Mishri: ମିଶ୍ରି ହେଉଛି ଏକ ପ୍ରକାର ଚିନି, ଯାହା ରୋଷେଇ, ଫ୍ରେଶନର ଏବଂ ଏପରିକି ଔଷଧରେ ବ୍ୟବହୃତ ହୁଏ ।
ମିଶ୍ରି ଆକାରରେ ବହୁତ ଛୋଟ ଏବଂ ପ୍ରାୟତଃ ଖାଇ ସାରିବା ପରେ ଖାଇଥାଉ। ତଥାପି, ଛୋଟ ଆକାରର ଚିନିର ଅଗଣିତ ଲାଭ ଅଛି, ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । ଏହାର ଥଣ୍ଡା ପ୍ରଭାବ ଯୋଗୁଁ ଏହା ସାଧାରଣତଃ ପାନୀୟରେ ବ୍ୟବହୃତ ହୁଏ । ଏହାର ବ୍ୟବହାର ମନ ଏବଂ ଶରୀରକୁ ଶାନ୍ତ କରିଥାଏ। ଏହା ତତକ୍ଷଣାତ୍ ଶକ୍ତି ଯୋଗାଇଥାଏ ଏବଂ ଶରୀରକୁ ଆରାମ ମଧ୍ୟ ଦେଇଥାଏ । ତେବେ ଆସନ୍ତୁ ଜାଣିବା ମିଶ୍ରି ଖାଇବାର ଲାଭ ବିଷୟରେ:
ଥଣ୍ଡା, କାଶରୁ ମୁକ୍ତି ଦିଏ :
ଶୀତଦିନେ ଶରୀର ସାଧାରଣତଃ ଥଣ୍ଡା, ଜ୍ୱର ଓ କାଶ ଭଳି ରୋଗରେ ଆକ୍ରାନ୍ତ ହୋଇଥାଏ। ଏହି ସବୁ ଥଣ୍ଡାଜନିତ ରୋଗରୁ ଉପଶମ ପାଇବା ପାଇଁ ମିଶ୍ରି ଗୁଣ୍ଡକୁ ଗୋଲମରିଚ ଗୁଣ୍ଡ ଓ ଘିଅ ସହ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏହି ମିଶ୍ରଣକୁ ରାତି ସମୟରେ ସେବନ କରନ୍ତୁ। ଏହା ବ୍ୟତୀତ ମିଶ୍ରି ଓ ଗୋଲମରିଚ ପାଉଡରକୁ ଉଷୁମ ପାଣି ସହ ପିଇଲେ କାଶରୁ ମୁକ୍ତି ମିଳିଥାଏ।
ହିମୋଗ୍ଲୋବିନ୍ ସ୍ତର ବୃଦ୍ଧି କରେ :
ଶରୀରରେ ହିମୋଗ୍ଲୋବିନ୍ର ସ୍ତର କମ୍ ହେବା ଦ୍ୱାରା ରକ୍ତର ଅଭାବ ଦେଖାଦେଇଥାଏ। ଯାହା ଫଳରେ କିଛି କାମ ନ କରି ମଧ୍ୟ ଥକା ଲାଗିଥାଏ। ଏପରିକି ଶରୀର ଦୁର୍ବଳ ଲାଗେ। କିଛି ଲୋକଙ୍କର ଏଥିଯୋଗୁ ମୁଣ୍ଡ ମଧ୍ୟ ବୁଲାଇଥାଏ। ରକ୍ତର ଅଭାବ ଯୋଗୁ କିଛି ଲୋକଙ୍କ ଦେହର ରଙ୍ଗ ହଳଦିଆ ପଡ଼ିଯାଇଥାଏ। ତେବେ ମିଶ୍ରି ଏହି ସମସ୍ତ ସମସ୍ୟାକୁ ସମାଧାନ କରିଥାଏ। ନିୟମିତ ମିଶ୍ରି ସେବନ କରିବା ଦ୍ୱାରା ଶରୀରରେ ହିମୋଗ୍ଲୋବିନ୍ ସ୍ତର ବୃଦ୍ଧି ପାଇଥାଏ ଓ ରକ୍ତ ସଞ୍ଚାଳନ ଠିକ୍ ହୋଇଥାଏ।
ହଜମ ଶକ୍ତି ବଢ଼ାଏ :
ଖାଦ୍ୟ ଖାଇବା ପରେ ପାନମଧୁରୀ ସହ ମିଶ୍ରି ଖାଇଲେ ଖାଦ୍ୟ ଭଲ ହଜମ ହୁଏ। ମିଶ୍ରିରେ ଖାଦ୍ୟ ହଜମ କରିବାର ସବୁ ଶକ୍ତି ରହିଛି। ସେଥିପାଇଁ ଖାଦ୍ୟ ଖାଇବା ପରେ ମିଶ୍ରି ନିଶ୍ଚୟ ଖାଆନ୍ତୁ।
ଶରୀରକୁ ଶକ୍ତି ମିଳେ :
ପାଟିର ସ୍ୱାଦ ବଢ଼ାଇବା ସହିତ ମିଶ୍ରି ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ପାନମଧୁରୀ ସହ ମିଶ୍ରି ଖାଇବା ଦ୍ୱାରା ମାନସିକ ସ୍ଥିତି ମଧ୍ୟ ଭଲ ରହିଥାଏ।
ନାକରୁ ରକ୍ତ ସ୍ରାବ ବନ୍ଦ କରେ :
ଅନେକ ଲୋକଙ୍କ ନାକରୁ ରକ୍ତ ବାହାରିବା ସମସ୍ୟା ରହିଥାଏ। ଏହି ସମସ୍ୟା ଗରମ ଦିନେ ଅଧିକ ଦେଖିବାକୁ ମିଳିଥାଏ। ନିୟମିତ ମିଶ୍ରି ଖାଇଲେ ନାକରୁ ରକ୍ତସ୍ରାବ ବନ୍ଦ ହୋଇଥାଏ।
ALSO READ: https://purvapaksa.com/tea-cigarette/