- ସଡ଼କ ପ୍ରକଳ୍ପ ପାଇଁ ୨୬୦୦୦ କୋଟି
- ମଖାନା ବୋର୍ଡ, ପାଟନା ବିମାନ ବନ୍ଦର ସମ୍ପ୍ରସାରଣ
- ବିହଟା ବ୍ରାଉନଫିଲ୍ଡରେ ନୂଆ ଏୟାରପୋର୍ଟ
- ନିର୍ବାଚନ ବର୍ଷରେ ବଜେଟରେ ବିହାରକୁ ମିଳିଛି ବଡ ଫାଇଦା
ଆସନ୍ତା ନେଭମ୍ବରେର ବିହାରରେ ହେବ ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ସାଧାରଣ ବଜେଟ-୨୦୨୫ରେ ବିହାରବାସୀଙ୍କୁ ଖୁସି କରିଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ବିହାରବାସୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗଠୁ ଆରମ୍ଭ କରି ଶିକ୍ଷା, ରୋଜଗାର ଓ ସଡ଼କ, ବିମାନ ସୁବିଧାସବୁ ଯୋଗାଇ ଦେବା ପାଇଁ ବଜେଟରେ ଘୋଷଣା କରାଯାଇଛି। ଚଳିତ ବର୍ଷ ନିର୍ବାଚନ ଥିବାରୁ କେନ୍ଦ୍ର ବଜେଟ ୨୦୨୫ରେ ଅର୍ଥମନ୍ତ୍ରୀ ବିହାର ପାଇଁ ଏକ ମଖାନା ବୋର୍ଡ ଗଠନ ଏବଂ ଜାତୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗ ଓ ପରିଚାଳନା ପ୍ରତିଷ୍ଠାନ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି। ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ଜେଡିୟୁ ଓ ବିଜେପି ଶାସିତ ବିହାରରେ ନଭେମ୍ବରରେ ନିର୍ବାଚନ ହେବ।
କେନ୍ଦ୍ର ବଜେଟ୍ ୨୦୨୫ ଉପସ୍ଥାପନ କରିବା ପାଇଁ ମନ୍ତ୍ରୀ ମଧୁବନୀ ଆର୍ଟ ପ୍ରିଣ୍ଟ ଶାଢ଼ି ପିନ୍ଧି ସଂସଦରେ ମଧ୍ୟ ଆସିଥିଲେ। ମଧୁବନୀ କଳାର ଉତ୍ପତ୍ତି ବିହାରର ମିଥିଲା ଅଞ୍ଚଳରେ ହୋଇଛି । କ୍ରମାଗତ ଅଷ୍ଟମ ବଜେଟ୍ ଉପସ୍ଥାପନ କରି ସୀତାରମଣ ‘ସୁପରଫୁଡ୍’ ମଖାନା ଚାଷ କରୁଥିବା କୃଷକମାନଙ୍କୁ ସାହାଯ୍ୟ କରିବା ପାଇଁ ‘ମଖାନା ବୋର୍ଡ’ ଗଠନ କରିବାକୁ ଘୋଷଣା କରିଛନ୍ତି। ମଖାନା (ଫକ୍ସ ନଟ)ର ଉତ୍ପାଦନ, ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଏବଂ ମାର୍କେଟିଂରେ ଉନ୍ନତି ଆଣିବା ପାଇଁ ବିହାରରେ ଏକ ମଖାନା ବୋର୍ଡ ଗଠନ କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି, ବିହାରବାସୀଙ୍କ ପାଇଁ ଏହା ଏକ ସ୍ୱତନ୍ତ୍ର ସୁଯୋଗ। ମଖାନାର ଉତ୍ପାଦନ, ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି ଓ ବିପଣନ ବୃଦ୍ଧି ପାଇଁ ରାଜ୍ୟରେ ଏକ ମଖାନା ବୋର୍ଡ ପ୍ରତିଷ୍ଠା କରାଯିବ। ଯେଉଁମାନେ ଏହି କାର୍ଯ୍ୟରେ ନିୟୋଜିତ ହେବେ ସେମାନଙ୍କୁ ଏଫପିଓରେ ସଂଗଠିତ କରାଯିବ। କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ମଖାନା କୃଷକମାନଙ୍କୁ ସହାୟତା ଓ ପ୍ରଶିକ୍ଷଣ ପ୍ରଦାନ କରାଯିବ ଏବଂ ସେମାନେ ଯେପରି ସମସ୍ତ ସମ୍ପୃକ୍ତ ସରକାରୀ ଯୋଜନାରୁ ଉପକୃତ ହେବେ ସେଥିପାଇଁ ପ୍ରୟାସ କରାଯିବ।
କୃଷି ଓ ଜଳସେଚନ: ପଶ୍ଚିମ କୋଶୀ କେନାଲ ପାଇଁ ଆର୍ଥିକ ସହାୟତା, ମିଥିଲାଲାଂଚଳ ଅଞ୍ଚଳର ୫୦,୦୦୦ ହେକ୍ଟର ଜମି ଏବଂ ଜଳସେଚନ ଓ ବନ୍ୟା ପ୍ରଶମନ ପ୍ରକଳ୍ପ ପାଇଁ ୧୧,୫୦୦ କୋଟି ଟଙ୍କା ଉପକୃତ ହୋଇଛି।
ସୀତାରମଣ ପାଟନା ବିମାନବନ୍ଦରର ସମ୍ପ୍ରସାରଣ ଏବଂ ବିହଟାରେ ଏକ ନୂତନ ବ୍ରାଉନଫିଲ୍ଡ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଘୋଷଣା କରିବା ସହିତ ରାଜ୍ୟରେ ଭିତ୍ତିଭୂମିକୁ ମଧ୍ୟ ପ୍ରୋତ୍ସାହନ ମିଳିଛି। ପୂର୍ବାଞ୍ଚଳରେ ଖାଦ୍ୟ ପ୍ରକ୍ରିୟାକରଣ କାର୍ଯ୍ୟକଳାପକୁ ଦୃଢ଼ ପ୍ରୋତ୍ସାହନ ଦେବା ପାଇଁ ବିହାରରେ ଏକ ଜାତୀୟ ଖାଦ୍ୟ ପ୍ରଯୁକ୍ତିବିଦ୍ୟା, ଉଦ୍ୟୋଗ ଓ ପରିଚାଳନା ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିବାରେ ବିଫଳ ହୋଇଥିବାରୁ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସହ ନୀତୀଶ କୁମାରଙ୍କ ଜେଡିୟୁ ଏନଡିଏ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଏହାର କିଛି ସପ୍ତାହ ପରେ ବିହାରକୁ ଏକ ପୁରସ୍କାର ମିଳିଥିଲା ଏବଂ କେନ୍ଦ୍ର ସରକାର ରାଜ୍ୟର ବିଭିନ୍ନ ସଡ଼କ ପ୍ରକଳ୍ପ ପାଇଁ ୨୦୨୪ ବଜେଟରେ ୨୬,୦୦୦ କୋଟି ଟଙ୍କା ଘୋଷଣା କରିଥିଲେ।
previous article: https://purvapaksa.com/no-income-tax-payable-up-to-rs-12-lakh-under-new-regime/
ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ୱସ୍ତି, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଦେବାକୁ ପଡ଼ିବ ନାହିଁ