Bhoot Bangla: ‘ଭୁଲ ଭୁଲୈୟା’ ଭଳି ସୁପରହିଟ୍ ସିନେମା କରିବା ପରେ ଅକ୍ଷୟ କୁମାର ପୁଣି ଥରେ ପ୍ରିୟଦର୍ଶନଙ୍କ ସହ ‘ଭୂତ ବଙ୍ଗଳା’ ଭଳି ଏକ ନୂଆ ହରର କମେଡ଼ିରେ ନରଜ ଆସିବେ ।
ନିର୍ମାତା ମାନେ ଏହି ଫିଲ୍ମର ସୁଟିଂ ଆରମ୍ଭ କରିଦେଇଛନ୍ତି । ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ପାଇଁ ନିର୍ମାତା ତବୁଙ୍କୁ କାଷ୍ଟ କରିଛନ୍ତି । ରବିବାର ଦିନ ତବୁ ଫିଲ୍ମର ସୁଟିଂ କୁ ନେଇ ଏକ ବଡ ଅପଡେଟ ସେୟାର କରିଛନ୍ତି । ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ‘ଭୂତ ବଙ୍ଗଳା‘ର ସୁଟିଂ ସେଟ୍ ର ଏକ ଫଟୋ ସେୟାର କରିଛନ୍ତି, ଯାହା ପ୍ରଶଂସକଙ୍କ ଉତ୍ସାହକୁ ବଢାଇଦେଇଛି ।
‘ଭୂତ ବଙ୍ଗଳା’ରେ ଅଭିନୟ କରିବେ ତବୁ
ତବୁ ସୋସିଆଲ ମିଡ଼ିଆରେ ଏହି ସୂଚନା ସେୟାର କରିଛନ୍ତି ଯେ, ସେ ଫିଲ୍ମ ‘ଭୂତ ବଙ୍ଗଳା’ର ସୁଟିଂ ଆରମ୍ଭ କରିଛନ୍ତି । ଫିଲ୍ମର ସେଟରୁ କ୍ଲିପବୋର୍ଡର ଏକ ଫଟୋ ସେୟାର କରି ତବୁ କ୍ୟାପସନରେ ଲେଖିଛନ୍ତି, ଆମେ ଏଠାରେ ଲକ୍ ହୋଇଯାଇଛୁ । ଅକ୍ଷୟ କୁମାରଙ୍କ ସହ ତବୁଙ୍କୁ ଦେଖିବାପାଇଁ ପ୍ରଶଂସକମାନେ ବ୍ୟଗ୍ର ଅଛନ୍ତି। ଅକ୍ଷୟ କୁମାର ଏହା ମଧ୍ୟ କହିଛନ୍ତି ଯେ ପରେଶ ରାୱଲ ମଧ୍ୟ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହାର ସୁଟିଂ ଏବେ ଜୟପୁରରେ ଚାଲିଛି।
ହରର କମେଡି ଫିଲ୍ମ ‘ଭୁଲ ଭୁଲୈୟା ୨’ରେ ନଜର ଆସିଥିବାରୁ ନିର୍ମାତା ଏହି ଫିଲ୍ମ ପାଇଁ ତବୁଙ୍କୁ ଉପଯୁକ୍ତ ମନେ କରିଥିଲେ। ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶନାରେ ନିର୍ମିତ ‘ଭୂତ ବଙ୍ଗଳା’ ଶୋଭା କପୁର ଓ ଏକତା ଆର କପୁରଙ୍କ ବାଲାଜୀ ଟେଲିଫିଲ୍ମସ ଏବଂ ଅକ୍ଷୟ କୁମାରଙ୍କ ପ୍ରଡକ୍ସନ ହାଉସ କେପ ଅଫ୍ ଗୁଡ୍ ଫିଲ୍ମସ ବ୍ୟାନରରେ ନିର୍ମାଣ କରାଯାଉଛି। ଏହି କଥାଚିତ୍ରଟିର ରଚନା କରିଛନ୍ତି ଆକାଶ କୌଶିକ । ଏହି ଫିଲ୍ମ ୨୦୨୬ ଏପ୍ରିଲ ୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
ALSO READ: https://purvapaksa.com/game-changer-box-office-collection-day-3-worldwide/