Black Magic: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କଳାଯାଦୁ କରିଥିବାରୁ ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ବାସଭବନ ‘ବର୍ଷା’କୁ ଯାଉ ନାହାନ୍ତି ବୋଲି ଶିବସେନା (ଉଦ୍ଧବ) ନେତା ସଂଜୟ ରାଉତ କରିଥିବା ଦାବିକୁ ଫଡ଼ନାବିସ ଖଣ୍ଡନ କରିଛନ୍ତି।
ଫଡନାବିସ କହିଛନ୍ତି ଯେ, ତାଙ୍କ ଝିଅର ବୋର୍ଡ ପରୀକ୍ଷା ପରେ ଦକ୍ଷିଣ ମୁମ୍ବାଇର ସରକାରୀ ବାସଭବନକୁ ସ୍ଥାନାନ୍ତରିତ ହେବେ। ଶିବସେନା (UBT) ସାଂସଦ ସଞ୍ଜୟ ରାଉତ ଏକ ବିବାଦ ସୃଷ୍ଟି କରିବାର କିଛି ଘଣ୍ଟା ପରେ ଏହି ସ୍ପଷ୍ଟୀକରଣ ଦିଆଯାଇଛି, ଯେଉଁଥିରେ ସେ କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କାମାକ୍ଷା ମନ୍ଦିର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ‘ବର୍ଷା’ ପରିସରରେ ମଇଁଷି ବଳି ଦେଇଥିଲେ। ଯେମିତି ଅନ୍ୟ କେହି ମୁଖ୍ୟମନ୍ତ୍ରୀ ହୋଇ ନପାରିବେ ସେଥିପାଇଁ ସିନ୍ଦେ କାମାକ୍ଷା ମନ୍ଦିରରେ ତନ୍ତ୍ର ପୂଜା କରିଥିଲେ ବୋଲି ରାଉତ କହିଥିଲେ। ଏହି କାରଣ ପାଇଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବାର ମାସ ମାସ ପରେ ମଧ୍ୟ ଏଥିରେ ପ୍ରବେଶ କରୁ ନାହାଁନ୍ତି ବୋଲି ରାଉତ ଦାବି କରିଥିଲେ।
ଡିସେମ୍ବର 5, 2024 ରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ଦେବେନ୍ଦ୍ର ଫଡନାଭିସ୍ ବର୍ତ୍ତମାନ ‘ସାଗର’ ବଙ୍ଗଳାରେ ରହୁଛନ୍ତି। “ଏକନାଥ ସିନ୍ଦେ ‘ବର୍ଷା’ ବଙ୍ଗଳା ଖାଲି କରିବା ପରେ ମୁଁ ସେଠାରେ ରହିବି। କିଛି ଛୋଟ ମରାମତି ମଧ୍ୟ କରାଯାଉଛି। ମୋର ଝିଅ ଚଳିତ ବର୍ଷ ବୋର୍ଡ୍ ପରୀକ୍ଷା ଦେବ। ସିଏ ବୋର୍ଡ୍ ପରୀକ୍ଷା ପରେ ଘର ଛାଡ଼ିବାକୁ ଅନୁରୋଧ କରିଥିଲା। ଏହିକାରଣରୁ ଆମେ ଘର ବଦଳାଇ ନାହୁଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସଞ୍ଜୟଙ୍କ ଦାବି ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ,”ଏହି ଅବାନ୍ତର ଗୁଜବର ଉତ୍ତର ଦେବା ମୁଁ ଠିକ ବୋଲି ଭାବୁ ନାହିଁ।
ଏହି ସମୟରେ, ଉପ-ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଯିଏ ବର୍ତ୍ତମାନ ବର୍ଷାରେ ରହୁଛନ୍ତି, ସେ ମଧ୍ୟ ରାଉତଙ୍କୁ ପ୍ରତିଆକ୍ରମଣ କରି କହିଛନ୍ତି, “ଯେଉଁମାନେ ଏହି ଦାବି କରୁଛନ୍ତି ସେମାନଙ୍କର ଏପରି କ୍ଷେତ୍ରରେ ଅଧିକ ଅଭିଜ୍ଞତା ଅଛି।”
ସଞ୍ଜୟ ରାଉତଙ୍କ ଅନୁସାରେ, ଫଡନଭିସ୍ ବର୍ଷା ବଙ୍ଗଳାକୁ ସ୍ଥାନାନ୍ତରିତ ହେବାକୁ ଅନିଚ୍ଛୁକ ଥିଲେ, ରିପୋର୍ଟ ଅନୁଯାୟୀ ସେ କହିଥିଲେ ଯେ, “ଯଦିଓ ମୁଁ ସେଠାରେ ସ୍ଥାନାନ୍ତରିତ ହୁଏ, ମୁଁ ରାତି ବିତାଇବି ନାହିଁ।” ଏହି କଥିତ ବୟାନ ରାଜ୍ୟର ରାଜନୈତିକ ଗତିଶୀଳତା ଏବଂ ଅନ୍ଧବିଶ୍ୱାସ ବିଷୟରେ ପ୍ରଶ୍ନ ଉଠାଇଥିଲା। ସଞ୍ଜୟ ରାଉତ କହିଥିଲେ ଯେ, “ମଇଁଷି ବଳି ଦେବା ପରେ ସେମାନଙ୍କ ଶିଙ୍ଗଗୁଡ଼ିକୁ ବର୍ଷା ପରିସରରେ ପୋତା ଯାଇଥିବା ନେଇ ବର୍ଷାରେ କାର୍ଯ୍ୟରତ ଥିବା କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ହେଉଛି। କୌଣସି ବ୍ୟକ୍ତି ଯେମିତି ଅଧିକ ଦିନ ଧରି ମୁଖ୍ୟମନ୍ତ୍ରୀ ପଦରେ ନରହିବେ ସେଥିପାଇଁ ଏମିତି ହୋଇଥିବା ଆଲୋଚନା ହେଉଛି ବୋଲି ସେ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ, “ମହାରାଷ୍ଟ୍ର ଏହାର ପ୍ରଗତିଶୀଳ ମୂଲ୍ୟବୋଧ ଏବଂ ମହାତ୍ମା ଫୁଲେ, ପ୍ରବୋଧନକର ଠାକରେ ଏବଂ ସନ୍ଥ ଗାଡଗେ ବାବାଙ୍କ ଭଳି ନେତାଙ୍କ ପାଇଁ ଜଣାଶୁଣା, ଯେଉଁମାନେ ଅନ୍ଧବିଶ୍ୱାସ ବିରୁଦ୍ଧରେ ଠିଆ ହୋଇଥିଲେ। ଆମେ କ’ଣ ପ୍ରକୃତରେ ଆଜି ଏପରି କାହାଣୀକୁ ଆମ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଦେଉଛୁ?”
ALSO READ: https://purvapaksa.com/the-indian-road-congress-being-held-in-odisha-is-significant/