Benefits Papaya: ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ବିଭିନ୍ନ ଖାଦ୍ୟ ସହ ଫଳମୂଳ ଖାଇବା ଆବଶ୍ୟକ । ସେଭଳି ଏକ ହେଉଛି ଫଳ ଓ ପନିପରିବା ହେଉଛି ଅମୃତଭଣ୍ଡାର ।
ଏଥିରେ ବହୁ ଔଷଧୀୟ ଗୁଣ ରହିଛି । ପାଚିଲା ଅମୃତଭଣ୍ଡା ଖାଇବା ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଏହା ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ଶରୀରକୁ ଦରକାରୀ ପୋଷକତତ୍ୱ ଯୋଗାଇବା ସହ ଶରୀର ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଏଥିରେ ଭିଟାମିନ-ଏ, ପ୍ରୋଟିନ, କାର୍ବୋହାଇଡ୍ରେଟ, ଫୋଲେଟ, କପର, ଫାଇବର, ପୋଟାସିମୟ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଭଳି ପୌଷ୍ଟିକ ତତ୍ୱ ସହ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଯାହା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ଆମର ତ୍ୱଚା ପାଇଁ ମଧ୍ୟ ଲାଭଦାୟକ । ଏହାକୁ ନିୟମିତ ନିଜ ଖାଦ୍ୟରେ ବ୍ୟବହାର କଲେ ଆମକୁ ଅନେକ ସ୍ୱାସ୍ଥ୍ୟ ଉପକାର ମିଳିପାରିବ।
- ଅମୃତଭଣ୍ଡା ଖାଇବା ଦ୍ୱାରା ଉଜ୍ଜଳ ଏବଂ ଚମକଦାର ଚେହେରା ମିଳେ । ଧୂଳି ମାଟି, ପ୍ରଦୂଷଣ ଏବଂ ସଠିକ୍ ଯତ୍ନ ଅଭାବରୁ ଚେହେରାରେ କଳା ଦାଗ, ବ୍ରଣ ହୋଇଯାଏ । ନିୟମିତ ଅମୃତଭଣ୍ଡାର ପେଷ୍ଟ ଲଗେଇବା ଦ୍ୱାରା ଦାଗରୁ ମୁକ୍ତି ମିଳିଥାଏ ।
- ପ୍ରତିଦିନ ସକାଳୁ କିଛି ପରିମାଣରେ ଅମୃତଭଣ୍ଡା ଖାଇବାକୁ ଚେଷ୍ଟା କରନ୍ତୁ । ଏହା ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିବାରେ ସାହାର୍ଯ୍ୟ କରିଥାଏ ।
- ପାଚିଲା ଅମୃତଭଣ୍ଡା ଖାଇବା ଦ୍ୱାରା ଆପଣଙ୍କର ହଜମ ପ୍ରକିୟା ସକ୍ରିୟ ହୋଇଥାଏ । ଯେଉଁ କାରଣରୁ ପେଟରେ କୌଣସି ସମସ୍ୟା ନଥାଏ ।
- ଥଣ୍ଡା, କାଶ, ଜ୍ୱର ହେଉଥିଲେ ଅମୃତଭଣ୍ଡା ପତ୍ରକୁ ବାଟି ଏହାର ପାଣିକୁ ପିଇଲେ ଏହା ସଂପୂର୍ଣ୍ଣ ଭଲ ହୋଇଥାଏ।
- ଏହାର ପତ୍ରକୁ ବାଟି ଡ଼େଙ୍ଗୁ ରୋଗୀଙ୍କୁ ପିଇବାକୁ ମଧ୍ୟ ଦିଆଯାଏ। ଏହାର ପତ୍ରକୁ ବ୍ୟବହାର କରି ଡ଼େଙ୍ଗୁର ଚିକିତ୍ସା ନିମନ୍ତେ ଔଷଧ ମଧ୍ୟ ପ୍ରସ୍ତୁତ କରାଯାଏ।
- ସପ୍ତାହକୁ ଦୁଇରୁ ତିନି ଥର ଅମୃତଭଣ୍ଡାର ଫେସ୍ ପ୍ୟାକ୍ ଲଗାଇଲେ ଚେହେରା ଗ୍ଲୋ କରିବା ସହ ଦାଗ ବ୍ରଣ ଦୂର ହୋଇଥାଏ ।
- ଅମୃତଭଣ୍ଡାରେ ଭିଟାମିନ ଏ, ଭିଟାମିନ ସି ଆଦି ରହିଥାଏ । ଏହା ଆମକୁ ଶକ୍ତି ଯୋଗାଇବା ସହ ବହୁ ରୋଗରୁ ରକ୍ଷା କରିଥାଏ।
- ଅମୃତଭଣ୍ଡାରେ କୋଲାଇନ୍ ଅଛି, ଯାହା ଆମକୁ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ।
- ଶରୀରରେ ଭିଟାମିନ୍ କେ ଅସ୍ଥିକୁ ମଜଭୁତ କରିଥାଏ । ତେଣୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ କେ ଖାଇବା ଗୁରୁତ୍ୱପୂର୍ଣ୍ଣ । ଅମୃତଭଣ୍ଡାରେ ଭିଟାମିନ କେର ମାତ୍ରା ଅଧିକ ଥିବାରୁ ଏହା ଶରୀର ପାଇଁ ହିତକର ହୋଇଥାଏ।
- ଯଦି କୌଣସି ମହିଳା ଋତୁସ୍ରାବ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ନିୟମିତ ସକାଳେ ଖାଲି ପେଟରେ ପାଚିଲା ଅମୃତଭଣ୍ଡା ଖାଆନ୍ତୁ। ଏହା ଦ୍ୱାରା ଆପଣ ଅନେକ ଲାଭ ପାଇବେ।