Black Rose: ୨୩,୮୪୭ ମେଟ୍ରିକ୍ ଟନ୍ ଲୁହାପଥର ଓ ୯୨୦ ମେଟ୍ରିକ୍ ଟନ୍ ଫାର୍ନେସ୍ ତେଲ ବୋଝେଇ ମଙ୍ଗୋଲିଆ ଜାହାଜ ‘ଏମ୍ଭି ବ୍ଲାକ୍ ରୋଜ୍’ ଓଡ଼ିଶାର ପାରାଦୀପ ଉପକୂଳଠାରୁ ୫ କିଲୋମିଟର ଦୂରରେ ଚୀନ୍ ଅଭିମୁଖେ ଯାତ୍ରା କରୁଥିବାବେଳେ ରହସ୍ୟମୟ ପରିସ୍ଥିତିରେ ବୁଡ଼ି ଯାଇଥିଲା।
ସୋମବାର ସଂସଦରେ ଓଡ଼ିଶାର ବ୍ଲାକ୍ ରୋଜ ଜାହାଜ ଦୁର୍ଘଟଣା ପ୍ରସଙ୍ଗ ଉଠିଛି। ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ ଏ ପ୍ରସଙ୍ଗ ଉଠାଇ କଂଗ୍ରେସ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି। ସେ ସମୟରେ ଆଇନରେ ବ୍ୟବସ୍ଥାର ଅଭାବ ହେତୁ କିପରି ଆଜି ବି ବ୍ଲାକ୍ ରୋଜ ଜାହାଜ ପାରାଦୀପ କୂଳରେ ପୋତି ହୋଇରହିଛି ତାହା ବଖାଣିଛନ୍ତି ଶ୍ରୀ ତରାଇ।
୨୦୦୯ ମସିହା, ସେପ୍ଟେମ୍ବର ମାସ ୯ ତାରିଖର ବ୍ଲାକ୍ ରୋଜ ନାମରେ ଏକ ଜାହାଜ ପାରାଦିପ କୂଳରେ ବୁଡୀଯାଇଛି। ଏହି ଜାହାଜରେ ପରିବହନ କରାଯାଉଥିବା ଜିନିଷର କେହି ଦାବିଦାର ବାହାରିନଥିଲେ। ସେତେବେଳେ ବିଜେଡିର ରାଜନେତାଙ୍କ ସମ୍ପର୍କ ଏହି ଜାହାଜ ସହ ଥିବା ନେଇ ଆଲୋଚନା ହୋଇଥିଲା। ବେନାମୀ କାରବାରରେ ଓଡ଼ିଶାରୁ ଲୁହାପଥର ଏବଂ ଅନ୍ୟ ଖଣିଜ ଚୋରି ହେଉଥିବା ମଧ୍ୟ ଆଶଙ୍କା ହୋଇଥିଲା। ସେତେବେଳେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଥିଲା। ଯେଉଁ ବିଜେପି ନେତାମାନେ ସେତେବେଳେ ଏହାର ସିବିଆଇ ତଦନ୍ତ କରିବାକୁ ଦାବି କରୁଥିଲେ ସେମାନେ ଏବେ ଚୁପ ବସିଛନ୍ତି।
କିନ୍ତୁ ଶ୍ରୀ ତରାଇ ଆଜି ସଂସଦରେ ବିଲ୍ ଅଫ୍ ଲେଡିଙ୍ଗ ବିଧେୟକ ଆଲୋଚନା ସମୟରେ ଏହି ପ୍ରସଙ୍ଗକୁ ପୁଣି ଖୋଲିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ୨୩,୮୪୭ ମେଟ୍ରିକ୍ ଟନ୍ ଲୁହାପଥର ଓ ୯୨୦ ମେଟ୍ରିକ୍ ଟନ୍ ଫାର୍ନେସ୍ ତେଲ ବୋଝେଇ ମଙ୍ଗୋଲିଆ ଜାହାଜ ‘ଏମ୍ଭି ବ୍ଲାକ୍ ରୋଜ୍’ ଓଡ଼ିଶାର ପାରାଦୀପ ଉପକୂଳଠାରୁ ୫ କିଲୋମିଟର ଦୂରରେ ଚୀନ୍ ଅଭିମୁଖେ ଯାତ୍ରା କରୁଥିବାବେଳେ ରହସ୍ୟମୟ ପରିସ୍ଥିତିରେ ବୁଡ଼ି ଯାଇଥିଲା।
ମାଲବାହୀ ଜାହାଜରେ ଥିବା ୨୭ଜଣ କ୍ରୁ ମେମ୍ବରଙ୍କ ମଧ୍ୟରୁ ୨୬ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଜାହାଜର ମୁଖ୍ୟ ଯନ୍ତ୍ରୀପ୍ରାଣ ହରାଇଛନ୍ତି। ନକଲି କାଗଜପତ୍ର ଜରିଆରେ ଲୁହାପଥର ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ବେଆଇନଭାବେ ପରିବହନ କରାଯାଉଥିବା ରାଜ୍ୟରେ ବିରୋଧୀ ଦଳମାନେ ଅଭିଯୋଗ କରିଥିଲେ।
