ଓଡ଼ିଆ ଅସ୍ମିତା ଓ ସଂସ୍କୃତି ସୁରକ୍ଷାର ଦ୍ୱାହି ଦେଇ କ୍ଷମତା ଆସିବା ପରେ ବିଜେପି ସରକାରଦ୍ୱାରା ନିର୍ମିତ ପ୍ରଥମ ପ୍ରକଳ୍ପ ଭୁଶୁଡ଼ି ଏବେ ମାଟିରେ ମିଶିଯାଇଛି।
ବିଜେପି ସରକାର କ୍ଷମତାକୁ ଆସିବା ପରେ ଜାନୁଆରୀ ସାତ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଭାଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରାଜ୍ୟ ସଂଗ୍ରହାଳୟରେ ୯ଟି ନୂତନ ଗ୍ୟାଲେରିକୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ। ଏଥିରେ ରାଜକୀୟ ଗ୍ୟାଲେରୀ, ପ୍ରାକ୍-ଐତିହାସିକ ଗ୍ୟାଲେରୀ, ରୟାଲ ଆଣ୍ଡ ଆଇଭରି ଗ୍ୟାଲେରୀ, ପ୍ରାଣୀ ଉଦ୍ୟାନ, ଖଣି ଓ ଭୂବିଜ୍ଞାନ ଗ୍ୟାଲେରୀ, କଣ୍ଢେଇ ଗ୍ୟାଲେରୀ, ମାସ୍କ ଗ୍ୟାଲେରୀ, ଟ୍ରାଇବ୍ସ ଗ୍ୟାଲେରୀ, ହସ୍ତଶିଳ୍ପ ଗ୍ୟାଲେରୀ ଏବଂ ଆଇଡେଣ୍ଟିଫିକେସନ୍ ରୁମ୍ ଥିଲା।
ଏଥିପାଇଁ ରାଜ୍ୟ ରାକୋଷରୁ ତିନି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ଏହି ଗ୍ୟାଲେରିର ନର୍ମାଣ କାମ କୌଣସି ଓଡ଼ିଆ ଠିକାଦାର କରିନାହାନ୍ତି। କାରଣ ସେତେବେଳେ ଭାଷା ଓ ସଂସ୍କୃତି ସଚିବ ଥିବା ଅଫିସର ଜଣକ ଅଣଓଡ଼ିଆ ଠିକାଦାରଙ୍କୁ ବହୁତ ପସନ୍ଦ କରୁଥିଲେ। ଯେଉଁଥିପାଇଁ ଦିଲ୍ଲୀର ଜଣେ ଠିକାଦାର ଏହିସବୁ ଗ୍ୟାଲେରୀ ନର୍ମାଣ କାମର ଠିକାଦାରୀ ପାଇଥିଲେ। ସେହି ଅଫିସରଙ୍କ ଅଣଓଡ଼ିଆ ଠିକାଦାରୀ ପ୍ରୀତି ସେ ଅଡ଼ୁଆରେ ପଡ଼ି ସିବିଆଇ ଯାଞ୍ଚର ସମ୍ମୁଖୀନ ହୋଇଛନ୍ତି।
ଏହିସବୁ ଗ୍ୟାଲେରୀ ନିର୍ମାଣ ହୋଇ ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ଉଦ୍ଘାଟନ ହେବାର ମାତ୍ର ତିନିମାସ ମଧ୍ୟରେ ଭୁଶୁଡ଼ି ଭୂଇଁରେ ଲୋଟୁଥିବାର ଦୃଶ୍ୟ ଆପଣମାନେ ଦେଖିପାରିବେ। ସେଥିପାଇଁ ଏବେ ରାଜକୀୟ ଗ୍ୟାଲେରୀକୁ ଦର୍ଶକମାନଙ୍କ ପାଇଁ ବନ୍ଦ ରଖାଯାଇଛି।
ବିଜେଡି ସରକାର କାମକୁ ବିରୋଧ କରି କ୍ଷମତାକୁ ଆସିବା ପରେ ବିଜେପି ସରକାର ଏ ପର୍ଯ୍ୟନ୍ତ ଅମଲାତନ୍ତ୍ର ଉପରେ ନିୟନ୍ତ୍ରଣ ହାସଲ କରିପାରିନାହିଁ। ଯାହାଫଳରେ ଅଫିସରମାନେ ନିଜ ପସନ୍ଦର ଠିକାଦାରମାନଙ୍କୁ କାମରେ ନିୟୋଜିତ କରି ସରକାରୀ ଅର୍ଥକୁ ହଡ଼ପ କରୁଛନ୍ତି। ଯାହାର ନମୁନା ରାଜ୍ୟ ସଂଗ୍ରହାଳୟରୁ ଦେଖିବାକୁ ମିଳିଛି। ଘରେ ନ ପଶୁଣୁ ମୁଣ୍ଡଳରେ ଚାଳ ବାଜିଲା ଭଳି ଉଦ୍ଘାଟନର ମାତ୍ର ତିନିମାସ ମଧ୍ୟରେ ନିର୍ମାଣ କାମ ଭୁଶୁଡ଼ୁ ଥିବାରୁ ଆଗକୁ ରାଜ୍ୟରେ କେତେ ଯେ ନିମ୍ନମାନର କାମ କରାଯାଇ ରାଜ୍ୟ ରାଜକୋଷକୁ ଲୁଟ୍ କରାଯିବା ତାହା ଦେଖିବାକୁ ବାକି ରହିଲା।
ଖଣି ଦୁର୍ନୀତି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ; ବିଜେଡିର ଖଣିମାଲିକ ପ୍ରୀତିକୁ ପଦାରେ ପକାଇଦେଲେ ସିଏଜି
