ବିଏମ ଡବ୍ଲୁ X1 LWBଦ୍ଵାରା ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ରେ ଲଞ୍ଚ କରାଯାଇଥିଲା । ଖାସ କଥା ହେଉଛି ଯେ ଏହି BMW କାରକୁ ଭାରତରେ ହିଁ ଏକତ୍ରିତ କରାଯାଇଛି, ଯାହାର ଏକ୍ସ-ସୋରୁମ ପ୍ରାଇସ ୪୯ ଲକ୍ଷ ଟଙ୍କା ରଖାଯାଇଛି । ଏହା ଏକ ଇଲେକ୍ଟ୍ରିକ୍ କାର, ଯାହାର ପ୍ରଡକ୍ସନ ଚେନ୍ନାଇ ପ୍ଲାଣ୍ଟରେ ସ୍ଥାନୀୟ ଭାବରେ କରାଯାଇଛି ।
BMW ର ଏହି ଇଲେକ୍ଟ୍ରିକ୍ କାର ନିଜର ସେଗମେଣ୍ଟର ସବୁଠାରୁ ଲମ୍ବା କାର୍ ବୋଲି ବିବେଚନା କରାଯାଏ, ଯାହା ଗୋଟିଏ ଚାର୍ଜରେ ୫୩୧ କିଲୋମିଟର ରେଞ୍ଜ ଦେବାକୁ ଦାବି କରେ । ଏହି କାର ଆପଣଙ୍କୁ ୫ଟି କଲର ଅପ୍ସନ ଦିଆଯାଇଛି ସେଗୁଡିକ ହେଉଛି Mineral White, Skyscraper Gray, M Carbon Black, M Portimao Blue ଏବଂ Sparkling Copper Gray color ସାମିଲ ଅଛି । କାରର ହୁଇଲବେସ ଷ୍ଟାଣ୍ଡାଡ ମଡେଲର ୨୬୯୨ mm ତୁଳନାରେ ୧୧୨ mm ବଢ଼ି ୨୮୦୦ mm କରାଯାଇଛି ।
କାରର ଡିଜାଇନ୍ ଏବଂ ପିଚର୍ସ
କାରର ଡିଜାଇନ ବିଷୟରେ କହିବାକୁ ଗଲେ ଏଥିରେ ସିଲଭର inserts ସହିତ ଫ୍ଲସ ଡୋର ହ୍ୟାଣ୍ଡେଲ ଇଲେକ୍ଟ୍ରିକ୍ କାରରେ M ସ୍ପୋର୍ଟ ଫର୍ମରେ ସାମିଲ ଅଛି । ଏଥିରେ ସ୍ଲିମ୍ ଆଡପ୍ଟିଭ୍ LED ହାଇଲାଇଟ୍ସ, କିଡ୍ନୀ ଗ୍ରୀଲ୍ ପାଇଁ ମେଶ୍ ପ୍ୟାଟର୍ନ ଏବଂ 3D LED ଟେଲଲାଇଟ୍ସ ମାସିଲ ଅଛି ।
ଏହି ଲଗଜରୀ ଇଲେକ୍ଟ୍ରିକ୍ କାରରେ ୱାଇଡ୍ ସ୍କ୍ରିନ୍ କର୍ଭଡ୍ ଡିସପ୍ଲେ ସହିତ ୧୦.୨୫-ଇଞ୍ଚ ଇନଫୋଣ୍ଟେନ୍ମେଣ୍ଟ ଟଚସ୍କ୍ରିନ୍ ମିଳିଥାଏ । କାରରେ ପାନାରେମିକ୍ ସନରୁଫ୍, ସ୍ପ୍ଲିଟ୍ ଫୋଲ୍ଡିଂ ଫଙ୍କସନ୍, ଡୁଆଲ ଜୋନ୍ କ୍ଲାଇମେଟ୍ କଣ୍ଟ୍ରୋଲ୍ ଏବଂ ୧୨-ସ୍ପିକର ହରମନ କାର୍ଡନ ସିଷ୍ଟମ ରହିଛି ।
ସେଫ୍ଟି ଫିଚର୍ସ ଏବଂ ରେଞ୍ଜ
କାରରେ ସେଫ୍ଟି ପାଇଁ ଲେଭଲ୍-୨ ADAS ଟେକ୍ନୋଲୋଜି, ୮ ଏହାରବ୍ୟାଗ୍, ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍ ଭଳି ଫିଚର୍ସ ଦିଆଯାଇଛି । ୪୯ ଲକ୍ଷ ଟଙ୍କାର ଏକ୍ସ-ସୋରୁମ୍ ପ୍ରାଇସରେ ଉପସ୍ଥାପନ କରାଯାଇଛି । ଏହି କାରଟି Volvo XC40 Recharge ଏବଂ Mercedes-Benz EQA ସହିତ ଟକ୍କର ଦେବ । BMW ର ଏହି କାରର ରେଞ୍ଜ ବିଷୟରେ କହିବାକୁ ଗଲେ, ତେବେ ଫୁଲ୍ ଚାର୍ଜ କରିବା ପରେ MICD ସାର୍ଟିଫାଏଡ୍ ୫୩୧ କିଲୋମିଟର ରେଞ୍ଜ ମିଳିଥାଏ । ରିୟଲ ବଲ୍ଡ ରେଞ୍ଜ ବିଷୟରେ କହିବାକୁ ଗଲେ ଆପଣ ଏଥିରେ ୩୫୦-୪୦୦ କିଲୋମିଟର ଆଶା କରିପାରିବେ ।
ଫ୍ରଣ୍ଟ ଏକ୍ସଲ ମାଉଣ୍ଟେଡ୍ ମୋଟର ୨୦୪ hp ର ପାୱାର ଏବଂ ୨୫୦ Nm ର ଟର୍କ କଜନେରେଟ୍ କରିଥାଏ । କାରର ମୋଟର ୮.୬ ସେକେଣ୍ଡ ରେ ୦-୧୦୦ କିଲୋମିଟର ଘଣ୍ଯା ପ୍ରତି ଯାଇପାରିବ । ଫାଷ୍ଟ ଚାର୍ଜର ସାହାଯ୍ୟରେ ବ୍ୟାଟେରୀ ପ୍ୟାକକୁ ୩୦ ମିନଟରେ ୮୦% ପର୍ଯ୍ୟନ୍ତ ଚାର୍ଜ କରାଯାଇପାରିବ ।
Also read https://purvapaksa.com/state-2-lakhs-compensation-to-the-family-of-deceased-on-behalf-of-crut/
ମୋ ବସ ଧକ୍କାରେ ନାବାଳିକାଙ୍କ ମୃତ୍ୟୁ ଘଟଣା, କ୍ରୁଟ୍ ପକ୍ଷରୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