ଏପରିକି ବିଜେଡିର କିଛି ନେତାଙ୍କ ସ୍ପଞ୍ଜ (ଲୁହା) କାରଖାନା ପାଇଁ ନକଲି କାଗଜପତ୍ର ଆଣି ଲୁହାପଥର ଆଣିବା ପାଇଁ ‘ବ୍ଲାକ୍ ରୋଜ୍’ ବ୍ୟବହାର କରାଯାଉଥିବା ବିରୋଧୀ ଦଳମାନେ ଅଭିଯୋଗ କରିଥିଲେ। ଜାହାଜ ବୁଡ଼ିବା ଘଟଣା କେବଳ ରାଜ୍ୟରେ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ହୋଇନଥିଲା ବରଂ ଏହି ମାମଲାକୁ ଓଡ଼ିଶା ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟକୁ ଟାଣି ନିଆଯାଇଥିଲା।
ଜାହାଜ ବୁଡ଼ିବା ଘଟଣାର ପ୍ରଥମେ ସ୍ଥାନୀୟ ପୁଲିସ ଓ ପରେ ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ପରେ ଏହାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିଜ ହାତକୁ ନେଇଥିଲା। ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥାର ତଦନ୍ତ ସତ୍ତ୍ୱେ ଏହି ମାଲବାହୀ ଜାହାଜ ବୁଡ଼ିବା ପଛର ପ୍ରକୃତ କାରଣ ବଙ୍ଗୋପସାଗର ଜଳରେ ଲୁଚି ରହିଥିବା ଜଣାପଡ଼ିଛି।
ପାରାଦୀପ ବନ୍ଦରର ଆଙ୍କୋରେଜ୍ ଜୋନରେ ଏହି ବିଶାଳ ଜାହାଜର ଜଳୀୟ କବର ମିଳିବାର ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭଗ୍ନାବଶେଷ ସଫା ହୋଇପାରିନାହିଁ।
ଗତ ୧୫ ବର୍ଷ ମଧ୍ୟରେ ସମୁଦ୍ରରେ ଥିବା ମାଲବାହୀ ଜାହାଜର ଭଗ୍ନାବଶେଷକୁ ଧକ୍କା ଦେବା ପରେ ଅନେକ ମାଛଧରା ଟ୍ରଲର ଓ ଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବାରୁ ଏହା ଏବେ ରାଜ୍ୟର ମତ୍ସ୍ୟଜୀବୀଙ୍କ ପାଇଁ ଏକ ଘୋର ବିପଦ ସାବ୍ୟସ୍ତ ହେଉଛି।
ତେବେ ବଙ୍ଗୋପସାଗରର ଶଯ୍ୟାରୁ ଜାହାଜର ଅବଶିଷ୍ଟ ଅଂଶ ହଟାଇବା ପାଇଁ ରାଜ୍ୟ ସରକାର କିମ୍ବା ପାରାଦୀପ ପୋର୍ଟ ଟ୍ରଷ୍ଟ (ପିପିଟି) କର୍ତ୍ତୃପକ୍ଷ କୌଣସି ପ୍ରସ୍ତାବ ଆଣିବା ମୁଡରେ ନାହାନ୍ତି। ଜାହାଜର ଅବଶିଷ୍ଟ ଅଂଶଗୁଡ଼ିକୁ ସଫା କରିବା ପାଇଁ ପିପିଟି ଏପର୍ୟ୍ୟନ୍ତ ପ୍ରାୟ ୧୭ କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାଯାଇଛି କିନ୍ତୁ ଏହା ବୁଡ଼ି ଯାଇଥିବା ବସ୍ତୁକୁ ସମ୍ପୂର୍ଣ୍ଣଭାବେ ହଟାଇ ପାରିନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ସମୁଦ୍ରରୁ ସମୁଦାୟ ଭଗ୍ନାବଶେଷ ହଟାଇବା ପାଇଁ ପ୍ରାୟ ୧୨୦ କୋଟି ଟଙ୍କାର ଆବଶ୍ୟକତା ରହିଛି।
ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକେ ଜଳମଗ୍ନ ଜାହାଜକୁ ସମୁଦ୍ରରୁ ହଟାଇବାକୁ ଦାବି କରି ଆସୁଥିଲେ ହେଁ ରାଜ୍ୟ ସରକାର କିମ୍ବା ପିପିଟି ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ।
Also readhttps://purvapaksa.com/has-priyanka-chopra-arrived-in-odisha-for-ssmb29-shoot/
ଏସ୍ଏସ୍ଏମ୍ବି୨୯ ସୁଟିଂ ପାଇଁ ଓଡ଼ିଶା ଆସିଛନ୍ତି କି ପ୍ରିୟଙ୍କା ଚୋପ୍ରା?
