Budget 2025: ବଜେଟ୍-୨୦୨୫ ସହ ଜଡ଼ିତ ଅନେକ ଆଶା ରହିଛି ଯାହା ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଇପାରିବ। ଏହି ପରିବର୍ତ୍ତନ ଦ୍ୱାରା ଟିକସଦାତାମାନେ ଲାଭବାନ ହେବାର ସମ୍ଭାବନା ରହିଛି । ଏହି ବଜେଟରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ କି? ଜାଣନ୍ତୁ ଏହି ବଜେଟ୍ ସହ ଜଡିତ ୫ଟି ପ୍ରମୁଖ ଆଶା।
ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ସାଧାରଣ ବଜେଟ୍ ରଖିବାକୁ ଯାଉଛନ୍ତି। ବଜେଟ୍ ୨୦୨୫କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ଆଶା ରହିଛି। ଅର୍ଥମନ୍ତ୍ରୀ ଏଥର ଆମ ଆଦମୀ ବିଶେଷ କରି ମଧ୍ୟବିତ୍ତ ବର୍ଗକୁ ଆଶ୍ୱସ୍ତି ଦେଇପାରନ୍ତି ବୋଲି ଆଶା କରାଯାଉଛି। ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଏଥରେ ଟିକସଦାତାଙ୍କୁ ଆଶ୍ୱସ୍ତି ମିଳିବ ବୋଲି ଅନୁମାନ କରାଯାଉଛି। ଟିକସରେ ଏଭଳି କିଛି ପରିବର୍ତ୍ତନ ଆସିବ ଯାହାଦ୍ୱାରା ଟିକସଦାତାମାନେ ଲାଭବାନ ହେବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ଆଗାମୀ ବଜେଟକୁ ନେଇ ଟିକସଦାତାଙ୍କ ଆଶା କ’ଣ ରହିଛି ?
ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ପୁନର୍ବାର ବୃଦ୍ଧି ହେବ କି?
ଗତ ବଜେଟରେ ସରକାର ଷ୍ଟାଣ୍ଡାର୍ଡ ଡିଡକ୍ସନ ସୀମା ୫୦ ହଜାର ଟଙ୍କାରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରିଥିଲେ। ଏଥର ପୁଣି ପ୍ରାୟ ୧ ଲକ୍ଷ ଟଙ୍କା ବୃଦ୍ଧି ହେବାର ସମ୍ଭାବନା ରହିଛି ଏବଂ ଏହା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଏହା ହେଲେ ବେତନଭୋଗୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଅତିରିକ୍ତ ଟିକସ ରିହାତି ମିଳିବ, ଯାହା ସେମାନଙ୍କ ଆର୍ଥିକ ଚାପକୁ ହ୍ରାସ କରିବ।
ଟିକସ ସ୍ଲାବରେ ବିଶେଷ ପରିବର୍ତ୍ତନ ହେବ କି?
ନୂତନ କର ବ୍ୟବସ୍ଥାରେ ଟିକସ ସ୍ଲାବରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ବିଶେଷ କରି ୨୦ ଲକ୍ଷ ଟଙ୍କାରୁ ଅଧିକ ଆୟ ଉପରେ ୩୦% ଟିକସ ଲାଗୁ କରାଯିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ ଟିକସ ସ୍ଲାବକୁ ଅଧିକ ସରଳ ଏବଂ ଲାଭଦାୟକ କରିବା ପାଇଁ ପଦକ୍ଷେପ ଉପରେ ମଧ୍ୟ ବିଚାର କରାଯାଇପାରେ ବୋଲି,ବିଶେଷଜ୍ଞ ଅନୁମାନ କରାଯାଉଛି।
ଧାରା ୮୦ ସି ଛାଡ଼ ସୀମା ବୃଦ୍ଧି କରାଯିବ
ଯଦିଓ ଧାରା ୮୦ ସି ଅଧୀନରେ ଆୟକର ଛାଡ଼ ସୀମା ବର୍ତ୍ତମାନ ଦେଢ଼ ଲକ୍ଷ ଟଙ୍କା ରହିଛି, କିନ୍ତୁ ମୁଦ୍ରାସ୍ଫୀତି ଏବଂ ବଢ଼ୁଥିବା ଆର୍ଥିକ ଚାପକୁ ଦୃଷ୍ଟିରେ ରଖି ଏହି ସୀମାକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ। ଏହାଦ୍ୱାରା ଲୋକମାନେ ଅଧିକ ସଞ୍ଚୟ କରିପାରିବେ ଏବଂ ଟିକସ ରିହାତି ମଧ୍ୟ ପାଇବେ । ଏହି ପଦକ୍ଷେପ ନିବେଶକଙ୍କୁ ଏକ ବଡ଼ ଆଶ୍ୱସ୍ତି ମଧ୍ୟ ଦେଇପାରେ ।
ସୁନା ଉପରେ ଆମଦାନୀ ଶୁଳ୍କ ବଢ଼ିପାରେ
ଭାରତର ବାଣିଜ୍ୟ ନିଅଣ୍ଟ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏହି କାରଣରୁ ସରକାର ୨୦୨୫ ବଜେଟରେ ସୁନା ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିପାରନ୍ତି । ବର୍ତମାନ ଆମଦାନୀ ଶୁଳ୍କ ୬% ରହିଛି, ଯାହା ବାଣିଜ୍ୟ ଅସନ୍ତୁଳନକୁ ହ୍ରାସ କରିବାରେ ସହାୟକ ହୋଇପାରିବ । ତେବେ ଏହାର ପ୍ରଭାବ ସୁନାର ଘରୋଇ ଦର ଉପରେ ମଧ୍ୟ ପଡ଼ିପାରେ ।
ମୁଦ୍ରାସ୍ଫୀତି ମୁକାବିଲା
ମୁଦ୍ରାସ୍ଫୀତି ହାର ବୃଦ୍ଧି ଏବଂ ଅର୍ଥନୈତିକ ମାନ୍ଦାବସ୍ଥାକୁ ଦୃଷ୍ଟିରେ ରଖି ସରକାର ଚଳିତ ବଜେଟରେ କିଛି ଯୋଜନା ଘୋଷଣା କରିପାରନ୍ତି। ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଟିକସ ଛାଡ଼, ସବସିଡି ଏବଂ ଅନ୍ୟାନ୍ୟ ରିଲିଫ ପ୍ୟାକେଜ୍ ଘୋଷଣା କରିବାର ସମ୍ଭାବନା ରହିଛି।
Also readhttps://purvapaksa.com/union-budget-2025-income-tax-slab-likely-to-go-up/