଭ ହେବାର ପ୍ରାୟ ଏକ ସପ୍ତାହ ହେବାକୁ ଯାଉଛି, କିନ୍ତୁ ଥଣ୍ଡା ସମ୍ପୂର୍ଣ୍ଣ ରୂପେ ଆସିନାହିଁ । ଅନେକ ସ୍ଥାନରେ ତାପମାତ୍ରା ଅଧିକ ରହିଥିବା ବେଳେ ଲୋକେ ଗରମ ଅନୁଭବ କରୁଛନ୍ତି। ଅଫିସ ଓ ଘରେ କୁଲର-ଏସି ଚାଲିଛି। ଏଭଳି ପାଣିପାଗରେ ଅଧିକ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ସେମାନେ କୁହନ୍ତି ଯେ ସାମାନ୍ୟ ଅସାବଧାନତା ସ୍ୱାସ୍ଥ୍ୟକୁ ଖରାପ କରିପାରେ । ବିଶେଷ କରି ବୟସ୍କ, ଛୋଟ ପିଲା ଓ ରୋଗୀଙ୍କ ପାଇଁ ସମସ୍ୟା ଅଧିକ ବଢ଼ିପାରେ। ଆସନ୍ତୁ ଜାଣିବା ଶୀତ ଋତୁରେ ଅଧିକ ତାପମାତ୍ରା ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ ପକାଇଥାଏ।
ଭୂତାଣୁ ସଂକ୍ରମଣର ଆଶଙ୍କା
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଡିସେମ୍ବର ମାସରେ ଗରମ ପାଗ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ବଢାଇପାରେ । ଗରମ ଓ ତରଳ ପଦାର୍ଥ କମିବା ଦ୍ୱାରା ଗରମ ଜନିତ ରୋଗ ହୋଇପାରେ । ଗରମ ପାଣିପାଗରେ ମଶା ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଜନନ କରିପାରେ, ଯାହା ଡେଙ୍ଗୁ ଓ ମ୍ୟାଲେରିଆ ଭଳି ରୋଗହେବାର ଆଶଙ୍କା ବଢାଇଥାଏ ।
ଆଲର୍ଜି, ଶ୍ୱାସକ୍ରିୟା ଜନିତ ସମସ୍ୟା
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବାୟୁ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ କାରଣରୁ ଡିସେମ୍ବରରେ କମ୍ ଥଣ୍ଡା ଓ ଅଧିକ ଗରମ ହେଉଛି। ଏଭଳି ପାଣିପାଗ ନାକ ଓ ଗଳା ଆଲର୍ଜିକୁ ବଢାଇପାରେ । ଏହା ଦ୍ୱାରା ଆଖି ଜଳାପୋଡ଼ା ଓ ଶ୍ୱାସଜନିତ ରୋଗ ହୋଇପାରେ। ଆଜମା, ସିଓପିଡି ଏବଂ ଫୁସଫୁସ ସମ୍ବନ୍ଧୀୟ ରୋଗ ବଢିପାରେ ।
ଡିହାଇଡ୍ରେସନ୍
ଅତ୍ୟଧିକ ଗରମ ହେତୁ ଶରୀରରେ ପାଣି ର ଅଭାବ ହେତୁ ଡିହାଇଡ୍ରେସନ୍ ହୋଇପାରେ । ଯାହାମସ୍ତିଷ୍କ ଓ ଶରୀରର ଅଙ୍ଗକୁ ପ୍ରଭାବିତ କରିପାରେ। ଏହାବ୍ୟତୀତ ଡିସେମ୍ବର ମାସର ଗରମ ପାଗ ହୃଦ୍ ରୋଗ ଏବଂ ହଜମ ଜନିତ ସମସ୍ୟାକୁ ବଢାଇପାରେ ।
ଅସୁସ୍ଥ ହେବାରୁ ରକ୍ଷା ପାଇବା ପାଇଁ କ’ଣ କରିବେ
- ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ।
- ପୁଷ୍ଟିକର ଖାଦ୍ୟ ଖାଆନ୍ତୁ।
- ପର୍ଯ୍ୟାପ୍ତ ହାଇଡ୍ରେସନ୍ ପାଇଁ ପାଣି ପିଅନ୍ତୁ।
- ବାୟୁ ପ୍ରଦୂଷଣରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧନ୍ତୁ।
Also read https://purvapaksa.com/odisha-pavilion-shines-at-international-gita-festival/