-
ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ।
-
ଆଜିର ଦିନରେ ଗାଁଠୁ ସହର ସବୁଠି ଉତ୍ସବମୁଖର ।
ସମସ୍ତ ମାସ ମଧ୍ୟରୁ କାର୍ତ୍ତିକ ମାସକୁ ପୁଣ୍ୟ ମାସ ବୋଲି ବିବେଚନା କରାଯାଏ । ବିଶ୍ୱାସ ରହିଛି କାର୍ତ୍ତିକ ମାସରେ ଓଷା କରିବା ସହ ଅରୁଆ ଖାଇ ପୂର୍ଣ୍ଣିମା ଦିନ ଡଙ୍ଗା ଭସାଇଲେ ପିଲାମାନଙ୍କର ମଙ୍ଗଳ ହେବା ସହ ଆରୋଗ୍ୟ ଲାଭ ହୋଇଥାଏ । ଉତ୍କଳର ଗୌରବମୟ ସଂସ୍କୃତିର ବାର୍ତ୍ତା ବହନ କରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ । ବୋଇତ ବନ୍ଦାଣକୁ ଆମେ ଡଙ୍ଗା ଭସା ନାମରେ ମଧ୍ୟ ଜାଣିଥାଉ । ଏହାକୁ ନେଇ ବେଶ ଚଳଚଞ୍ଚଳ ଗାଁ ଠୁ ସହର । ଛୋଟ ଠାରୁ ବଡ ସମସ୍ତେ ଏହି ପର୍ବକୁ ପାଳନ କରିବା ପାଇଁ ଉତ୍ସାହିତ ଥାନ୍ତି ।
ପରମ୍ପରା ଅନୁଯାୟୀ ଭୋର ୪ଟାରୁ କାଗଜ ଡ଼ଙ୍ଗା, କଦଳୀ ଫାଉଡାରେ ନିର୍ମିତ ଡଙ୍ଗା ଧରି ସମୁଦ୍ର, ପୋଖରୀ ଓ ନଦୀ ଆଦି ଜଳାଶୟମାନଙ୍କରେ ଲୋକମାନେ ଡଙ୍ଗା ଭସାଇ ପୁରାତନ ନୌବାଣିଜ୍ୟର କଥା ମନେ ପକାଇଥାନ୍ତି । ଲକ୍ଷାଧିକ ଭକ୍ତମାନେ ସ୍ନାନ କରିବା ସହ କଦଳୀ ପଟୁକାରେ ତିଆରି ଡଙ୍ଗାରେ ପାନ, ଗୁଆ, ଫୁଲ ଥୋଇ ଭସାଇଛନ୍ତି । ଏହାସହ ଆ-କା-ମା-ବୈ, ପାନ ଗୁଆ ଥୋଇରେ ଗୀତ ଗାଇଥାନ୍ତି । ନିଜ ପରିବାର ତଥା ସାଙ୍ଗସାଥୀଙ୍କ ସହ ଲୋକେ ବିଭିନ୍ନ ତୀର୍ଥ ପୁଷ୍କରିଣୀ ଓ ମହୋଦଧି ତଟକୁ ଆସି ଡଙ୍ଗା ଭସାଇଥାନ୍ତି ।
ଓଡ଼ିଶାର ବିଭିନ୍ନ ତଟରେ ଆଜିର ଦିନରେ ବନ୍ଦାଣ ଉତ୍ସବ ଉଦଘାଟିତ ହୋଇଥାଏ । ଏଥିପାଇଁ ପୋଖରୀ, ନଦୀ, ସମୁଦ୍ରକୂଳରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ହେଲେ ବିଶ୍ବାସ ରହିଛି ଆଜିର ଦିନରେ ମହୋଦଧିରେ ବୁଡ଼ ପକାଇଲେ ଅଶେଷ ପୁଣ୍ୟ ପ୍ରାପ୍ତି ହୋଇଥାଏ । ସେଥିପାଇଁ ଏକ ଲକ୍ଷରୁ ଅଧିକ ହବିଷ୍ୟାଳୀମାନେ ସମୁଦ୍ର ବେଳାଭୂମିରେ ପୂଜାର୍ଚ୍ଚନା କରିବା ସହିତ ଆଜିର ପ୍ରଥମ ଉଦୟ ସୂର୍ଯ୍ୟଙ୍କୁ ଦର୍ଶନ କରି ମହୋଦଧି ତଟରେ ଏକତ୍ରିତ ହୋଇ କାର୍ତ୍ତିକ ପୂର୍ଣ୍ଣିମାର ପୁଣ୍ୟ ଲାଭ କରିଛନ୍ତି ।
https://purvapaksa.com/mahindra-new-ev/